Categories
ଖେଳ ବିଶେଷ ଖବର ରାଜ୍ୟ ଖବର

ଚମ୍ପିୟାନ ଭାରତ ଟିମ ପାଇଁ ୧ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭାରତ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ୨୦୨୩ ର ଚାମ୍ପିଅନ୍ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଚାଲିଥିବା ଏହି କ୍ରୀଡାରେ ଭାରତର ନୀଳ ଟାଇଗରମାନେ ଲେବାନନକୁ ପରାସ୍ତ କରିଛି।

ଅଧିନାୟକ ସୁନୀଲ ଛେତ୍ରୀ ଏବଂ ଲାଲାନିଆଜୁୱାଲା ଚାଙ୍ଗେ ୨-୦ ଗୋଳ ଦେଇ ବିଜୟ ହାସଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଖୁସି ଜନତାଙ୍କ ଆଗରେ ଚାମ୍ପିୟନମାନଙ୍କୁ  ଟ୍ରଫି ପ୍ରଦାନ କରିଥିଲେ।

ଏହି ମହାନ୍ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାମ୍ପିଅନ୍ସ ଟିମ୍ ଭାରତ ପାଇଁ ଏକ କୋଟି ଟଙ୍କା ଘୋଷଣା କରିଛନ୍ତି।

ଷ୍ଟାଡିୟମରେ ଭରପୁର ଦର୍ଶକଙ୍କ ଗହଣରେ ଭାରତୀୟ ଏବଂ ଲେବାନୀୟ କଣ୍ଟିଜେଣ୍ଟର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ପ୍ରଦାନ କରିଥିଲେ। ଉଦଜାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାମ୍ପିୟନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି, “ଏହି ସମ୍ମାନଜନକ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଆୟୋଜନ କରିବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ। କ୍ରୀଡା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭାରତକୁ ଅଭିନନ୍ଦନ ଜଣାଉଛି। ଓଡିଶା ଆହୁରି ଅନେକ ଫୁଟବଲ୍ ପ୍ରତିଯୋଗୀତାର ଆୟୋଜନ କରିବ ବୋଲି ନବୀନ କହିଥିଲେ।

ଏହି ଐତିହାସିକ ରାତିରେ କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ ତୁଷାରକାନ୍ତ ବେହେରା, ୫ ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍, କ୍ରୀଡ଼ା ସଚିବ ଭିନୀଲ କୃଷ୍ଣା, ଏଆଇଏଫ୍ଏଫ୍ ସଭାପତି କଲ୍ୟାଣ ଚୁଭେ, ସେକ୍ରେଟେରୀ ଜେନେରାଲ୍, ଏଆଇଏଫ୍ଏଫ୍, ଶାଜି ପ୍ରଭାକରନ୍ ଏବଂ ଓଡିଶାର ଫୁଟବଲ୍ ଆସୋସିଏସନ୍ ସଂପାଦକ ଆଶିର୍ବାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।