Categories
ଆଞ୍ଚଳିକ

ଆରଏସଏସ ବାଣପୁର ଖଣ୍ଡ ପକ୍ଷରୁ ସେବା ସପ୍ତାହ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଣପୁର ଖଣ୍ଡ ପକ୍ଷରୁ ସେବା ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ୩ ଦିନ ଧରି ବାଣପୁର ଅଞ୍ଚଳରେ ବିଭିନ୍ନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଗୋ ପୂଜନ, ଦ୍ଵିତୀୟ ଦିବସରେ ଔଷଧୀୟ ବୃକ୍ଷ ବଣ୍ଟନ ଏବଂ ତୃତୀୟ ଦିବସରେ ରଙ୍କନାଥ ଦେବ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବାଣପୁର ଖଣ୍ଡ ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସେବା ସପ୍ତାହ କାର୍ଯ୍ୟକ୍ରମକୁ ବାଣପୁର ଖଣ୍ଡ କାର୍ଯ୍ୟବାହ ପ୍ରଶାନ୍ତ କୁମାର ସୁପକାର ସୁଚାରୁରୂପେ ପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଏକାଧିକ ସ୍ୱୟଂସେବକ ଏବଂ ରଙ୍କନାଥ ଦେବ ମନ୍ଦିରକୁ ନିୟମିତ ଭାବେ ଆସୁଥିବା ମହିଳା ଭକ୍ତମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥଲେ।

ସୂଚନା ଥାଉକି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୂଲ୍ୟରେ ସାରା ଭାରତବର୍ଷରେ ଚଳିତ ମାସ ଦୁଇ ତାରିଖରୁ ଉକ୍ତ ସେବା ସପ୍ତାହ କାର୍ଯ୍ୟକ୍ରମ ଜାରି ରହିଛି।