Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା ଫଳ : ପାସ୍‌ ହାର 88.78 ପ୍ରତିଶତ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । cbseresults.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସର୍ବଭାରତୀୟ ସ୍ତରରେ ପାସ୍‌ ହାର 88.78 ପ୍ରତିଶତ ରହିଛି ।

ଭୁବନେଶ୍ବର ରିଜନ୍‌ରେ 91.47ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ତ୍ରିଭେନ୍ଦମ୍‌ ରିଜନ୍‌ରେ ସର୍ବାଧିକ 96.67 ପ୍ରତିଶତ ପାସ୍‌ କରିଛନ୍ତି । ନବୋଦୟ ସ୍କୁଲରେ ସର୍ବାଧିକ 98.70% ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ  98.67%, ଘରୋଇ ସ୍କୁଲରେ 88.22% ପାସ୍‌ ହାର ରହିଛି । ଚଳିତ ବର୍ଷ 92.15% ଛାତ୍ରୀ ପାସ୍‌ ହୋଇଥିବାେବଳେ 88.19% ଛାତ୍ର ପାସ୍‌ ହୋଇଛନ୍ତି ।