Categories
ଜାତୀୟ ଖବର ବିଶେଷ ଖବର

ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଏବଂ ସୁଶାନ୍ତଙ୍କ ମ୍ୟାନେଜର ମିରାଣ୍ଡାଙ୍କୁ ଡ୍ରଗ ମାମଲାରେ କରାଗଲା ଗିରଫ

ମୁମ୍ବାଇ, ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋୟିକ୍ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଘର ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଆଜି ରାତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି। ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ କାରାବାର ମାମଲାରେ ଏହି ଗିରଫ କରାଯାଇଛି ବୋଲି ଜଣାପଡିଛି।

ଏନସିବି ଅଧିକାରୀଙ୍କ ଅନୁଯାୟୀ, ୧୦ ଘଣ୍ଟା ପଚରାଉଚରା ପରେ ଏବଂ ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ନେଇ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଗିରଫ କରାଯାଇଛି। ଏହାପୂର୍ବରୁ ଏନସିବି ସୌଭିକ୍ ଏବଂ ମିରାଣ୍ଡାଙ୍କ ବାସଭବନରେ ମଧ୍ୟ ସର୍ଚ୍ଚ କରିଥିଲା। ସେମାନେ ବ୍ୟବହାର କରୁଥିବା ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।

ଏନସିବି ଏକ କୋର୍ଟକୁ ମଧ୍ୟ କହିଛି ଯେ ସୌଭିକ୍ ଡ୍ରଗ୍ସ ବେପାରୀ ଅବଦୁଲ ବସିତ୍ ପ୍ୟାରୀହରଙ୍କଠାରୁ ଗଞ୍ଜେଇ ଅର୍ଡର କରୁଥିଲେ ଏବଂ ଗୁଗୁଲ ପେ ମାଧ୍ୟମରେ ତାଙ୍କୁ ଦେୟ ପ୍ରଦାନ କରିଥିଲେ। ସୌଭିକ୍ ଏବଂ ମିରାଣ୍ଡାଙ୍କୁ ଶନିବାର କୋର୍ଟରେ ହାଜର କରାଯିବ। ଏନସିବି ଅଧିକାରୀ କହିଛନ୍ତି ଯେ ପଚରାଉଚରା ପାଇଁ ଏବଂ ସେମାନଙ୍କ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ସହ ମୁହାଁମୁହିଁ ହେବା ପାଇଁ ଏଜେନ୍ସି ସେମାନଙ୍କୁ ରିମାଣ୍ଡରରେ ଆଣିବ।

ଏନସିବି ଅଧିକାରୀ କହିଛନ୍ତି ଯେ ଜବତ ହୋଇଥିବା ଲାପଟପ୍ ଏବଂ ହ୍ବାଟସଆପ ଚାଟରୁ ମିଳିଥିବା ସୂଚନା ଉପରେ ଏହି ଦୁଇଜଣଙ୍କୁ ପଚରାଉଚୁରା କରାଯିବ।