Categories
ଆଜିର ଖବର ଜାତୀୟ ଖବର

101 ଜଣଙ୍କ ତଥ୍ୟ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ଆଜି ଚିହ୍ନଟ 101 ଜଣଙ୍କ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର। କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 90, କଣ୍ଟେନମେଣ୍ଟ ଜୋନ୍‌ରୁ 8 ଓ ଅନ୍ୟାନ୍ୟ 3 ଜଣ ରହିଛନ୍ତି ବୋଲି ସୂଚନା ରହିଛି। ବାଲେଶ୍ବରର 33 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ସୁରତ୍‌ ଫେରନ୍ତା, ତିନି ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଦୁଇଜଣ ବେଙ୍ଗାଲୁରୁ ଫେରନ୍ତା, ତିନିଜଣ ଲୋକାଲ୍‌ ଥିବାବେଳେ ଜଣେ କଣ୍ଟେନମେଣ୍ଟ ଜୋନ୍‌ରୁ ବୋଲି ସୂଚନା ରହିଛି। ସୁନ୍ଦରଗଡରୁ ଚିହ୍ନଟ 7 ପଜିଟିଭ୍‌ଙ୍କ ମଧ୍ୟରୁ ସମସତ ରାଉରକେଲା କଣ୍ଟେନମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି। ଯାଜପୁରରୁ 7 ପଜିଟିଭ୍‌ ମଧ୍ୟରୁ 5 ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ ଦୁଇ ମହାରାଷ୍ଟ୍ର ଫେରନ୍ତା ରହିଛନ୍ତି। ଯାଜପୁରରୁ ଅନ୍ୟ ଜଣେ ପଜିଟିଭ୍‌ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ 52 ଓ କେନ୍ଦୁଝରରୁ 2 ଜଣ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସକାଳୁ ଚିହ୍ନଟ 17 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 16 ଜଣ ସୁରତ ଫେରନ୍ତା

ଭୁବନେଶ୍ବର : ଆଜି ଚିହ୍ନଟ 17ଜଣଙ୍କ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର ।  ଜଣକୁ ଛାଡି ସମସ୍ତ 16  ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ରହିଛି ।  ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବାର ସୂଚନା ରହିଛି ।  17ରୁ 16 ଜଣ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି। ଚିହ୍ନଟ 17 ଜଣଙ୍କ ମଧ୍ୟରେ ଗଞ୍ଜାମରୁ 12, ଭଦ୍ରକର 1, ରାଉରକେଲାରୁ ଜଣେ ଓ  ମୟୂରଭଞ୍ଜରୁ ତିନି ଜଣ ପଜିଟିଭ୍‌ ରହିଛନ୍ତି। ରାଉରକେଲା ଆକ୍ରାନ୍ତ ଜଣକ କଣ୍ଟେନମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି ।ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ରାଜ୍ୟରେ ମୋଟ 287 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 222 ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ 2 ଜଣ ପ୍ରାଣ ହରାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁରତରୁ ଆସିବାକୁ ଥିବା ଟ୍ରେନଗୁଡିକୁ କରାଗଲା ବାତିଲ୍‌

ସୁରତ: ସୁରତରୁ ଓଡ଼ିଶାକୁ ଆସିଥିବା ତିନୋଟି ଟ୍ରେନ୍‌ ବାତିଲ୍‌ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଟ୍ରେନ୍‌ ବାତିଲ୍‌ କରାଯାଇଛି । ଆସନ୍ତାକାଲି ଆସିବାକୁ ଥିବା ମଧ୍ୟ ଟ୍ରେନ୍‌କୁ ବାତିଲ୍‌ ହୋଇଛି  । ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ୍‌ ।

ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ପରେ ସୁରତ୍‌ ଫେରନ୍ତା ଚିନ୍ତା ବଢାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।  ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ  କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି। ହାଇକୋର୍ଟ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ପ୍ରବେଶ ଅନୁମତି ମିଳିପାରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସୁରତରୁ ଆସିବାକୁ ଥିବା ଟ୍ରେନ୍‌ଗୁଡିକୁ ବାତିଲ୍‌ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଚିହ୍ନଟ ହୋଇଥିବା ସମସ୍ତ 20 ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ବର  : ଆଜି ଚିହ୍ନଟ 20 ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି । ଏହି ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଗଞ୍ଜାମ ଜିଲ୍ଲାର 17 ଆକ୍ରାନ୍ତ ସୁରତରୁ ଫେରିଥିବାର ସୂଚନା ରହିଛି ।  ଏହି 17 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି ଓ ବାକି 16 ଜଣ ପୁରୁଷ ରହିଛନ୍ତି ବୋଲି ଜଣାପଡିଛି । ଯୁବତୀଙ୍କ ବୟସ 20 ବର୍ଷ ବୋଲି ସୂଚନା ରହିଥିବାବଳେ ଅନ୍ୟ 16 ଜଣ ପୁରୁଷଙ୍କ ବୟସ  ଯଥାକ୍ରମେ 27,27,20,38,29,50, 30, 29,21,43,43, 49,46, 18, 24 ବର୍ଷ ବୋଲି ଜଣାପଡିଛି । ସେହିପରି ମୟୂରଭଞ୍ଜର ସମସ୍ତ ତିନି ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ସେମାନେ ମଧ୍ୟ ସୁରତ ଫେରନ୍ତା । ଏହି ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 21, 36 ଓ 44 ବର୍ଷ  ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଗଞ୍ଜାମରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ୱର : ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏବଂ ତାଙ୍କର ବୟସ 18 ବର୍ଷ। ସେ ଜଣେ ସୁରତ ଫେରନ୍ତା ଯୁବକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯୁବକ ସରକାରୀ ସଙ୍ଗରୋଧରେ ଥିଲେ। ସେ କାହା ସଂସ୍ପର୍ଶରେ ଆସିଥିଲେ। କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଏଯାଏଁ 4ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 177ରେ ପହଞ୍ଚିବାବେଳେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କ୍ବାରେଣ୍ଟିନ୍‌ କେନ୍ଦ୍ର ଛାଡି ପଳାଇଲେ ଶତାଧିକ ଶ୍ରମିକ

ଖଲ୍ଲିକୋଟ : 2ଟି କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ପଳାଇଲେ ଶତାଧିକ ସୁରତ ଫେରନ୍ତା। ବେଗୁନିଆପଡା ଜନତା ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟରୁ ପଳାଇଲେ । ଖାଦ୍ୟ ଓ ପାନୀୟ ନ ମିଳିବା ଅଭିଯୋଗ ଆଣି କ୍ବାରେଣ୍ଟିନ୍‌ କେନ୍ଦ୍ର ଛାଡିଥିବାର ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଶ୍ରମିକଙ୍କୁ ବୁଝାସୁଝା ଚାଲିଥିବା ସୂଚନା ରହିଛି। କାଲି 2ଟି ବସ୍‌ରେ ପ୍ରାୟ 100 ସୁରତ ଫେରନ୍ତା ଦୁଇ ସ୍କୁଲରେ ରହିଥିଲେ। ଶ୍ରମିକ ପଳାଇବା ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭ୍‌ଙ୍କ ସୁରତ ଫେରନ୍ତା ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗା ଘାଟିରେ ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ, ତିନି ଆହତ

ଭୁବନେଶ୍ବର : ସୁରତରୁ ପ୍ରବାସୀ ଓଡ଼ିଆଙ୍କ ନେଇ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ରେ ସୋରଡା ଅଞ୍ଚଳର ସୁରତ ଫେରନ୍ତା ରହିଥିବାର ସୂଚନା ରହିଛି। ଭାରସାମ୍ୟ ହରାଇ ଗାର୍ଡ ଓ୍ବାଲରେ ପିଟି ହୋଇଛି ବସ୍‌ଟି । ଡ୍ରାଇଭର ସମେତ ତିନି ଜଣ ଯାତ୍ରୀ ଆହତ ସୂଚନା ରହିଛି । ଘଟଣାସ୍ଥଳରେ ଏସ୍‌ଡିପିଓ ଉପସ୍ଥିତ ରହିଥିବାବେଳେ ଉଦ୍ଧାର କାର୍ଯ୍ୟରେ  ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି । ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ନିକଟରେ ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ଏନ୍‌ଏଚ୍‌ ନାଗପୁରଠାରେ ଏକ ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପାଞ୍ଚ ଜଣ ଆହତ ହୋଇଥିଲା ।