Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ମିନିଗଲ୍‌ଫ୍ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କୁ ସୋଆ ସଭାପତିଙ୍କ ଅଭିନନ୍ଦନ

ଭୁବନେଶ୍ୱର: ନିକଟରେ ନାଗପୁର ଠାରେ ଆୟୋଜିତ ୯ମ ଜାତୀୟ ମିନିଗଲ୍ଫ ଚାମ୍ପିୟନ୍‌ସିପ୍‌ରେ ସଫଳତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ମାର୍ଚ୍ଚ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିୟନ୍‌ସିପ୍ ଆୟୋଜିତ ହୋଇଥିବା ବେଳେ ଏଥିରେ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଉଭୟ ପୁରୁଷ ଓ ମହିଳା ଟିମ୍‌ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଥିଲେ। ୧୮ଟି ରାଜ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଓଡ଼ିଶାରୁ ୨୪ ଜଣ ଖେଳାଳି ଏହି ଚାମ୍ପିୟନ୍‌ସିପ୍‌ରେ ସାମିଲ ହୋଇଥିଲେ। ପ୍ରତିଯୋଗିତାରେ ଓଡିଶା ମୋଟ୍ ୨୨ଟି ପଦକ ହାସଲ କରିଥିଲା। ସେଥିମଧ୍ୟରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ୪ଟି ସ୍ୱର୍ଣ୍ଣ ଓ ୨ଟି କାଂସ୍ୟ ପଦକ ସହ ମୋଟ ୬ଟି ପଦକ ହାସଲ କରିଛନ୍ତି।

ଏହି କୃତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ପ୍ରଥମ ବର୍ଷ ଛାତ୍ର ଭିନୀତ ଦାସ, ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ଦ୍ୱିତୀୟ ବର୍ଷ ଛାତ୍ର ରୋମିତ ରୋଶନ୍ ପ୍ରଧାନ ଏବଂ ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍ ର ତୃତୀୟ ବର୍ଷ ଛାତ୍ରୀ ଆଦ୍ୟାଶା ମିଶ୍ର ଓ ଅମ୍ରିତା ଦାସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ସୋଆ ପରିଚାଳିତ ଆଇଟିଇଆରର ଇଲେକ୍ଟ୍ରିକାଲ୍‌, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ୍ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ମଧ୍ୟ ମହିଳା ଦଳ ନିମନ୍ତେ ଖେଳି କାଂସ୍ୟ ପଦକ ହାସଲ କରିଥିବା ବେଳେ ରୋମିତ ରୋଶନ ପ୍ରଧାନ ମଧ୍ୟ ଆଉ ଏକ କାଂସ୍ୟ ପଦକ ଲାଭ କରିଥିଲେ।

ଏହି କୃତି ଖେଳାଳି ମାନେ ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର)
ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଏହି ଚାମ୍ପିଅନସିପ୍‌ରେ ଭାଗ ନେଇଥିବା ଖେଳାଳିମାନଙ୍କର ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଏହି ଅବସରରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ଉପସ୍ଥିତ ଥିଲେ। ଓଡିଶା ମିନି ଗଲ୍ଫ ଆସୋସିଏସ୍‌ନ୍‌ର ସଚିବ ବିକାଶ ପଟ୍ଟନାୟକଙ୍କ ତ୍ୱତାବଧାନରେ ଏହି ଦଳ
ପ୍ରତିଯୋଗିତାରେ ଭାଗ ନେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଏନ.ସି.ସି.ବି.ଏମ ଡିରେକ୍ଟର ଜେନେରାଲଙ୍କ ସୋଆ ସଭାପତିଙ୍କ ସହ ଆଲୋଚନା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ.) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଗୁରୁବାର ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ନ୍ୟାସନାଲ କାଉନସିଲ ଫର ସିମେଂଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସର ଡାଇରେକ୍ଟର ଜେନେରାଲ ଡକ୍ଟର ବିବେକାନନ୍ଦ ମହାପାତ୍ର।

ସାକ୍ଷାତ ସମୟରେ ଦୁଇ ଅନୁଷ୍ଠାନ ମଧ୍ୟରେ ଗବେଷଣା, ପ୍ରଶିକ୍ଷଣ ଓ କୌଶଳ ବିକାଶକୁ ନେଇ ସହଭାଗିତା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବୈଜ୍ଞାନିକଙ୍କ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା।

ଏହି ଆଲୋଚନା ସମୟରେ ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ବିଭିନ୍ନ ବିଭାଗର ମୁଖ୍ୟ ଏବଂ ସୋଆର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।