ଆଜି ସକାଳୁ ଚିହ୍ନଟ 17 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 16 ଜଣ ସୁରତ ଫେରନ୍ତା

Published: May 9, 2020, 11:28 am IST

ଭୁବନେଶ୍ବର : ଆଜି ଚିହ୍ନଟ 17ଜଣଙ୍କ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର ।  ଜଣକୁ ଛାଡି ସମସ୍ତ 16  ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ରହିଛି ।  ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବାର ସୂଚନା ରହିଛି ।  17ରୁ 16 ଜଣ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି। ଚିହ୍ନଟ 17 ଜଣଙ୍କ ମଧ୍ୟରେ ଗଞ୍ଜାମରୁ 12, ଭଦ୍ରକର 1, ରାଉରକେଲାରୁ ଜଣେ ଓ  ମୟୂରଭଞ୍ଜରୁ ତିନି ଜଣ ପଜିଟିଭ୍‌ ରହିଛନ୍ତି। ରାଉରକେଲା ଆକ୍ରାନ୍ତ ଜଣକ କଣ୍ଟେନମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି ।ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ରାଜ୍ୟରେ ମୋଟ 287 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 222 ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ 2 ଜଣ ପ୍ରାଣ ହରାଇଛନ୍ତି।

Related posts