Categories
ଆଜିର ଖବର ଜାତୀୟ ଖବର

ଜଳଜୀବନ ମିଶନ : ଆଜି ଗାନ୍ଧୀ ଜୟନ୍ତୀରେ ପାଣି ସମିତିର କର୍ମକର୍ତ୍ତାଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ‘ଗ୍ରାମ ସ୍ୱରାଜ’ ବିଚାରକୁ ସମ୍ମାନ ଦେଇ ଦେଶର ସବୁ ଗ୍ରାମସଭାର ସ୍ୱତନ୍ତ୍ର ବୈଠକ ଆୟୋଜିତ ହେଉଛି । ଏଥିରେ  ଜଳ ନିରାପତ୍ତା ବିଷୟରେ ଆଲୋଚନା ହେବ । ‘ୱାସ ପ୍ରବୃଦ୍ଧ ଗାଁ’ ବା ଜଳ ଆତ୍ମନିର୍ଭର ଗ୍ରାମ ଗଠନ ଲକ୍ଷ୍ୟପୂରଣ ପାଇଁ  ପ୍ରଧାନମନ୍ତ୍ରୀ ପାଣି ସମିତିର କର୍ମର୍ତ୍ତାମାନଙ୍କ ସହ ଆଭାଷୀ ବ୍ୟବସ୍ଥାରେ ମତବିନିମୟ କରିବେ । ଦିନ ୧୦ଟାରୁ ୧୨ ଯାଏ ସେ ଏହି କାର୍ଯ୍ୟକ୍ରମରେ ୩.୩ ଲକ୍ଷ ଗ୍ରାମ ପାଣି କମିଟିର ପ୍ରତିନିଧିକୁ ଉଦ୍‌ବୋଧନ ଦେଇ ସେମାନଙ୍କ କଥା ଶୁଣିବେ ।

୨୦୧୯ ଅଗଷ୍ଟରେ ଜାତୀୟ ଜଳଜୀବନ ମିଶନ ଘୋଷଣା ହେବା ପରେ ଇତିମଧ୍ୟରେ ମାତ୍ର ୨୫ମାସ ମଧ୍ୟରେ ଦେଶବ୍ୟାପୀ ୨୫କୋଟିରୁ ଅଧିକ ପରିବାରକୁ ପାଣି ଟ୍ୟାପ୍ ସଂଯୋଗ ଯୋଗାଇ ଦିଆଯାଇଛି । କୋଭିଡ ମହାମାରୀର ପ୍ରଭାବ ଓ ତତ୍‌ଜନୀତ ଲକ୍‌ଡାଉନ ଓ ଅନ୍ୟାନ୍ୟ ଅସୁବିଧା ସତ୍ତ୍ୱେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମୂହ ନିରନ୍ତରଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ।