Categories
ଆଜିର ଖବର ରାଜ୍ୟ ଖବର

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର : ଆଜି ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଂଗୀତ ଗାନ କରାଯିବାପରେ ସମସ୍ତ କାର୍ଯ୍ୟକର୍ତ୍ତା ମିଠା ବାଂଟି ପରସ୍ପରକୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି ଶ୍ରୀ ମହାନ୍ତି କହିଛନ୍ତି ଯେ, ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଅନ୍ତ୍ୟୋଦୟକୁ ପ୍ରଧାନ୍ୟ ଦେଇ ଅନେକ ଗରୀବକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ବିକାଶ ଯାତ୍ରା ଦୃତ ଗତିରେ ଆଗେଇ ଚାଲିଛି । ସେବା, ଶିକ୍ଷା, କ୍ରୀଡା, ଖେଳ, ସଂସ୍କୃତି, ବିଜ୍ଞାନ, ପ୍ରଯୁକ୍ତି ଶିକ୍ଷା, ମହାକାଶ ବିଜ୍ଞାନ, ଉଦ୍ଭାବନ ଆଦି କ୍ଷେତ୍ରରେ ଦେଶର ଯୁବକ ଓ ମହିଳାମାନେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଦେଶର ସୁନାମ ଆଣିଛନ୍ତି । ୨୦୪୭ ମସିହା ୧୦୦ବର୍ଷ ପୂର୍ତି ଅବସରରେ ଭାରତ ବର୍ଷକୁ ଆତ୍ମନିର୍ଭର ଏବଂ ବିଶ୍ୱର ଶ୍ରେଷ୍ଟ ରାଷ୍ଟ୍ର ରୂପେ ଗଢି ତୋଳିବା ପାଇଁ ସଂକଳ୍ପ ନେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ, ବିଜେପିର ପ୍ରଥମ ବିଧାୟକ ତଥା ବରିଷ୍ଠ ନେତା ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ସେନାଧିକାରୀ ଲେପ୍ଟେନାଂଟ ଜେଲେରାଲ ନାରାୟଣ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ଉପସଭାପତି ଅନୀତା ପଟ୍ଟନାୟକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରମାରଂଜନ ବଳିୟାରସିଂହ, ବିରଂଚି ତ୍ରିପାଠୀ, ଉର୍ମିଳା ମହାପାତ୍ର, ଠାକୁର ରଣଜିତ୍ ଦାଶ, ଉମାକାନ୍ତ ପଟ୍ଟନାୟକ, ସୋନାଲୀ ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ,ଶାରଦା ଶତପଥୀ, ଭୁବନ ମୋହନ ତ୍ରିପାଠୀ, ଅଶୋକ ମିଶ୍ର, ବାବୁ ସିଂ, ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ନିରଞ୍ଜନ ମିଶ୍ର, ସୁଜିତ ଦାସ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।