Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନାଜି ସୈନିକଙ୍କୁ ସମ୍ମାନିତ କରାଯିବା ପରେ କାନାଡା ସଂସଦର ବାଚସ୍ପତି ଦେଲେ ଇସ୍ତଫା

ନୂଆଦିଲ୍ଲୀ: ନାଜି ସୈନିକଙ୍କୁ କାନାଡା ସଂସଦକୁ ନିମନ୍ତ୍ରଣ କରାଯାଇ ସମ୍ମାନିତ କରାଯିବା ପରେ ବାଚସ୍ପତି ଆନ୍ଥୋନୀ ରୋଟା ଇସ୍ତଫା ଦେଇଛନ୍ତି। ହାଉସ ଅଫ୍ କମନ୍ସର ବାଚସ୍ପତି ଇସ୍ତଫା ଦେଇଛନ୍ତି। ସେ ପ୍ରଥମେ ଇସ୍ତଫା ଦେବାର ଆହ୍ଵାନକୁ ବିରୋଧ କରିଥିଲେ। କିନ୍ତୁ ମଙ୍ଗଳବାର ଦିନ ଓଟାୱାରେ ଦଳର ନେତାଙ୍କୁ ଭେଟିବା ପରେ ସେ ଇସ୍ତଫା ଦେଇଥିଲେ।

ଆନ୍ଥୋନୀ ରୋଟା ସଂସଦକୁ କହିଛନ୍ତି ଯେ, ମୁଁ ନିଶ୍ଚିତ ଭାବରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଉଚିତ… ମୁଁ ମୋର ଗଭୀର ଦୁଃଖ ପ୍ରକାଶ କରୁଛି। ପ୍ରକାଶ ଥାଉ ଯେ, ନିକଟରେ ୯୮ ବର୍ଷିୟ ନାଜି ସୈନିକ ୟାରୋସ୍ଲାଭ ହୁଙ୍କାଙ୍କୁ କାନାଡିୟ ସାଂସଦମାନେ ସମ୍ମାନିତ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲର ନାଜି ସେନା ପକ୍ଷରୁ ୟାରୋସ୍ଲାଭ ହୁଙ୍କା ଯୁଦ୍ଧ କରିଥିଲେ। ହୁଙ୍କା ନାଜି ଏସଏସ୍ ର ଜଣେ ସୈନିକ ଥିଲେ। ନାଜି ଏସଏସ୍ ହିଟଲରଙ୍କ ନିର୍ଦ୍ଦେଶରେ ୟୁରୋପରେ ଲକ୍ଷ ଲକ୍ଷ ଯିହୁଦୀଙ୍କୁ ହତ୍ୟା କରିଥିଲେ।

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଜଣେ ନାଜି ସୈନିକଙ୍କୁ ନିମନ୍ତ୍ରଣ ଓ ସମ୍ମାନିତ କରିବା ପରେ ଅନେକ ବିରୋଧୀଦଳ ନେତା ଏବଂ ଯିହୁଦୀ ଗୋଷ୍ଠୀ ସରକାରଙ୍କୁ ନିନ୍ଦା କରିଥିଲେ। ଟ୍ରୁଡୋ କଳ୍ପନା ମଧ୍ୟ କରିନଥିଲେ ଯେ, ଏହି ପଦକ୍ଷେପକୁ ଏତେ ବିରୋଧ କରାଯିବ। ବିବିସି ରିପୋର୍ଟ ଅନୁଯାୟୀ ସଂସଦର ବାଚସ୍ପତି ଏହି ପ୍ରସଙ୍ଗରେ ଇସ୍ତଫା ଦେଇଛନ୍ତି।