Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶିକ୍ଷା ଅନୁଷ୍ଠାନରେ ପଛୁଆବର୍ଗ ସଂରକ୍ଷଣକୁ ନେଇ ବିଜେପି ନେତା ସୁରଥ ବିଶ୍ୱାଳ କହିଲେ..

ଭୁବନେଶ୍ୱର: ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ପଛୁଆ ବର୍ଗର ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସାମଜିକ ଓ ଆର୍ଥକଭାବେ ପଛୁଆ ବର୍ଗ(ଏସ୍‌ଇବିସି)ର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗରେ ଥିବା ୫୪ ପ୍ରତିଶତ ଲୋକେ ଉପକୃତ ହେବେ । ସେମାନଙ୍କ ପାଇଁ ଏହି ଦିନଟି ସ୍ମରଣୀୟ ଦିନ ହୋଇରହିବ । ୯୦ ଦଶକରେ ପଛୁଆ ବର୍ଗଙ୍କ ପାଇଁ ଯେତେବେଳେ ସଂରକ୍ଷଣ ଲାଗୁ ହେଲା, ସେବେ ପରଠାରୁ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ହେବା ପାଇଁ ଏହି ନିଷ୍ପତି କାର୍ଯ୍ୟକାରୀ ହୋଇ ନ ଥିଲା ।

ପଛୁଆବର୍ଗଙ୍କ ସହ ସେତେବେଳେ ପ୍ରତାରଣା କରାଯିବା ସହ ବିଶ୍ୱାସଘାତକତା କରାଯାଇଥିଲା । ପଂଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ପୂର୍ବରୁ ୨୭% ସଂରକ୍ଷଣ ଦିଆଯାଉଥିôବାବେଳେ ବିଜେଡିର ଯୋଜନାବଦ୍ଧଭାବେ ଚକ୍ରାନ୍ତ କରିବାରୁ ଏହି ବ୍ୟବସ୍ଥା ଉଠିଯାଇଥିଲା । ସେତେବେଳେ ଉତରପ୍ରଦେଶ, ମଧ୍ୟପ୍ରଦେଶର ସରକାରମାନେ କୋର୍ଟଙ୍କୁ ବୁଝାଇ ଏନେଇ ମାସେ ସମୟ ନେଇ ବିଭିନ୍ନ ଡାଟା ଦେବାକୁ କହିଥିଲେ । ଅପରପକ୍ଷେ ତତ୍କାଳୀନ ସରକାରଙ୍କ ଆଡ୍‌ଭୋକେଟ ଜେନେରାଲ ପଛୁଆବର୍ଗଙ୍କ ଡାଟା ନାହିଁ ବୋଲି ମନା କରି ଦେଇଥିଲେ । କୋର୍ଟଙ୍କୁ ବାସ୍ତବତା କହି ନ ଥିଲେ ।

ଏହି ଅବସରରେ ଓବିସି ମୋର୍ଚ୍ଚା ଭପସଭାପତି ତଥା ଯୁବ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ କହିଛନ୍ତି ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ । ତତ୍କାଳୀନ ବିଜେଡି ଓ କଂଗ୍ରେସ ସରକାର ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାରେ ଉପେକ୍ଷା କରିଛନ୍ତି । ବହୁ ଦଶନ୍ଧି ଧରି ଯେଉଁ ସବୁ କାର୍ଯ୍ୟ ହୋଇ ପାରୁ ନ ଥିଲା ମୋହନ ସରକାର ଆଜି ସେସବୁ କରିପାରିଛନ୍ତି । ଦୃଢ଼ ଓ ଦୂର ଦୃଷ୍ଟି ସମ୍ପନ୍ନ ଇଚ୍ଛା ଶକ୍ତିଥିଲେ ସବୁ ସମ୍ଭବ ବୋଲି ଶ୍ର୍ରୀ ମାଝୀ ଆଜି ପ୍ରମାଣିତ କରି ଦେଖାଇଛନ୍ତି ।

ପଛୁଆବର୍ଗର ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଜି ସାମାଜିକ ନ୍ୟାୟ ମିଳିପାରିଛି । ଡ. ବାବାସାହେବ ଆମ୍ବେଦକର ସବୁବେଳେ କହୁଥିଲେ, ସମାଜର ତଳବର୍ଗର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଆଗାମୀ ଦିନରେ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନରେ ଏହା ସହାୟକ ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।