Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା : କାଲିର ଅତୀତ ଶ୍ରେଷ୍ଠ ଚଳଚିତ୍ର, ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ

ଭୁବନେଶ୍ବର: ଆଜି ରାଜ୍ୟ ସଂସ୍କୃତି ବିଭାଗ ତରଫରୁ 31ତମ ରାଜ୍ୟ ଚଳଚିତ୍ର ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଏଥିରେ ରାଜ୍ୟ ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ସହିତ ଶ୍ରେଷ୍ଠ ଚଳଚିତ୍ର, ନିର୍ଦ୍ଦେଶକ ତଥା ଅଭିନେତାଙ୍କ ନାମ ଘୋଷଣା କରାଯାଇଛି।

ଘୋଷଣା ଅନୁସାରେ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘କାଲିର ଅତୀତ’ ଶ୍ରେଷ୍ଠ ଚଳଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନୋନିତ ହୋଇଛି।

ସେହିପରି ଖୁସି ଚଳଚିତ୍ରରେ ଭଲ ଅଭିନୟ ପାଇଁ ଅଭିନେତା ସରୋଜ ପରିଡା ଏବଂ ଅଭିନେତ୍ରୀ  କାବ୍ୟାକିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି।

ସେହିପରି ଶଳାବୁଢା ଚଳଚିତ୍ରଟି ଶ୍ରେଷ୍ଠ କାହାଣୀ ଭାବେ ଏବଂ ବ୍ୟଦନାଥ ଦାସ ନାୟକର ନାମ ଦେବଦାସ ଚଳଚିତ୍ର ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଁ ମନୋନିତ କରାଯାଇଛି।

ଶ୍ରେଷ୍ଠ ଟେଲି ସିନେମା ଭାବେ କାଳିଆ କରୁଛି ଲୀଲା ପୁରସ୍କୃତ ପାଇଁ ମନୋନିତି ହୋଇଥିବା ବେଳେ ଏହାର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମଧ୍ୟ ପୁରସ୍କୃତ ପାଇଁ ମନୋନିତ ହୋଇଛନ୍ତି।

ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଏହି ପୁରସ୍କାର 2019 ମସିହା ପାଇଁ ଘୋଷଣା କରାଯାଇଛି। ଏହି ଘୋଷଣା ବେଳେ ସଂସ୍କୃତି ମନ୍ତ୍ରୀଙ୍କ ସହିତ ଜୁରୀ କମିଟ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର, ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ସମ୍ମାନ

ଭୁବନେଶ୍ବର: ଆଜି ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ରାଜ୍ୟର ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନ ମଧ୍ୟ ଘୋଷଣା କରାଯାଇଛି। ଏଥିରେ ବରିଷ୍ଠ ଚଳଚିତ୍ର ପ୍ରଜଯୋକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି।

ଘନଶ୍ୟାମ ମହାପାତ୍ର ଓଡିଆ ଚଳଚିତ୍ର ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ 1974 ମସିହାରେ କନକଲତା ଚଳଚିତ୍ର ନିର୍ମାଣ କରି ବେଶ ସଫଳତା ହାସଲ କରିଥିଲେ। ଏହି ଚଳଚିତ୍ରଟି ସେତେବେଳେ ଜାତୀୟ ସ୍ତରର ପୁରସ୍କାର ହାସଲ କରିଥିଲା। 1984 ମସିହାରେ ଏହି ଚଳଚିତ୍ର ରାଷ୍ଟ୍ରପତି ପୁରସ୍କାର ହାସଲ କରିଥିଲା। ଏଥିସହିତ ଅନେକ ଡକ୍ୟୁମେଣ୍ଟାରୀ ଚଳଚିତ୍ର ନିର୍ମାଣ କରି ସେ ଦେଶ ବିଦେଶରେ ବେଶ୍ ପରିଚିତ ହୋଇପାରିଛନ୍ତି।