Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଶ୍ଵକପ ହକି: ନ୍ୟୁଜିଲ୍ୟାଣ୍ଡକୁ ୪-୦ ରେ ହରାଇଲା ନେଦରଲ୍ୟାଣ୍ଡ, ମାଲେସିଆ ଠାରୁ ଚିଲି ପରାସ୍ତ

ଭୁବନେଶ୍ବର: ଆଜି ହକି ବିଶ୍ୱକପ-୨୦୨୩ ର ଗ୍ରୁପ୍-ସି ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ଦଳ ସହ ନେଦରଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ୪-୦ ରେ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ନେଦରଲ୍ୟାଣ୍ଡ ପାଇଁ ବ୍ରିଙ୍କନ୍ ଥେରି ଦୁଇଟି ଗୋଲ କରିଥିଲେ। ଏଥି ସହିତ ନେଦରଲ୍ୟାଣ୍ଡ ଦଳ ଶେଷ ପର୍ଯ୍ୟନ୍ତ ଏହାର ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା। ଏହା ବ୍ୟତୀତ ମାଲେସିଆ ଅନ୍ୟ ଏକ ମ୍ୟାଚରେ ଚିଲିକୁ ୩-୨ ରେ ପରାସ୍ତ କରିଛି। ଏହି ପରାଜୟ ପରେ ହକି ବିଶ୍ୱକପ-୨୦୨୩ ରେ ଚିଲିର ଯାତ୍ରା ଶେଷ ହୋଇଛି।

ବର୍ତ୍ତମାନ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଫ୍ରାନ୍ସ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସନ୍ଧ୍ୟା ୫ ଟା ରୁ ଖେଳ ଆରମ୍ଭ ହୋଇଛି। ଆଜିର ଶେଷ ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।