Categories
ଆଜିର ଖବର ଜାତୀୟ ଖବର

କେମିକାଲ ମିଶା ରଙ୍ଗ ଫିଙ୍ଗିଲେ ଦୁର୍ବୃତ୍ତ: ହୁଗୁଳି ସାଂସଦ ତଥା ବିଜେପି ବିଧାୟକ ପ୍ରାର୍ଥୀ ଲକେଟ ଚାଟ୍ଟାର୍ଜୀ ଅସୁସ୍ଥ

କଲିକତା: ପଶ୍ଚିମବଙ୍ଗ ହୁଗୁଳି ସାଂସଦ ତଥା ଚୁଞ୍ଚୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଲକେଟ ଚାଟ୍ଟାର୍ଜୀଙ୍କ ଉପରକୁ କେମିକାଲ ମିଶା ରଙ୍ଗ ଫିଙ୍ଗା ଯାଇଛି। ଯାହାଦ୍ୱାରା ରଙ୍ଗ ତାଙ୍କ ଆଖି ମଧ୍ୟରେ ପସି ଯାଇଥିଲା। ଫଳରେ ସେ ହଠାତ ଅସୁସ୍ଥ ହୋଇପଡିଛନ୍ତି। ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି।

ତେବେ ଟିଏମସି ଏଭଳି କାର୍ଯ୍ୟ କରିଛି ବୋଲି ବିଜେପି ଅଭିଯୋଗ କରିଛି। ଏହା ସହିତ ଚାରି ପାଞ୍ଚ ଜଣ ଟିଏମସି ବ୍ୟାଚ ପିନ୍ଧିଥିବା ଲୋକ ଆସି ତାଙ୍କ ଉପରକୁ ରଙ୍ଗ ଫିଙ୍ଗିଛନ୍ତି ବୋଲି ଲକେଟ ଅଭିଯୋଗ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ବିଜେପି ନେତା ସୌମେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ମଧ୍ୟ ବିଜେପି ଅଭିଯୋଗ କରିଥିଲା। ଏଥିରେ ସୌମେନ୍ଦୁଙ୍କ ଗାଡି ଚାଳକ ଆହତ ହୋଇଥିବା କୁହାଯାଇଥିଲା।