ଆଇପିଏଲ ୨୦୨୨: ଚହଲଙ୍କ ହାତରୁ ପର୍ପଲ କ୍ୟାପ୍ ଛଡେଇଲେ ଏହି ଶ୍ରୀଲଙ୍କା ସ୍ପିନର

Published: May 14, 2022, 11:26 am IST

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବୋଲର ୟୁଜଭେନ୍ଦ୍ର ଚହଲଙ୍କ ହାତରୁ ପର୍ପଲ କ୍ୟାପ୍ ବାହାରିଯାଇଛି। ବର୍ତ୍ତମାନ ଏହାକୁ ଆରସିବିର ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହାସାରାଙ୍ଗା ଦଖଲ କରିଛନ୍ତି। ଶୁକ୍ରବାର ରାତିରେ ମ୍ୟାଚରେ ଦୁଇଟି ୱିକେଟ୍ ନେବା ସହିତ ହସରାଙ୍ଗା ଏହି ଆଇପିଏଲ୍ ସିଜନରେ ଚହଲଙ୍କ ୱିକେଟ୍ ସହ ସମାନ ହୋଇ ତାଙ୍କଠାରୁ ପର୍ପଲ କ୍ୟାପ୍ ଛଡ଼ାଇ ନେଇଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୱାନିନ୍ଦୁ ଚଳିତ ସିଜନରେ ୧୩ ଟି ମ୍ୟାଚରେ ୨୩ ଟି ୱିକେଟ୍ ନେଇଛନ୍ତି। ତାଙ୍କର ବୋଲିଂ ଏକୋନୋମି ୭.୪୮ ରହିଛି। ରାଜସ୍ଥାନ ରୟାଲ୍ସର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ସିଜନରେ ୨୩ ଟି ୱିକେଟ୍ ନେଇଛନ୍ତି। ରାଜସ୍ଥାନର ପରବର୍ତ୍ତୀ ମ୍ୟାଚ୍ ରେ ଏହି ପର୍ପଲ କ୍ୟାପ୍ ପୁଣିଥରେ ଚହଲଙ୍କ ପାଖକୁ ଯାଇପାରେ। ବର୍ତ୍ତମାନ ହର୍ଶାଲ ପଟେଲ, କାଗିସୋ ରାବାଡା ଏବଂ କୁଲଦୀପ ଯାଦବ ମଧ୍ୟ ପର୍ପଲ କ୍ୟାପ୍ ଦୌଡରେ ଅଛନ୍ତି।

୧- ୱାନିନ୍ଦୁ ହାସରାଙ୍ଗା: ମ୍ୟାଚ ୧୩- ୱିକେଟ ୨୩- ଇକୋନୋମି ୭.୪୮

୨- ୟୁଜବେନ୍ଦ୍ର ଚହଲ: ମ୍ୟାଚ ୧୩- ୱିକେଟ ୨୩- ଇକୋନୋମି ୭.୫୪

୩- କାଗିସୋ ରାବାଡା: ମ୍ୟାଚ ୧୧- ୱିକେଟ ୨୧- ଇକୋନୋମି ୮.୩୯

୪- ହର୍ଷଲ ପଟେଲ: ମ୍ୟାଚ ୧୨- ୱିକେଟ ୧୮- ଇକୋନୋମି ୭.୭୨

୫- କୁଲଦୀପ ଯାଦବ: ମ୍ୟାଚ ୧୨- ୱିକେଟ ୧୮- ଇକୋନୋମି ୮.୭୧

Related posts