Categories
ଆଜିର ଖବର ରାଜ୍ୟ ଖବର

ଭାରତରେ ପହଞ୍ଚିଲା ସ୍ପୁଟନିକ-ଭି ଟୀକା: କରୋନା ଭୂତାଣୁ ଲଢେଇରେ ୯୧ ପ୍ରତିଶତରୁ ଅଧିକ ସଫଳ

ନୂଆଦିଲ୍ଲୀ: ଜରୁରୀକାଳିନ ବ୍ୟବହାର ପାଇଁ ଋଷ ଟୀକା ସ୍ପୁଟନିକ-ଭି ଭାରତରେ ପହଞ୍ଚିଛି। ଋଷରୁ ପ୍ରଥମ ବ୍ୟାଚ ଟୀକା ଆଜି ଭାରତରେ ପହଞ୍ଚିଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ବିମାନ ବନ୍ଦରରେ ଏହି ଟୀକା ପହଞ୍ଚିଛି। ହାଇଦ୍ରାବାଦ ବିମାନବନ୍ଦରରୁ ଦେଶର ବିଭିନ୍ନ ଅଞ୍ଚଳକୁ ଏହି ଟୀକା ପଠାଯିବ ବୋଲି ଜଣାପଡିଛି। ଫଳରେ ଭାରତକୁ ବଡ ଆଶ୍ଵସ୍ତି ମିଳିଛି। ଟୀକାର ଅଭାବ ଭିତରେ ଭାରତକୁ ଆଉ ଏକ ଟୀକା ମିଳିବା ଏକ ଭଲ ଖବର ବୋଲି କୁହାଯାଉଛି।

ତେବେ ବର୍ତ୍ତମାନ ଭାରତରେ ଏବେ ସ୍ଵଦେଶୀ ଟୀକା କୋଭାକ୍ସିନ ଏବଂ କୋଭିସିଲ୍ଡ ଚାଲିଥିବା ବେଳେ ତୃତୀୟ ଟୀକା ଭାବେ ସ୍ପୁଟନିକ-ଭିକୁ ଖୁବ ଶୀଘ୍ର ଟୀକାକରଣରେ ସାମିଲ କରାଯିବ ବୋଲି ଆଶା କରାଯାଉଛି। କରୋନା ଭୂତାଣୁ ଲଢେଇରେ ଏହି ଟୀକା ୯୧ ପ୍ରତିଶତରୁ ଅଧିକ ସଫଳ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।