Categories
ଆଜିର ଖବର ଖେଳ ଜାତୀୟ ଖବର

କିଏ ଜିତିବ ପର୍ପଲ କ୍ୟାପ୍ ? ଏହି ଦୁଇ ସ୍ପିନରଙ୍କ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଯୋଗିତା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଏହି ସଂସ୍କରଣରେ ପର୍ପଲ କ୍ୟାପ୍ ଜିତିବାର ଦୌଡ ଅତ୍ୟନ୍ତ ମଜାଦାର ଭାବରେ ଚାଲିଛି। ଏହି ଦୌଡରେ ରାଜସ୍ଥାନ ରୟାଲ୍ସ (ଆରଆର) ସ୍ପିନର ୟୁଜଭେନ୍ଦ୍ର ଚହଲ ୨୬ ଟି ୱିକେଟ୍ ନେଇ ଆଗୁଆ ରହିଛନ୍ତି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୱାନିନ୍ଦୁ ହାସରାଙ୍ଗା (ଆରସିବି) ୨୫ ଟି ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜସ୍ଥାନ ଏବଂ ବାଙ୍ଗାଲୋରର ଦଳ ବର୍ତ୍ତମାନ ପ୍ଲେ ଅଫରେ ଅଛନ୍ତି, ତେଣୁ ଏହି ଦୌଡ ଆହୁରି ଆଗକୁ ମଧ୍ୟ ଚାଲିବ।

ଏହି ଦୌଡରେ ପଞ୍ଜାବ କିଙ୍ଗ୍ସର କାଗିସୋ ରାବାଡା, ସନରାଇଜରର ଉମରନ୍ ମଲିକ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ ମଧ୍ୟ ସାମିଲ ଥିଲେ। କିନ୍ତୁ ସେମାନଙ୍କ ଦଳ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଏପରି ପରିସ୍ଥିତିରେ ପର୍ପଲ କ୍ୟାପ୍ ଜିତିବା ପାଇଁ ଏହି ଦୌଡ କେବଳ ଚହଲ ଏବଂ ହାସ୍ରଙ୍ଗା ମଧ୍ୟରେ ହେବ।

୧- ୟୁଜବେନ୍ଦ୍ର ଚହଲ- ୧୫ ଟି ମ୍ୟାଚ- ୨୬ ଟି ୱିକେଟ
୨- ୱାନିନ୍ଦୁ ହାସରାଙ୍ଗା- ୧୫ ଟି ମ୍ୟାଚ- ୨୫ ଟି ୱିକେଟ
୩- କାଗିସୋ ରାବାଡା- ୧୩ ଟି ମ୍ୟାଚ- ୨୩ ଟି ୱିକେଟ
୪- ଉମ୍ରାନ୍ ମଲିକ୍- ୧୪ ଟି ମ୍ୟାଚ- ୨୨ ଟି ୱିକେଟ
୫- କୁଲଦୀପ ଯାଦବ- ୧୪ ଟି ମ୍ୟାଚ- ୨୧ ଟି ୱିକେଟ

ସେହିଭଳି ବଟଲର ଚଳିତ ସିଜନରେ ୧୫ ଟି ମ୍ୟାଚରେ ୭୧୮ ରନ୍ ସଂଗ୍ରହ କରିଛନ୍ତି ଏବଂ ବ୍ୟାଟିଂ ହାରାହାରି ୫୧.୨୯ ଏବଂ ବ୍ୟାଟିଂ ଷ୍ଟ୍ରାଇକ୍ ହାର ୧୪୮.୩୪ ରହିଛି। ରନ୍ ସ୍କୋର କ୍ଷେତ୍ରରେ ସେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ବଟଲରଙ୍କ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲ ଏବଂ ଓପନର୍ କ୍ୱିଣ୍ଟନ୍ ଡି କକ୍ ଦ୍ଵିତୀୟ ଆଉ ତୃତୀୟ ନମ୍ବର ସ୍ଥାନରେ ରହିଛନ୍ତି। କିନ୍ତୁ ଟୁର୍ଣ୍ଣାମେଣ୍ଟରୁ ଲକ୍ଷ୍ନୌର ବିଦା ହେବ ପରେ ଅରେଞ୍ଜ କ୍ୟାପ୍ ଜିତିବା ପାଇଁ ଏହି ଉଭୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ଦୌଡରୁ ଦୂରେଇ ରହିଛନ୍ତି।

୧- ଜୋସ୍ ବଟଲର୍- ୧୫ ଟି ମ୍ୟାଚ, ୭୧୮ ରନ
୨- କେଏଲ ରାହୁଲ- ୧୫ ଟି ମ୍ୟାଚ, ୬୧୬ ରନ
୩- କ୍ୱିଣ୍ଟନ୍ ଡି କକ୍- ୧୫ ଟି ମ୍ୟାଚ, ୫୦୮ ରନ
୪- ଶିଖର ଧାୱନ- ୧୪ ଟି ମ୍ୟାଚ, ୪୬୦ ରନ
୫- ହାର୍ଦ୍ଦିକ ପାଣ୍ଡ୍ୟା- ୧୪ ଟି ମ୍ୟାଚ, ୪୫୩ ରନ

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ୨୦୨୨: ଚହଲଙ୍କ ହାତରୁ ପର୍ପଲ କ୍ୟାପ୍ ଛଡେଇଲେ ଏହି ଶ୍ରୀଲଙ୍କା ସ୍ପିନର

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବୋଲର ୟୁଜଭେନ୍ଦ୍ର ଚହଲଙ୍କ ହାତରୁ ପର୍ପଲ କ୍ୟାପ୍ ବାହାରିଯାଇଛି। ବର୍ତ୍ତମାନ ଏହାକୁ ଆରସିବିର ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହାସାରାଙ୍ଗା ଦଖଲ କରିଛନ୍ତି। ଶୁକ୍ରବାର ରାତିରେ ମ୍ୟାଚରେ ଦୁଇଟି ୱିକେଟ୍ ନେବା ସହିତ ହସରାଙ୍ଗା ଏହି ଆଇପିଏଲ୍ ସିଜନରେ ଚହଲଙ୍କ ୱିକେଟ୍ ସହ ସମାନ ହୋଇ ତାଙ୍କଠାରୁ ପର୍ପଲ କ୍ୟାପ୍ ଛଡ଼ାଇ ନେଇଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୱାନିନ୍ଦୁ ଚଳିତ ସିଜନରେ ୧୩ ଟି ମ୍ୟାଚରେ ୨୩ ଟି ୱିକେଟ୍ ନେଇଛନ୍ତି। ତାଙ୍କର ବୋଲିଂ ଏକୋନୋମି ୭.୪୮ ରହିଛି। ରାଜସ୍ଥାନ ରୟାଲ୍ସର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ସିଜନରେ ୨୩ ଟି ୱିକେଟ୍ ନେଇଛନ୍ତି। ରାଜସ୍ଥାନର ପରବର୍ତ୍ତୀ ମ୍ୟାଚ୍ ରେ ଏହି ପର୍ପଲ କ୍ୟାପ୍ ପୁଣିଥରେ ଚହଲଙ୍କ ପାଖକୁ ଯାଇପାରେ। ବର୍ତ୍ତମାନ ହର୍ଶାଲ ପଟେଲ, କାଗିସୋ ରାବାଡା ଏବଂ କୁଲଦୀପ ଯାଦବ ମଧ୍ୟ ପର୍ପଲ କ୍ୟାପ୍ ଦୌଡରେ ଅଛନ୍ତି।

୧- ୱାନିନ୍ଦୁ ହାସରାଙ୍ଗା: ମ୍ୟାଚ ୧୩- ୱିକେଟ ୨୩- ଇକୋନୋମି ୭.୪୮

୨- ୟୁଜବେନ୍ଦ୍ର ଚହଲ: ମ୍ୟାଚ ୧୩- ୱିକେଟ ୨୩- ଇକୋନୋମି ୭.୫୪

୩- କାଗିସୋ ରାବାଡା: ମ୍ୟାଚ ୧୧- ୱିକେଟ ୨୧- ଇକୋନୋମି ୮.୩୯

୪- ହର୍ଷଲ ପଟେଲ: ମ୍ୟାଚ ୧୨- ୱିକେଟ ୧୮- ଇକୋନୋମି ୭.୭୨

୫- କୁଲଦୀପ ଯାଦବ: ମ୍ୟାଚ ୧୨- ୱିକେଟ ୧୮- ଇକୋନୋମି ୮.୭୧

Categories
ଆଜିର ଖବର ଖେଳ ଜାତୀୟ ଖବର

ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ୟୁଜଭେନ୍ଦ୍ରଙ୍କୁ ସୁର୍ଯ୍ୟକୁମାର କଲେ ଆଲିଙ୍ଗନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆଇପିଏଲ୍ ମ୍ୟାଚ୍ ସମୟରେ ଅନେକ ମଜାଦାର ଦୃଶ୍ୟ ଦେଖାଯାଏ। ଯଦି ମୁମ୍ବାଇ ଇଣ୍ଡିଆନ୍ସର ଦଳ ଖେଳୁଛି, ତେବେ ନିଶ୍ଚିତ ଭାବରେ କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳେ। ଦଳର ବରିଷ୍ଠ ଖେଳାଳି କିରାନ୍ ପୋଲାର୍ଡ ପ୍ରାୟତଃ କିଛି ନା କିଛି କରୁଥିବା ଦେଖାଯାନ୍ତି। କିନ୍ତୁ ଏଥର ସୂର୍ଯ୍ୟକୁମାର ଯାଦବଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ବିଶେଷ ଉତ୍ସବରେ ୟୁଜବେନ୍ଦ୍ର ଚହଲଙ୍କୁ ସୂର୍ଯ୍ୟକୁମାର ଆଲିଙ୍ଗନ କରି କିଛି ସେକେଣ୍ଡ ପାଇଁ ତାଙ୍କ ଆଡକୁ ଚାହିଁ ରହିଛନ୍ତି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ୫ ୱିକେଟରେ ହାରିଛି। ଏହି ମ୍ୟାଚ ସମୟରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରୁଥିଲେ। ଅନ୍ୟପକ୍ଷରେ ଚହଲ ଏହି ଇନିଂସର ଅଷ୍ଟମ ଓଭର ବୋଲିଂ କରୁଥିଲେ। ଏହି ଓଭରର ଶେଷ ବଲରେ ଚହଲ ସୂର୍ଯ୍ୟକୁମାରଙ୍କ ଆଉଟ ପାଇଁ ଆବେଦନ କରିଥିଲେ। ସେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ମନେ ହେଉଥିଲେ। କିନ୍ତୁ ଏହି ନିଷ୍ପତ୍ତି ସୂର୍ଯ୍ୟକୁମାରଙ୍କ ସପକ୍ଷରେ ଥିଲା ଏବଂ ଚହଲ ନିରାଶ ହୋଇଥିଲେ। ଏହା ଦେଖି ସୂର୍ଯ୍ୟକୁମାର ତାଙ୍କୁ ଆଲିଙ୍ଗନ କରି କିଛି ସମୟ ଦେଖିବାରେ ଲାଗିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୯.୨ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ମୁମ୍ବାଇ ପାଇଁ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫ ଟି ଚୌକା ଓ ୨ ଟି ଛକା ସହାୟତାରେ ୩୯ ବଲରେ ୫୧ ରନ୍ ସଂଗ୍ରହ କରିଥିଲେ। ସେହିଭଳି ତିଲକ ବର୍ମା ୩୫ ରନ୍ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ୨୦୨୨: ରାଜସ୍ଥାନର ଖେଳାଳିଙ୍କ ହାତରେ ରହିଛି କମଳା ଏବଂ ବାଇଗଣୀ କ୍ୟାପ୍

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ରେ ରାଜସ୍ଥାନର ଖେଳାଳିମାନେ ପର୍ପଲ ଏବଂ ଅରେଞ୍ଜ କ୍ୟାପ୍ କବଜା କରିଛନ୍ତି। ରାଜସ୍ଥାନ ରୟାଲ୍ସର ୟୁଜଭେନ୍ଦ୍ର ଚହଲ ଚଳିତ ସିଜନରେ ୧୮ ୱିକେଟ୍ ନେଇ ସର୍ବାଧିକ ୱିକେଟ୍ ନେଇଛନ୍ତି। ଏଥି ସହିତ, ରାଜସ୍ଥାନ ରୟାଲ୍ସର ଓପନର୍ ଜୋସ୍ ବଟଲର୍ ତିନିଟି ଶତକ ସହିତ ଏହି ସିଜିନର ସର୍ବାଧିକ ରନ୍ ସ୍କୋରରଙ୍କ ଉପରେ ରହିଛନ୍ତି। ଉଭୟ ଖେଳାଳି ଦୀର୍ଘ ସମୟ ଧରି ଶୀର୍ଷ ସ୍ଥାନରେ ରହିଛନ୍ତି।

ଅରେଞ୍ଜ କ୍ୟାପ:

କ୍ର.ନଂ ବ୍ୟାଟ୍ସମ୍ୟାନ ମ୍ୟାଚ ରନ
ଜୋସ ବଟଲର ୪୯୧
ହାର୍ଦ୍ଦିକ ପାଣ୍ଡ୍ୟା ୨୯୫
କେ ଏଲ ରାହୁଲ ୨୬୫

 ପର୍ପଲ କ୍ୟାପ:

କ୍ର.ନଂ ବୋଲର ମ୍ୟାଚ ୱିକେଟ
ୟୁଜବେନ୍ଦ୍ର ଚହଲ ୧୮
ଟି ନଟରାଜନ ୧୫
କୁଳଦୀପ ଯାଦବ ୧୩