Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୂର୍ଯ୍ୟ ପରାଗ ଛୁଟି ମିଶାଇଲେ ଲଗାତର 4 ଦିନ ହେଲା ସରାକାରୀ ଛୁଟି

ଭୁବନେଶ୍ୱର:  ଆସନ୍ତା 25ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ତଦନୁଯାୟୀ ଅକ୍ଟୋବର 25 ତାରିଖ ମଂଗଳ ବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥା ବନ୍ଦ ରହିବ।

ମଙ୍ଗଳବାର ଛୁଟି ଘୋଷଣା ପରେ ବର୍ତ୍ତମାନ ଲଗାତର 4 ଦିନ ଛୁଟି ଲାଗି ରହିଲା। କାରଣ ଆଜି ହେଉଛି 4ର୍ଥ ଶନିବାର ଛୁଟି, ଆସନ୍ତାକାଲି ରବିବାର, ସୋମବାରରେ ଦୀପାବଳି ଏବଂ ମଙ୍ଗଳବାରରେ ସୂର୍ଯ୍ୟ ପରାଗ ଛୁଟି।