Categories
ଅପରାଧ ଆଜିର ଖବର ଜାତୀୟ ଖବର

ହସ୍ପିଟାଲ ଆଇସିୟୁରେ ଜଣେ ୨୨ ବର୍ଷିୟା ଯୁବତୀକୁ ଗଣଦୁଃଷ୍କର୍ମ: ଜଣେ ଅଭିଯୁକ୍ତ ଗିରଫ

ପାନିପତ: ହରିୟଣାର ପାନିପତରେ ଜଣେ ୨୨ ବର୍ଷିୟା ଯୁବତୀ ସହିତ ଗଣଦୁଃଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲ ଆଇସିୟୁରେ ଦୁଇ ଜଣ କର୍ମଚାରୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ବାପାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅର ବିପି ରେଟ କମ ହେବାରୁ ଅସୁସ୍ଥତା ଅନୁଭବ କରିଥିଲେ। ଯାହାଫଳରେ ୨୫ ଜାନୁୟାରୀରେ ତାଙ୍କୁ ନିକଟସ୍ଥ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ହେଲେ ଜଣେ କର୍ମଚାରୀଙ୍କ ଛୁଟି ହୋଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ। ପରେ ବିଳମ୍ବିତ ରାତିରେ ଝିଅର ବେଡ଼ର ଚାରି ପଟେ ପର୍ଦ୍ଦା ଲଗାଇଦେଇଥିଲା। ଏବଂ ଏକ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ଝିଅ ସହିତ ରହିଥିଲା ଏହା ପରେ ଆଉ ଜଣେ କର୍ମଚାରୀ ଆସିଥିଲା ଏବଂ ସେ ମଧ୍ୟ ଏକ ଘଣ୍ଟା ପର୍ଯ୍ୟନ୍ତ ଭିତରେ ରହିଥିଲା। ସକାଳେ ଯେତେବେଳେ ପୀଡ଼ିତାଙ୍କ ସମ୍ପର୍କୀୟ ତାଙ୍କ ନିକଟରେ ପହଞ୍ଚିଲେ , ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ଏନେଇ ପରିବାର ଲୋକ ପାନିପତ ଥାନାରେ ଏତଲା ଦେଇଛନ୍ତି।

ତେବେ ପାନିପତ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି। ପାନିପତ ଡିଏସପି ସତୀଶ ବତ୍ସ କହିଛନ୍ତି ଯେ, ଜଣେ କର୍ମଚାରୀ ପର୍ଦ୍ଦା ବନ୍ଦ କରି ଏକ ଘଣ୍ଟା ପର୍ଯ୍ୟନ୍ତ ଭିତରେ ରହିଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ଜଣାପଡୁଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରି ଅନ୍ୟ ଜଣଙ୍କୁ ପୋଲିସ ଖୋଜୁଛି।