Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ୨୯ ଜଣଙ୍କୁ ମିଳିବ ପୋଲିସ ପଦକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆସନ୍ତା କାଲି 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ମୋଟ 29ଜଣ ପୋଲିସ୍‌ କର୍ମଚାରୀଙ୍କୁ ମେଡାଲ୍‌ ପ୍ରଦାନ କରାଯିବ । ସାହସିକତା ପାଇଁ 16ଜଣ ପୋଲିସ୍‌ କର୍ମଚାରୀଙ୍କୁ ମେଡାଲ୍‌ ମିଳିବ । ବିଶିଷ୍ଟ ସେବା ପାଇଁ ଦୁଇଜଣ ଓ ଉଲ୍ଲେଖନୀୟ ସେବା ପାଇଁ ଓ 11ଜଣଙ୍କୁ ମେଡାଲ ପ୍ରଦାନ କରାଯିବ । ବିଶିଷ୍ଟ ସେବା ପାଇଁ ଏଡିଚି ଆରପି କୋଚେ ଏବଂ ଭିଜିଲାନ୍ସ ଏଏସ୍‌ଆଇ ମନୋରଞ୍ଜନ ସାମଲ୍‌ଙ୍କୁ ପଦକ ମିଳିବାକୁ ଥିବାବେଳେ ସେହିପରି ଏସଏସ୍‌ପି ବିଶ୍ୱନାଥ ମିଶ୍ର, କମାଣ୍ଡାଣ୍ଟ ବାଳକୃଷ୍ଣ ମିଶ୍ର, ଏଏସ୍‌ପି ସୁଶାନ୍ତ ବିଶ୍ୱାଳ, ଇନ୍ସପେକ୍ଟର ଆଶିଷ ମିଶ୍ର ପ୍ରମୁଖ ଉଲ୍ଲେଖନୀୟ ସେବା ପଦକ ପାଇବେ। ଅନ୍ୟପକ୍ଷରେ ଏସ୍‌ ଗଗନ ନାୟକଙ୍କ ସହ ୧୬ ଜଣ ପୁଲିସ୍‌ ସାହସିକତା ପଦକ ଗ୍ରହଣ କରିବେ। (ଏଜେନ୍ସି)

Categories
ଆଜିର ଖବର

ଏଥର ଗଣତନ୍ତ୍ର ଦିବସ ସମାରୋହରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 25/12: ଏଥର ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼।  ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ପରେଡରେ ଏହା ପ୍ରଦର୍ଶିତ ହେବ । ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ପାଇଁ  ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ ଉପରେ ନିର୍ମିତ ପ୍ରଜ୍ଞାପନ ମେଢ଼ ପରେଡ଼ରେ ପ୍ରଦର୍ଶିତ ହେବ। ଏଥର ପ୍ରଜ୍ଞାପନ ମେଢ଼ର ଡିଜାଇନ ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଛି । ଏଥର ମୋଟ୍ ୧୬ଟି ରାଜ୍ୟକୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି  ମିଳିଛି।