Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର କରିପାରିଲାନି ଅବତରଣ, ଗଲା ଝାରସୁଗୁଡା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି। ଆଜି କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଭୁବନେଶ୍ବରରେ ଅବତରଣ କରିପାରିଲା ନାହିଁ। ବହୁ ସମୟ ଧରି ଭୁବନେଶ୍ବର ଆକାଶରେ ଉଡିବା ପରେ ମଧ୍ୟ ଅବତରଣ ପାଇଁ ଅନୁମତି ମିଳିଲା ନାହିଁ। ଫଳରେ ହେଲିକାପ୍ଟରକୁ ଝାରସୁଗୁଡା ଫେରାଇ ନିଆଯାଇଛି।

ବର୍ତ୍ତମାନ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ସୁରକ୍ଷିତ ଭାବେ ଅବତରଣ କରିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୁରକ୍ଷିତ ଥିବାର ବିଜେଡି ଅଫିସରୁ କୁହାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଖଡିଆଳ ପ୍ରଚାର ସାରି ଭୁବନେଶ୍ବର ଫେରୁଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣାପଡିଛି। ସେଠାରେ ହେଲିକାପ୍ଟର ଯାଞ୍ଚ ପରେ ପୁଣି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଦିଲ୍ଲୀରେ ବିପିନ ରାୱତ, ପତ୍ନୀ ମଧୁଲିକାଙ୍କ କରାଯିବ ଶେଷକୃତ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ଶେଷକୃତ୍ୟ କରାଯିବ। ତାଙ୍କର ମୃତଦେହ ଆଜି ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ସମ୍ଭାବନା ରହିଛି। ଏହାପୂର୍ବରୁ ଆଜି ୱେଲିଙ୍ଗଟନ୍‌ର ମାଡ୍ରାସ ରେଜିମେଣ୍ଟାଲ୍ ସେଣ୍ଟରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବା ପାଇଁ ଆର୍ମି ଷ୍ଟାଫ୍ ମୁଖ୍ୟ ଏମ୍ ନାରାଭାନେ, ଏୟାର ଷ୍ଟାଫ୍ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧରୀ ଏବଂ ନୈସେନା ମୁଖ୍ୟ ଆଡମିରାଲ ହରି କୁମାର ଆଜି ସକାଳେ ୱେଲିଙ୍ଗଟନରେ ପହଞ୍ଚିଛନ୍ତି। ଏହା ପରେ ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଦିଲ୍ଲୀ ଅଣାଯିବ। ଆସନ୍ତାକାଲି ମୃତଦେହକୁ ନୂଆଦିଲ୍ଲୀର ଜେନେରାଲ ରାୱତଙ୍କ ବାସଭବନରେ ରଖାଯିବ। ସେଠାରେ ଲୋକମାନେ ସକାଳ 11 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଶେଷ ଦର୍ଶନ କରିବେ ପାରିବେ।

ଗତକାଲି ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ 11 ଜଣଙ୍କର ମୃତ୍ୟୁ ଘଟିଛି। ଜେନେରାଲ ରାୱତ ଏବଂ ଅନ୍ୟ 13 ଜଣଙ୍କୁ ନେଇ ଯାଉଥିବା ଏକ ମି -17 ଭି -5 ହେଲିକପ୍ଟର ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁରୁରେ ବାୟୁସେନା ଷ୍ଟେସନରୁ କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ତଦନ୍ତ ପାଇଁ ଭାରତୀୟ ବାୟୁସେନା ନିର୍ଦ୍ଦେଶ ଦେଇଛି। ଏହି ଦୁର୍ଘଟଣାରୁ ବଞ୍ଚିଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂ ୱେଲିଙ୍ଗଟନ୍‌ର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଦେଶର ପ୍ରଥମ ଚିଫ ଡିଫେନସ ଷ୍ଟାଫ ଜେନେରାଲ୍ ବିପିନ ରାୱତ 31 ଡିସେମ୍ବର 2016 ରୁ 31 ଡିସେମ୍ବର 2019 ପର୍ଯ୍ୟନ୍ତ ସେନା ମୁଖ୍ୟ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସେନା ହେଲିକାପ୍ଟର ଦୁର୍ଘଟଣାରେ 14 ଜଣଙ୍କ ମଧ୍ୟରୁ 13 ଜଣଙ୍କ ମୃତ୍ୟୁ, ଜାଣନ୍ତୁ କଣ ଥିଲା ପୁରା ଘଟଣା

ନୂଆଦିଲ୍ଲୀ: ଜେନରାଲ ରାୱତକୁ ନେଇ ଯାଉଥିବା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ 13 ଜଣଙ୍କର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ତେବେ ବିପିନ ରାୱାତଙ୍କ ଅବସ୍ଥା ସଂପର୍କରେ ଏ ପର୍ଯ୍ୟନ୍ତ କେହି ସ୍ପଷ୍ଟ କରିନାହାଁନ୍ତି।

ତାମିଲନାଡୁ ନୀଳଗିରି ଜିଲ୍ଲାର କଲେକ୍ଟରଙ୍କ ସୂଚନା ଅନୁସାରେ ଏଥିରେ ଯାତ୍ରା କରୁଥିବା 14 ଜଣଙ୍କ ମଧ୍ୟରୁ 13 ଜଣଙ୍କର ମୃତ୍ୟୁ ହୋଇଛି। 90 ପ୍ରତିଶତ ପୋଡିଯାଇଥିବା ଜଣେ ମାତ୍ର ବଞ୍ଚିଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି। ତେବେ ସେହି ବ୍ୟକ୍ତି କିଏ ସେ ତାହା ସ୍ପଷ୍ଟ ହୋଇ ନାହିଁ। ଜେନରାଲ ରାୱତଙ୍କ ଅବସ୍ଥା ମଧ୍ୟ ଅସ୍ପଷ୍ଟ ରହିଛି।

ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ମଧ୍ୟ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ଦଶ ମିନିଟ ରହି ଫେରି ଆସିଥିଲେ।

ଦୁର୍ଘଟଣା ସଂପର୍କରେ କେମିତି ମିଳିଲା ଖବର

ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁରର ବାୟୁସେନା ଘାଟିରୁ ଆଜି ସକାଳେ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଉଦଗାମଣ୍ଡାଲମର ୱେଲିଙ୍ଗଟନ୍ ଅଭିମୁଖେ ଯାଉଥିଲା, ଯାହା ଓଟି ନାମରେ ମଧ୍ୟ ଜଣାଶୁଣା, ଯେଉଁଠାରେ ଏକ ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜ ଅବସ୍ଥିତ। ତାମିଲନାଡୁର ନୀଳଗିରି ପାହାଡରେ ଦିନ ପ୍ରାୟ 12.20 ମିନିଟରେ ବିପିନ ରାୱାତଙ୍କ ଏହି ହେଲିକାପ୍ଟର ଦୁର୍ଘଟଣା ହୋଇ ଭୂମିଷ୍ଠ ହୋଇଥିଲା।

ଏଥିରେ ମୋଟ 14 ଜଣ ଯାତ୍ରୀ ଥିଲେ। ସେଥିମଧ୍ୟରୁ ପାଞ୍ଚ ଜଣ କର୍ମଚାରୀ ଏବଂ ନଅ ଜଣ ଅଫିସର ଥିଲେ। ଜେନରାଲ ରାୱତ ଏହି ବିମାନରେ ଥିବାର ବାୟୁସେନା ସ୍ପଷ୍ଟ କରିଛି। ଏଥିସହିତ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସହିତ ଥିଲେ ବୋଲି ଜଣାପଡିଛି।

ଏହି ଦୁର୍ଘଟଣା ହେବା ପରେ ପ୍ରତିରକ୍ଷା ପ୍ରତିଷ୍ଠାନ ନିକଟସ୍ଥ କାଟେରୀର ଗ୍ରାମବାସୀମାନେ ପ୍ରଥମେ ଦେଖିଥିଲେ। ସେମାନେ ଦୁର୍ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ଫଳରେ ଜିଲ୍ଲା ପ୍ରଶାସନ କୋଏମ୍ବାଟୁର ଏବଂ ୱେଲିଙ୍ଗଟନ୍‌ରୁ ଆଠଟି ଆମ୍ବଲାନସ ଏବଂ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ମୁତୟନ କରିଥିଲେ।

ଦୁର୍ଘଟଣା ପରେ ପରେ ନୀଳଗିରି ଜିଲ୍ଲା କଲେକ୍ଟରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଉଦଗାଣ୍ଡାଲମର ଏକ ଡାକ୍ତରୀ ଦଳ ଏବଂ କୋଏମ୍ବାଟୁରର ବିଶେଷଜ୍ଞମାନଙ୍କୁ ମୁତୟନ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ସାହାଯ୍ୟ କରିଥିଲେ।

ଦୁର୍ଘଟଣାଗ୍ରସ୍ତ ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଥିଲା। ଯାହା ଫଳରେ ଧ୍ୱଂସାବଶେଷକୁ ଠାବ କରିବା କଷ୍ଟକର ହୋଇ ପଡିଥିଲା। ଘଟଣାସ୍ଥଳରେ ହେଲିକାପ୍ଟରର ଖଣ୍ଡବିଖଣ୍ଡିତ ଅଂଶ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ କେତେକରେ ନିଆଁ ଲାଗି ପାହାଡ ଉପରେ ବିଛାଇ ହୋଇ ପଡି ଥିଲା।

ଉଦ୍ଧାରକାରୀମାନେ ଘନ ଧୂଆଁ ଏବଂ ନିଆଁ ମଧ୍ୟରେ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ବ୍ୟାପାର ହୋଇଥିଲା। ବର୍ତ୍ତମାନ ଉଦ୍ଧାର ହୋଇଥିବା ଶବଗୁଡ଼ିକ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। କାରଣ ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ଗୁରୁତର ଭାବେ ପୋଡି ଯାଇଛନ୍ତି।

ଦୁର୍ଘଟଣା ହୋଇଥିବା ଏହି ହେଲିକାପ୍ଟରଟି ହେଉଛି ମି ସିରିଜ୍ ମଡେଲର। ଏହା ହେଉଛି ଭାରତୀୟ ବାୟୁସେନାର ଏକ ସୁରକ୍ଷିତ ହେଲିକାପ୍ଟର ଯାହା ପ୍ରଧାନମନ୍ତ୍ରୀଙ୍କ ସମେତ ଭିଆଇପିମାନଙ୍କ ଗସ୍ତ ପାଇଁ ବ୍ୟବହାର କରାଯାଇଥାଏ।