Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଉପଲବ୍ଧତାକୁ ନଦେଖି ଟୀକାକରଣ ପ୍ରକ୍ରିୟାର ବିସ୍ତାର କଲେ ସରକାର: ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଦେଶରେ ଟୀକାକରଣକୁ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଏଗଜିକ୍ୟୁଟିଭ ଡାଇରେକ୍ଟର ସୁରେଶ ଯାଦବ ଏକ ମନ୍ତବ୍ୟ ରଖିଛନ୍ତି। ଟୀକାକରଣ ପ୍ରକ୍ରିୟାର ବିସ୍ତାର କରିବା ସମୟରେ କେନ୍ଦ୍ର ସରକାର ନା ଟୀକାର ଉପଲବ୍ଧତା ଉପରେ ଧ୍ୟାନ ଦେଇଛନ୍ତି ନା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନକୁ ଅନୁସରଣ କରିଛନ୍ତି। ସୁରେଶ ଏଭଳି ସମୟରେ ନିଜର ମନ୍ତବ୍ୟ ରଖିଛନ୍ତି, ଯେତେବେଳେ ଦେଶର ଅନେକ ରାଜ୍ୟରେ ଟୀକାର ଘୋର ଅଭାବ ଦେଖାଯାଇଛି।

ସୁରେଶ ଯାଦବ କହିଛନ୍ତି ଯେ, ଆମେ ଟୀକା ପ୍ରସ୍ତୁତ କରିବା ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ୪୫ ବର୍ଷ ଉର୍ଦ୍ଧ୍ଵ ବର୍ଗର ଲୋକଙ୍କୁ ଟୀକା ଦେବା ସହ ୧୮ ବର୍ଷ ବର୍ଗର ବୟସ୍କଙ୍କୁ ଦେବା ପାଇଁ ସରକାର ଘୋଷଣା କରିଦେଲେ। ଯେତେବେଳେ ସରକାରଙ୍କୁ ଜଣାଥିଲା ଯେ, ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟୀକା ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିସିଲ୍ଡ ପରେ କୋଭାକ୍ସିନ ଦର ହ୍ରାସ କଲା ଭାରତ ବାୟୋଟେକ: ଜାଣନ୍ତୁ କେତେ ରହିଛି ନୂଆ ମୂଲ୍ୟ

ନୂଆଦିଲ୍ଲୀ: କୋଭିସିଲ୍ଡ ପରେ କୋଭାକ୍ସିନ ଦର ହ୍ରାସ ହୋଇଛି। ରାଜ୍ୟକୁ ଏବେ ୪୦୦ ଟଙ୍କା ମୂଲ୍ୟରେ କୋଭାକ୍ସିନ ଟୀକା ମିଳିବ। ପୂର୍ବରୁ ଏହି ଟୀକାର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଭାରତ ବାୟୋଟେକ ଏବେ ୨୦୦ ଟଙ୍କା କମ ମୂଲ୍ୟରେ ରାଜ୍ୟକୁ ଦେବା ନେଇ ଘୋଷଣା କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ସେରମ ଇନଷ୍ଟିଚ୍ୟୁଟ ଟୀକା ଦରରେ ହ୍ରାସ କରିଥିଲା। ପ୍ରାଥମିକ ଅବସ୍ଥାରେ ଟୀକାର ମୂଲ୍ୟ ୪୦୦ ଟଙ୍କା ରଖାଯାଇଥିବା ବେଳେ ରାଜ୍ୟକୁ ୩୦୦ ଟଙ୍କାରେ ମିଳିବ ବୋଲି ସିଇଓ ଆଦର ପୁନାୱାଲା ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ପାଇଁ ଦୁଇ ଉତ୍ପାଦକଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ଟୀକା ପାଇଁ ପୁଣି ଦୁଇ ଉତ୍ପାଦକଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକକୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖିଛନ୍ତି। ମେ’ ମାସରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ୪୦ ଲକ୍ଷ ଟୀକା ଦେବା ପାଇଁ ଚିଠି ମାଧ୍ୟମରେ ଜଣାଇଛନ୍ତି।

ସେହିଭଳି ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ୬୦ ଲକ୍ଷ ଲେଖାଏଁ ଟୀକା ପାଇଁ ଏସିଏସ ଅନୁରୋଧ କରିଛନ୍ତି। ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡ ଟୀକା ଦର ହ୍ରାସ କଲା ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ରାଜ୍ୟଗୁଡ଼ିକ ପାଇଁ କୋଭିସିଲ୍ଡ ଟୀକା ଦର ହ୍ରାସ କରିଛି। ପୂର୍ବ ଘୋଷିତ ଦରରୁ ୨୫ ପ୍ରତିଶତ ଟୀକା ଦର ହ୍ରାସ କରିଛି ସେରମ ଇନଷ୍ଟିଚ୍ୟୁଟ। କିନ୍ତୁ କମ୍ପାନୀ ଘରୋଇ ହସ୍ପିଟାଲ ଦରରେ କୌଣସି ପରିବର୍ତ୍ତନ କରିନାହିଁ।

ତେବେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ୪୦୦ ଟଙ୍କା ପ୍ରତି ଡୋଜ ରାଜ୍ୟଗୁଡ଼ିକୁ ଦେବା ପାଇଁ ଘୋଷଣା କରାଯାଇଥିବା ବେଳେ ଏବେ ଏହାର ଦର ୩୦୦ ଟଙ୍କାକୁ ହ୍ରାସ ପାଇଛି। ଡୋଜ ପିଛା ୧୦୦ ଟଙ୍କା ହ୍ରାସ କରିଛି କମ୍ପାନୀ। ହେଲେ ଘରୋଇ ହସ୍ପିଟାଲ ପାଇଁ ଘୋଷିତ ଦର ୬୦୦ ଟଙ୍କା ଅପରିବର୍ତ୍ତିତ ରହିଛି। ସେରମ ସିଇଓ ଆଦର ପୁନାୱାଲା ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ଦର ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ: ଜାଣନ୍ତୁ କେତେ ଟଙ୍କାରେ ମିଳିବ କୋଭିସିଲ୍ଡ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟୀକାର ଦର ଧାର୍ଯ୍ୟ କରାଯାଇଛି। ଖୋଲା ବଜାରରେ ଟୀକା ବିକ୍ରି ପାଇଁ ସେରମ ଇନଷ୍ଟିଚ୍ୟୁଟ ଦର ଧାର୍ଯ୍ୟ କରିଛି। ତେବେ ରାଜ୍ୟ ସରକାରଙ୍କ ପାଇଁ ଏହି ଟୀକାର ମୂଲ୍ୟ ୪ ଶହ ଟଙ୍କା ରଖାଯାଇଥିବା ବେଳେ ଘରୋଇ ହସ୍ପିଟାଲ ପାଇଁ ୬ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ସରକାର ପକ୍ଷରୁ ଟୀକା ପାଇଁ ଏକ ନୂଆ ନିୟମ ଜାରି କରାଯାଇଥିଲା। ଏହି ନିୟମ ଅନୁଯାୟୀ, ଆସନ୍ତା ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ମିଳିବା ପାଇଁ କେନ୍ଦ୍ର ଘୋଷଣା କରିଥିଲା। ଖୋଲା ବଜାରରେ ଟୀକା ମିଳିବା ସହ ଟୀକା ଉତ୍ପାଦକ ମାନେ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲକୁ ୫୦ ପ୍ରତିଶତ ପ୍ରଦାନ କରିବେ ବୋଲି କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିସିଲ୍ଡ ଟିକାକୁ ମାନବ ଶରୀରେ ପରୀକ୍ଷା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ଵାରା ପ୍ରସ୍ତୁତ କୋଭିଡ଼ ଟିକା କୋଭିସିଲ୍ଡ ମାନବ ଶରୀରରେ ପ୍ରୟୋଗ ପାଇଁ ଅନୁମତି ମିଳିଛି। ଏହି ଟିକାକୁ ଭାରତର ପୁନେ ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଉଛି। ଆଜି ଡିସିଜିଆଇ ବୈଠକରେ ତର୍ଜମା ପରେ ଅନୁମତି ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜରୁରୀକାଳୀନ ବ୍ୟାବହାର ପାଇଁ ସ୍ୱୀକୃତି ମିଳିଛି। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟ ୫ କୋଟି ଡୋଜ ପ୍ରସ୍ତୁତ କରିସାରିଥିବା ସୂଚନା ରହିଛି।