Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୦୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବ କି? ଏହାର ଉତ୍ତରରେ କଣ କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ୨୦୦୦ ଟଙ୍କା ନୋଟ ମିଳୁ ନାହିଁ। ବ୍ୟାଙ୍କ ହେଉ କିମ୍ବା ଏଟିଏମ, ୨୦୦୦ ଟଙ୍କା ନ ମିଳିବାର କାରଣ କଣ ? ଏହିପରି ଏକ ପ୍ରଶ୍ନ ସଂସଦରେ ଉତ୍ଥାପନ କରିଥିଲେ ଏମଡିଏମକେ ସାଂସଦ ଏ ଗଣେଷମୂର୍ତ୍ତି। ସରକାର କଣ ୨୦୦୦ ଟଙ୍କା ବନ୍ଦ କରିଦେବେ କି ବୋଲି ମଧ୍ୟ ସେ ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ୨୦୦୦ ଟଙ୍କା ନୋଟ  ଗତ ଦୁଇ ବର୍ଷ ଧରି ଆଉ ନୂଆ ପ୍ରିଣ୍ଟ କରାଯାଇ ନାହିଁ। ସୋମବାର ଦିନ ସଂସଦରେ ଉତ୍ତର ରଖି ସେ କହିଥିଲେ ଯେ, ଗତ ୨୦୧୯-୨୦ ଏବଂ ୨୦୨୦-୨୧ ମସିହାରେ ଏହା ପ୍ରିଣ୍ଟ ହେବା ପାଇଁ ଦିଆଯାଇ ନାହିଁ।

୨୦୧୬ ମସିହାରେ ବିମୁଦ୍ରୀକରଣ ପରେ ଏହି ୨୦୦୦ ଟଙ୍କା ନୋଟ ବଜାରକୁ ଆସିଥିଲା। ତେବେ ଏହାର ବ୍ୟବହାର ବହୁତ କମ ହେଉ ଥିବାର ପରିଲକ୍ଷିତ ହୋଇଛି। ତେବେ ଏହି ନୋଟ ବନ୍ଦ ହେବାର ଏ ପର୍ଯ୍ୟନ୍ତ କୌଣସି ଯୋଜନା ନାହିଁ ବୋଲି ଜଣାପଡିଛି।