ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର, ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ସମ୍ମାନ

Published: Nov 5, 2021, 6:11 pm IST

ଭୁବନେଶ୍ବର: ଆଜି ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ରାଜ୍ୟର ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନ ମଧ୍ୟ ଘୋଷଣା କରାଯାଇଛି। ଏଥିରେ ବରିଷ୍ଠ ଚଳଚିତ୍ର ପ୍ରଜଯୋକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି।

ଘନଶ୍ୟାମ ମହାପାତ୍ର ଓଡିଆ ଚଳଚିତ୍ର ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ 1974 ମସିହାରେ କନକଲତା ଚଳଚିତ୍ର ନିର୍ମାଣ କରି ବେଶ ସଫଳତା ହାସଲ କରିଥିଲେ। ଏହି ଚଳଚିତ୍ରଟି ସେତେବେଳେ ଜାତୀୟ ସ୍ତରର ପୁରସ୍କାର ହାସଲ କରିଥିଲା। 1984 ମସିହାରେ ଏହି ଚଳଚିତ୍ର ରାଷ୍ଟ୍ରପତି ପୁରସ୍କାର ହାସଲ କରିଥିଲା। ଏଥିସହିତ ଅନେକ ଡକ୍ୟୁମେଣ୍ଟାରୀ ଚଳଚିତ୍ର ନିର୍ମାଣ କରି ସେ ଦେଶ ବିଦେଶରେ ବେଶ୍ ପରିଚିତ ହୋଇପାରିଛନ୍ତି।

Related posts