Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୫ କେଜି ଗଞ୍ଜେଇ ସହ ସ୍କୁଟି ଜବତ, ଚାଲଣାକାରୀ ଫେରାର୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ତରଫରୁ ଭୋରରୁ ଏମ୍ ଭି ଆଇ ଚେକିଙ୍ଗ ଚାଲୁଥିବା ସମୟରେ ଏକ ସ୍କୁଟିରୁ ୧୫ କେଜି ଗଞ୍ଜେଇ ସହ ସ୍କୁଟିକୁ ଚାରମାଳ ପୋଲିସ୍ ଜବତ କରିଛି।

ପୋଲିସ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ, ଚାରମାଳ ପୋଲିସ୍ ଚେକିଙ୍ଗ କରୁଥିବା ସମୟରେ ରେଢ଼ାଖୋଲ ପଟୁ ଏକ ସ୍କୁଟିରେ ଜନୈକ ବ୍ୟକ୍ତି ଏକ ବସ୍ତାରେ ଗଞେଇ ଧରି ଚାରମାଳ ପଟକୁ ଯାଉଥିବା ବେଳେ ପୋଲିସ୍ ହାବୁଡ଼ରେ ପଡ଼ିଯାଇଥିଲା। ପୋଲିସକୁ ଦେଖି ସ୍କୁଟି ଛାଡ଼ି ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା।

ଚାରମାଳ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Categories
ଆଞ୍ଚଳିକ

ବାଣପୁର: ଆଜି ପୁଣି ଦେଶୀ ମଦ ଜବତ କଲା ଅବକାରୀ ବିଭାଗ, ସ୍କୁଟି ଜବତ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ମଦ କାରବାର ବଢ଼ିବାରେ ଲାଗିଛି। ବାରମ୍ବାର ପୋଲିସ ଓ ଅବକାରୀ ଚଢ଼ାଉ କରିବା ସତ୍ତ୍ୱେ ମଦ ବେପାରି ନଛୋଡବନ୍ଧା। ଗତକାଲି ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଅବକାରୀ ବିଭାଗ ଏକ ଦେଶୀ ମଦ ବୋଝେଇ ଅଟୋ ଜବତ କରିଥିବା ବେଳେ ଆଜି ପୁଣି ଉକ୍ତ ଅଞ୍ଚଳରୁ ଦେଶୀ ମଦ ଜବତ କରିଛି।

ଖବର ମୁତାବକ ଆଜି ସକାଳେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ପାଟ୍ରୋଲିଂ କରୁଥିବା ବେଳେ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଏକ ସ୍କୁଟି ଜବତ କରିବା ସହ ତନ୍ମଧ୍ୟରୁ ୯୦ ଲିଟର ଦେଶୀ ମଦ ଜବତ କରିଛନ୍ତି। ସ୍କୁଟି ଚାଳକ ସୁମନ୍ତ ବରାଳ (୩୪) ଗିରଫ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।