Categories
ଆଜିର ଖବର ଜାତୀୟ ଖବର

କରୋନା ଯୁଦ୍ଧରେ ହାରିଗଲେ ଉତ୍ତରାଖଣ୍ଡ ବିଧାୟକ ସୁରେନ୍ଦ୍ର ସିଂହ

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ବିଧାୟକ। ଉତ୍ତରାଖଣ୍ଡ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଜୀନା କରୋନା ଯୁଦ୍ଧରେ ଲଢେଇ କରି ହାରିଯାଇଛନ୍ତି। ସୁରେନ୍ଦ୍ର ସିଂହ କରୋନା ସୁରେନ୍ଦ୍ର କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସେ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ  ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କର ପରଲୋକ ହୋଇଯାଇଛି।

ସୁରେନ୍ଦ୍ର ସିଂ ଅଲ୍‌ମୋଡା ଜିଲ୍ଲାର ସଲ୍‌ଟ ସିଟ୍‌ର ବିଧାୟକ ଥିଲେ। କିଛି ଦିନ ପୂର୍ବରୁ ତାଙ୍କର ପତ୍ନୀଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ର ସିଂହଙ୍କ ନିଧନ ଖବର ପ୍ରଚାର ହେବା ପରେ ଉତ୍ତରାଖଣ୍ଡରେ ଶୋକର ଛାୟା ଖେଳି ଯାଇଛି। ସୁରେନ୍ଦ୍ର ସିଂହ ଉତ୍ତରାଖଣ୍ଡର ଜଣେ ଦକ୍ଷ ଯୁବନେତା ଥିଲେ। ସେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।