Categories
ଆଜିର ଖବର ଖେଳ ଜାତୀୟ ଖବର

ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ଟାଇଟଲ ଜିତିଥିବା ମହିଳା କୁସ୍ତି ଯୋଦ୍ଧା ଟିମ୍ କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ‘ଭାରତୀୟ ମହିଳା କୁସ୍ତି ଯୋଦ୍ଧାଙ୍କ ପାଇଁ ଏକ ସ୍ମରଣୀୟ ବିଜୟ! ଆମ ଟିମ୍ ୨୦୨୩ ୟୁ-୨୦ ବିଶ୍ୱ ଚାମ୍ପିୟନସିପରେ ମହିଳା ରେସଲିଂ ଟିମ୍ ଟାଇଟଲ ହାସଲ କରି ୭ ପଦକ ସହ ଏକ ଅଭୂତପୂର୍ବ ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ୩ଟି ସ୍ୱର୍ଣ୍ଣ ପଦକ ରହିଛି। ସ୍ମରଣୀୟ ପ୍ରଦର୍ଶନ ସହ ଏହି ଟାଇଟଲ ଦୁଇଥର ବଜାୟ ରଖିବାରେ ଅନ୍ତିମ ପ୍ରଥମ ହୋଇପାରିଛନ୍ତି। ଏହି ଗୌରବମୟ ବିଜୟ ଆମ ଉଦୀୟମାନ କୁସ୍ତିଯୋଦ୍ଧାଙ୍କ ଅଦମ୍ୟ ପ୍ରତିବଦ୍ଧା, ନିଷ୍ଠା ଏବଂ ଅତୁଳନୀୟ ପ୍ରତିଭାର ପ୍ରତୀକ ହୋଇଛି’।