Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲରେ ୨୦୦ ଛକା ମାରିବାରେ କୋହଲି ହେଲେ ତୃତୀୟ ଭାରତୀୟ

ଦୁବାଇ: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ପଞ୍ଚମ ବ୍ୟାଟ୍ସମ୍ୟାନ୍ ତଥା ତୃତୀୟ ଭାରତୀୟ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ୨୦୦ ଛକା ମାରିଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ କୋହଲି ତାଙ୍କର ୪୩ ବଲରେ ୫୦ ରନ ସ୍କୋର କରିଥିଲେ। ଏହି ମ୍ୟାଚରେ ସେ ଗୋଟିଏ ଛକା ଓ ଚାରିଟି ଚୌକା ମାରିଥିଲେ।

ସର୍ବାଧିକ ୨୦୦ ଛକା ମାରିଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା (୨୦୯) ଦ୍ଵିତୀୟ ସ୍ଥାନରେ ଥିବାବେଳେ ସିଏସକେ ଅଧିନାୟକ ଏମଏସ ଧୋନି (୨୧୬) ପ୍ରଥମ ସ୍ଥାନରେ ଅଛନ୍ତି।

ତେବେ ଆଇପିଏଲରେ ସର୍ବାଧିକ ଛକା ମାରିଥିବା ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି କ୍ରିସ ଗେଲ, ଯିଏ ୩୩୬ ଛକା ମାରିଛନ୍ତି ଏବଂ ଦ୍ଵିତୀୟରେ ଏବି ଡି ଭିଲିୟର୍ସ, ଯିଏ ୨୩୧ ଛକା ମାରିଛନ୍ତି। ଏହି ଦୁଇ ଖେଳାଳିଙ୍କ ପରେ ଧୋନୀ, ରୋହିତ ଏବଂ କୋହଲି କ୍ରମାନ୍ଵୟରେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି। କୋହଲି ୫ ହଜାର ୮୨୭ ରନ୍ ସ୍କୋର କରି ଆଇପିଏଲରେ ସର୍ବାଧିକ ରନ୍ ସ୍କୋରର ଭାବେ ଶୀର୍ଷ ସ୍ଥାନରେ ଅଛନ୍ତି।