Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟର ଟପ୍ପର ତାଲିକା: ସୁଶ୍ରୀ ଶୁଭସ୍ମିତା ହେଲେ ଶ୍ରେଷ୍ଠ ଗ୍ରାଜୁଏଟ

ଭୁବନେଶ୍ୱର: ଆଜି ରମାଦେବୀ ବିଶ୍ବବିଦ୍ୟାଳୟର ଟପ୍ପର ତାଲିକା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ୟୁଜି ଓ ପିଜି ବର୍ଗର ଟପ୍ପର ତାଲିକା ପ୍ରକାଶ ପାଇଛି। ଯୁଜିର ସୁଶ୍ରୀ ଶୁଭସ୍ମିତା ନାୟକ ଶ୍ରେଷ୍ଠ ଗ୍ରାଜୁଏଟ ହୋଇପାରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ଅକ୍ଟୋବର ୩୦ ତାରିଖରେ ବିଶ୍ଵବିଦ୍ୟାଳୟର ପ୍ରକାଶ ପାଇଥିଲେ ମଧ୍ୟ ଟପ୍ପର ତାଲିକା ଘୋଷଣା କରାଯାଇ ପାରିନଥିଲା। ଏନେଇ ବହୁ ବାଦ ବିବାଦ ଲାଗିରହିଥିଲା। ଛାତ୍ର ସଂଗଠନ ପକ୍ଷରୁ ଦୃଢ ପ୍ରତିବାଦ କରାଯାଇଥିଲା। କିନ୍ତୁ ଶେଷରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି।