Categories
ଆଜିର ଖବର ରାଜ୍ୟ ଖବର

30%ରୁ ଅଧିକ ପାଠ୍ୟକ୍ରମ କମିପାରେ – ସମୀର ଦାଶ

ଭୁବନେଶ୍ବର : ସିବିଏସ୍‌ଇ ନବମରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମ 30 ପ୍ରତିଶତ ହ୍ରାସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସିବିଏସ୍‌ଇ ନିଷ୍ପତ୍ତି ଉପରେ ବିଚାର କରାଯିବ କହିଲେ ସମୀର। ଅଗଷ୍ଟରେ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବ। ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ  ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି। ଖାଲି 30% ନୁହେଁ ତା’ଠାରୁ ଅଧିକ ପାଠ୍ୟକ୍ରମ ବି ହ୍ରାସ ହୋଇପାରେ। ସ୍କୁଲ ଖୋଲିନି ତେଣୁ ଏ ବାବଦରେ କହିବା ଠିକ୍‌ ହେବନି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।