Categories
ଆଜିର ଖବର ରାଜ୍ୟ ଖବର

ବାଂଜୁଙ୍ଗର ରାଜାଙ୍କ ନେତୃତ୍ୱରେ କ୍ୟାମେରୁନ୍‌ର ପ୍ରତିନିଧି ମଣ୍ଡଳୀଙ୍କର ସୋଆ ପରିଦର୍ଶନ

ଭୁବନେଶ୍ୱର: ବାଂଜୁଙ୍ଗର ରାଜା ଡକ୍ଟର ହୋନର୍ ଜୋମୋ କାମ୍‌ଗାଙ୍କ ନେତୃତ୍ୱରେ କ୍ୟାମେରୁନ୍‌ର ଏକ ତିନି ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ସୋଆ ଗସ୍ତରେ ଆସି ବିଶ୍ୱବିଦ୍ୟାଳୟ ପରିଚାଳିତ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ରାଜାଙ୍କ ସହିତ ଜର୍ମାନୀର ହାମ୍‌ବର୍ଗ ସ୍ଥିତ ଇନ୍‌ଟରନ୍ୟାସ୍‌ନାଲ୍ ଟ୍ରିବ୍ୟୁନାଲ୍ ଫର୍ ଦ ଲ ଅଫ୍ ଦ ସି ‘ର ବିଚାରପତି ପ୍ରଫେସର (ଡକ୍ଟର) ମୌରିସ୍ କେଙ୍ଗନେ କାମ୍‌ଗା ଓ କ୍ୟାମେରୁନ୍ ଦୁଆଲା ସ୍ଥିତ ହାନ୍‌ସିଆଟିକ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଆଣ୍ଡ ଆପ୍ଲାଏଡ୍ ସାଇନ୍‌ସେସ୍ (ହିଟାସ୍‌)ର ପ୍ରମୁଖ ପ୍ରତିଷ୍ଠାତା ଇନୋସେଂଟ ଟାକ୍‌ଟୋ ଫୋଟ୍‌ସୋ ସୋଆ ପରିଦର୍ଶନରେ ଆସିଥିଲେ।

ଏହି ପ୍ରତିନିଧି ଦଳ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍ ଓ କର୍ପୋରେଟ ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ବୁଲି ଦେଖିଥିଲେ। ପରବର୍ତ୍ତୀ ସମୟରେ ସେମାନେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ହସ୍ପିଟାଲ୍ ଦୁଇଟି ଖୁବ୍ ଉଚ୍ଚକୋଟୀର ଏବଂ ଏହିଭଳି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ଆବଶ୍ୟକତା ଦୁଆଲାରେ ଥିବା ବେଳେ ଆମେ ମଧ୍ୟ ଏକ ପ୍ରକଳ୍ପ ଆରମ୍ଭ କରିବାର ଯୋଜନା କରିବୁ ବୋଲି ଶ୍ରୀ ଫୋଟ୍‌ସୋ କହିଥିଲେ।

ଗତ ଫେବୃଆରୀ ମାସରେ ସୋଆ ଏବଂ ହିଟାସ୍ ମଧ୍ୟରେ କ୍ୟାମେରୁନ୍‌ର ଛାତ୍ରଛାତ୍ରୀଙ୍କୁ ସୋଆରେ ପ୍ରଶିକ୍ଷଣ ଓ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଏହି ଅବସରରେ ବାଂଜୁଙ୍ଗର ରାଜା ଡକ୍ଟର କାମ୍‌ଗା କହିଥିଲେ ଯେ କ୍ୟାମେରୁନ୍‌ରେ ଏକ ମେଡିକାଲ୍ କଲେଜ ଆରମ୍ଭ କରିବା ନେଇ ସୋଆର ସହଯୋଗ ଆବଶ୍ୟକ। ସେହିପରି ଚିକିତ୍ସା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ନିମନ୍ତେ କ୍ୟାମେରୁନ୍‌ର ରୋଗୀମାନେ ସୋଆ ପରିଚାଳିତ ହସ୍ପିଟାଲଗୁଡ଼ିକୁ ଆସିବା ନେଇ ସେ ଗୁରୁତ୍ୱ ଦେଇଥିଲେ।

ପ୍ରଫେସର ନନ୍ଦ କହିଥିଲେ ଯେ ପ୍ରତିନିଧିମାନେ ସୋଆର ବିଭିନ୍ନ ଅନୁଷ୍ଠାନ ବୁଲିବା ସହିତ ଏହା କିଭଳି ଭାବେ ପରିଚାଳିତ ସେ ବିଷୟରେ ଜ୍ଞାନ ଆହରଣ କରିଥିଲେ। ସକାଳେ ପ୍ରତିନିଧି ଦଳ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ ପରିଦର୍ଶନରେ ଯାଇଥିଲେ।

ସେଠାରେ ଆସିଷ୍ଟାଂଟ ପ୍ରଫେସର ଥିବା ପ୍ରଫେସର ସଂଦୀପ୍ତା ପାଢ଼ୀଙ୍କ ଦ୍ୱାରା ଲିଖିତ ‘ସରୋଗେସି ଇନ୍ ଏ ଗ୍ଲୋବାଲାଇଜ୍‌ଡ ୱର୍ଲ୍ଡ’ ପୁସ୍ତକକୁ ବାଂଜୁଙ୍ଗ୍‌ର ରାଜା ଉନ୍ମୋଚିତ କରିଥିଲେ। ସେଠାରେ ପ୍ରଫେସର ମରିସ୍ କାମ୍‌ଗା “ଏବିସି ଅଫ୍ ଦି ଇନଟରନ୍ୟାସ୍‌ନାଲ୍ ଲ ଅଫ୍ ଦି ସି” ପ୍ରସଙ୍ଗରେ ଏକ ବକ୍ତବ୍ୟ ରଖିଥିଲେ। ଏଥିରେ ଶିକ୍ଷାନୁଷ୍ଠାନର ଡିନ୍‌
ପ୍ରଫେସର ଏସ୍‌. ଏ. କେ.ଆଜାଦଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସୋଆ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସ ଓ ଆଉଟରିଚ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଅତିଥି ପରିଚୟ ଦେବା ସହିତ ପ୍ରତିନିଧି ଦଳଙ୍କୁ ପରିଦର୍ଶନରେ ସକ୍ରିୟ ସହାୟତା ଯୋଗାଇଥିଲେ। ରବିବାର ଦିନ ଡେଲିଗେସନ୍ ସୋଆରେ ଅଧ୍ୟୟନରତ କ୍ୟାମେରୁନ୍ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗବେଷଣା ପ୍ରସ୍ତୁତିକୁ ନେଇ ଏନ୍‌ଆର୍‌ଡିସି ଟିମ୍‌ର ସୋଆ ପରିଦର୍ଶନ

ଭୁବନେଶ୍ୱର: ନିକଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏନ୍‌ଆର୍‌ଡିସି ଏକ ୨ ଜଣିଆ ଦଳ ସୋଆ ଗବେଷକମାନଙ୍କ ସହ ଆଲୋଚନା କରିବା ନିମନ୍ତେ ଗତ ଅଗଷ୍ଟ ୧ ଓ ୨ରେ ସୋଆ ଗସ୍ତରେ ଆସିଥିଲେ।

ଶୁଷ୍କ ଆଖି, ଗଳା ସଂକ୍ରମଣ ତଥା କର୍କଟ ଚିକିତ୍ସା ବେଳେ ଉପୁଜୁଥିବା ସମସ୍ୟାର ଉପଶମ ନିମନ୍ତେ ସୋଆର ଗବେଷକମାନେ ସରଳ, ବ୍ୟୟସାପେକ୍ଷ ଓ ଅଭିନବ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ୍ ବିକଶିତ କରିଛନ୍ତି। ଏହି ଟେକ୍ନୋଲୋଜିର ବିକାଶ ନିମନ୍ତେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧିନସ୍ଥ ଏନ୍‌ଆର୍‌ଡିସି ସହ ଏହି ବୁଝାମଣା କରାଯାଇଥିଲା।

ଏନ୍‌ଆରଡିସିର ପ୍ରମୁଖ ତଥା ମୁଖ୍ୟ (ବାୟୋଟେକ୍ନୋଲୋଜି) ଏବଂ ଲିଗାଲ ରୟାଲଟି ଓ ରେଗୁଲୋଟାରୀ ଆଫେୟାର୍ସର ଇନ୍‌ଚାର୍ଜ ଶ୍ରୀ ଅମିତାଭ ମିଶ୍ର ଓ ଟେକ୍ନିକାଲ୍ ଆସିଷ୍ଟାଂଟ ଶ୍ରୀମତି ପ୍ରିୟଙ୍କା ଅସୱାଲ୍ ସୋଆର ବିଭିନ୍ନ କେନ୍ଦ୍ର ବୁଲି ଗବେଷଣା ସମ୍ବନ୍ଧୀୟ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଗବେଷକମାନଙ୍କ ସହିତ ଆଲୋଚନା କରିଥିଲେ ବୋଲି ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥ କହିଛନ୍ତି ।

ଏନ୍‌ଆର୍‌ଡିସି ଭାରତର ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପାନୁଷ୍ଠାନରେ ଅଭିନବ ଟେକ୍ନୋଲୋଜି ବିକାଶ ନେଇ ସହଯୋଗ କରିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାଏ ।

ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ ସେ ଏହି ତିନୋଟି ଗବେଷଣା ମଧ୍ୟରୁ ଗୋଟିକୁ ନେଇ ଏକ ବେସିକ୍ ଇଞ୍ଜିନିୟରିଂ ଡିଜାଇନ୍ ପ୍ୟାକେଜ (ବିଇଡିସି) ପ୍ରସ୍ତୁତ କରିବେ ।
ଏହି ଅବସରରେ ଶ୍ରୀ ମିଶ୍ର ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ଏସ୍‌. ସି. ସି ଙ୍କ ସମେତ ଫ୍ୟାକଲ୍ଟିମାନଙ୍କ ସହ ଆଲୋଚନା କରିଥିଲେ । ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।