Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଏଣିକି ସ୍କୁଲ ଫି’ ହ୍ରାସ କରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ସ୍କୁଲ ଫି ହ୍ରାସ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସ୍କୁଲ ଫି ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି। ଅଣଅନୁଦାନ ଓ ଅନୁଦାନ ପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରାଯିବ। ସେଥିପାଇଁ ସରକାର ୭ ଟି ସ୍ଲାବ ନିର୍ଦ୍ଧାରଣ କରିଛନ୍ତି।

ବାର୍ଷିକ ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ସ୍କୁଲ ଫି’ ଥିଲେ, ତାହା ୭.୫% ଛାଡ ହେବ।

୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ସ୍କୁଲ ଫି’ ଥିଲେ, ୧୨% ଛାଡ

୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ଥିଲେ, ୧୫ % ଛାଡ ହେବ।

୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ୨୦% ଛାଡ।

୭୨ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ସ୍କୁଲ ଫି’ ଥିଲେ, ୨୫% ଛାଡ ହେବ।

ଏକ ଲକ୍ଷରୁ ଅଧିକ ସ୍କୁଲ ଫି’ ଥିଲେ ୨୬ % ପର୍ଯ୍ୟନ୍ତ ଛାଡ ହେବ।

ହଷ୍ଟେଲ ଫି’ ୩୦% ଛଡା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏହା ସହିତ ବିଦ୍ୟାଳୟଗୁଡିକ ପରିବହନ ଏବଂ ଖାଦ୍ୟ ବାବଦରେ ମନ ଇଚ୍ଛା ଅର୍ଥ ଆଦାୟ କରିପାରିବେ ନାହିଁ।

ସୂଚନା ଯୋଗ୍ୟ ଯେ, ଗତ ୭ ତାରିଖରେ ଓଡିଶା ହାଇକୋର୍ଟ ସ୍କୁଲ ଫି’ ଛାଡ ନିଷ୍ପତ୍ତି ପ୍ରସଙ୍ଗରେ ସରକାରଙ୍କ ଉପରେ ଛାଡି ଦେଇଥିଲେ। ତେବେ ଏନେଇ ଆଜି ରାଜ୍ୟ ସରକାର ସ୍କୁଲ ଫି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।