Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଏ ଜିତିବ ପର୍ପଲ କ୍ୟାପ୍ ? ଏହି ଦୁଇ ସ୍ପିନରଙ୍କ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଯୋଗିତା
ଆଜିର ଖବର

କିଏ ଜିତିବ ପର୍ପଲ କ୍ୟାପ୍ ? ଏହି ଦୁଇ ସ୍ପିନରଙ୍କ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଯୋଗିତା

May 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଏହି ସଂସ୍କରଣରେ ପର୍ପଲ କ୍ୟାପ୍ ଜିତିବାର ଦୌଡ ଅତ୍ୟନ୍ତ ମଜାଦାର ଭାବରେ ଚାଲିଛି। ଏହି ଦୌଡରେ ରାଜସ୍ଥାନ ରୟାଲ୍ସ (ଆରଆର) ସ୍ପିନର ୟୁଜଭେନ୍ଦ୍ର ଚହଲ ୨୬ ଟି ୱିକେଟ୍ ନେଇ ଆଗୁଆ ରହିଛନ୍ତି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୱାନିନ୍ଦୁ ହାସରାଙ୍ଗା (ଆରସିବି) ୨୫ ଟି ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜସ୍ଥାନ ଏବଂ ବାଙ୍ଗାଲୋରର ଦଳ ବର୍ତ୍ତମାନ ପ୍ଲେ ଅଫରେ ଅଛନ୍ତି, ତେଣୁ ଏହି ଦୌଡ ଆହୁରି ଆଗକୁ ମଧ୍ୟ ଚାଲିବ।

ଏହି ଦୌଡରେ ପଞ୍ଜାବ କିଙ୍ଗ୍ସର କାଗିସୋ ରାବାଡା, ସନରାଇଜରର ଉମରନ୍ ମଲିକ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ ମଧ୍ୟ ସାମିଲ ଥିଲେ। କିନ୍ତୁ ସେମାନଙ୍କ ଦଳ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଏପରି ପରିସ୍ଥିତିରେ ପର୍ପଲ କ୍ୟାପ୍ ଜିତିବା ପାଇଁ ଏହି ଦୌଡ କେବଳ ଚହଲ ଏବଂ ହାସ୍ରଙ୍ଗା ମଧ୍ୟରେ ହେବ।

୧- ୟୁଜବେନ୍ଦ୍ର ଚହଲ- ୧୫ ଟି ମ୍ୟାଚ- ୨୬ ଟି ୱିକେଟ
୨- ୱାନିନ୍ଦୁ ହାସରାଙ୍ଗା- ୧୫ ଟି ମ୍ୟାଚ- ୨୫ ଟି ୱିକେଟ
୩- କାଗିସୋ ରାବାଡା- ୧୩ ଟି ମ୍ୟାଚ- ୨୩ ଟି ୱିକେଟ
୪- ଉମ୍ରାନ୍ ମଲିକ୍- ୧୪ ଟି ମ୍ୟାଚ- ୨୨ ଟି ୱିକେଟ
୫- କୁଲଦୀପ ଯାଦବ- ୧୪ ଟି ମ୍ୟାଚ- ୨୧ ଟି ୱିକେଟ

ସେହିଭଳି ବଟଲର ଚଳିତ ସିଜନରେ ୧୫ ଟି ମ୍ୟାଚରେ ୭୧୮ ରନ୍ ସଂଗ୍ରହ କରିଛନ୍ତି ଏବଂ ବ୍ୟାଟିଂ ହାରାହାରି ୫୧.୨୯ ଏବଂ ବ୍ୟାଟିଂ ଷ୍ଟ୍ରାଇକ୍ ହାର ୧୪୮.୩୪ ରହିଛି। ରନ୍ ସ୍କୋର କ୍ଷେତ୍ରରେ ସେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ବଟଲରଙ୍କ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲ ଏବଂ ଓପନର୍ କ୍ୱିଣ୍ଟନ୍ ଡି କକ୍ ଦ୍ଵିତୀୟ ଆଉ ତୃତୀୟ ନମ୍ବର ସ୍ଥାନରେ ରହିଛନ୍ତି। କିନ୍ତୁ ଟୁର୍ଣ୍ଣାମେଣ୍ଟରୁ ଲକ୍ଷ୍ନୌର ବିଦା ହେବ ପରେ ଅରେଞ୍ଜ କ୍ୟାପ୍ ଜିତିବା ପାଇଁ ଏହି ଉଭୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ଦୌଡରୁ ଦୂରେଇ ରହିଛନ୍ତି।

୧- ଜୋସ୍ ବଟଲର୍- ୧୫ ଟି ମ୍ୟାଚ, ୭୧୮ ରନ
୨- କେଏଲ ରାହୁଲ- ୧୫ ଟି ମ୍ୟାଚ, ୬୧୬ ରନ
୩- କ୍ୱିଣ୍ଟନ୍ ଡି କକ୍- ୧୫ ଟି ମ୍ୟାଚ, ୫୦୮ ରନ
୪- ଶିଖର ଧାୱନ- ୧୪ ଟି ମ୍ୟାଚ, ୪୬୦ ରନ
୫- ହାର୍ଦ୍ଦିକ ପାଣ୍ଡ୍ୟା- ୧୪ ଟି ମ୍ୟାଚ, ୪୫୩ ରନ

ଅରେଞ୍ଜ କ୍ୟାପ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପର୍ପଲ କ୍ୟାପ୍ ୟୁଜଭେନ୍ଦ୍ର ଚହଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍

May 19, 2026

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା 

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026
Latest News

ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍

May 19, 2026

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା 

May 19, 2026

ରାଶିଫଳ: ମେ ୧୯ ତାରିଖ ମଙ୍ଗଳବାର ଦିନ ଏହି ରାଶିର ଲୋକ ପାଇବେ ଖୁସି ଖବର

May 19, 2026

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.