Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଯିବ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଚଳିତ ମାସ ଶେଷରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଚଳାଚଳ କରିବ ବୋଲି ଘୋଷଣା କରିଛି। ବର୍ତ୍ତମାନ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦୀୟ ପରିସ୍ଥିତିକୁ ନଜରରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ବର୍ତ୍ତମାନ ୟୁକ୍ରେନରେ ବହୁ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି। ହେଲେ ସେଠାକାର ପରିସ୍ଥିତି ଦେଖି ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେଳେ ଯୁଦ୍ଧ ହୋଇଗଲେ ସେମାନେ ଆଉ ଫେରିପାରିବେ ନାହିଁ ବୋଲି ସନ୍ଦେହ ରହିଛି। ସେଥିପାଇଁ ଏୟାର ଇଣ୍ଡିଆ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଚଳିତ ମାସ 22, 24 ଏବଂ 26 ରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଚଳାଚଳ କରିବ। ଏହି ବିମାନଗୁଡ଼ିକରେ ସିଟ୍ ବୁକିଂ ପାଇଁ ଏୟାର ଇଣ୍ଡିଆ ବୁକିଂ ଅଫିସ୍, ୱେବସାଇଟ୍, କଲ୍ ସେଣ୍ଟର ଏବଂ ପ୍ରାଧିକୃତ ଟ୍ରାଭେଲ ଏଜେଣ୍ଟ ମାଧ୍ୟମରେ ବୁକିଂ ଖୋଲା ଅଛି ବୋଲି କଂପାନୀ ତରଫରୁ କୁହାଯାଇଛି।