Categories
ଆଞ୍ଚଳିକ

ବାଲୁଗାଁ ଏନ୍.ଏ.ସି ରେ ଜାତୀୟ ପତାକା ଉତ୍ତୋଳନ କଲେ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପବିତ୍ର ୭୭ ତମ ସ୍ୱାଧିନତା ଦିବସ ଅବସରରେ ବାଲୁଗାଁ ଏନ୍.ଏ.ସି. ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏନ୍.ଏ.ସି. କାର୍ଯ୍ୟାଳୟଠାରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍.ଏ.ସି. ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଏହାପରେ ଗାନ୍ଧିଛକଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହାପରେ ଅଧ୍ୟକ୍ଷା ମହୋଦୟା ସାନ୍ତରାପୁର ସ୍କୁଲ, ମୁସଲିମ ସାହିରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ବାଲୁଗାଁ ଏନ୍.ଏ.ସି. ଅନ୍ତର୍ଗତ ସମସ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏନ୍.ଏ.ସି. ତରଫରୁ ବିସ୍କୁଟ୍ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା।

ଏହି ସବୁ କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ତଥା ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠୀ, ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ୱାଇଁ, ବିଧାୟକ ପ୍ରତିନିଧି ଜୟନ୍ତ କୁମାର ସ୍ୱାଇଁ, ଏମ୍.ପି. ପ୍ରତିନିଧି ଅକ୍ଷୟ ରଣସିଂହ, ମହିଳା ଗ୍ରୁପ୍ ର ସଦସ୍ୟମାନେ ଆଦି ଉପସ୍ଥିତ ଥିଲେ।

ଅଧ୍ୟକ୍ଷା ମହୋଦୟା ତାଙ୍କ ବକ୍ତବ୍ୟରେ ବାଲୁଗାଁ ଏନ୍.ଏ.ସି.କୁ ଏକ ସରସ, ସୁନ୍ଦର ଏବଂ ସମୃଦ୍ଧ ସହରରେ ପରିଣତ କରିବା ପାଇଁ ସର୍ବଦା ଚେଷ୍ଟିତ ବୋଲି ନିଜର ବକ୍ତବ୍ୟ ରଖିଥିଲେ।