Categories
ଆଜିର ଖବର ଜାତୀୟ ଖବର

ବିଜେପି ସାଂସଦ ହରଦ୍ୱାର ଦୁବେଙ୍କ ଦେହାନ୍ତ: ଦିଲ୍ଲୀରେ ଚାଲିଥିଲା ଚିକିତ୍ସା

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ହରଦ୍ୱାର ଦୁବେଙ୍କ ଦେହାନ୍ତ ହୋଇଛି। ସେ ଦିଲ୍ଲୀର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୁଅ ପ୍ରାଂଶୁ ଦୁବେ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟସଭା ସଦସ୍ୟ ହରଦ୍ୱାର ଦୁବେଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବିଜେପି ନେତାଙ୍କ ଦେହାନ୍ତରେ ଶୋକର ଲହରୀ ଖେଳିଯାଇଛି।