ଶ୍ରୀନଗର : ଜମ୍ମୁ କାଶ୍ମୀରରରେ ପୁଣି ଏକ ଏନକାଉଣ୍ଟରରେ ଭାରତୀୟ ସେନାର ତିନି ଯରବାନ ଶହୀଦ ହୋଇଛନ୍ତି । ଗତକାଲି 5 ଯବାନ ଶହୀଦ ହୋଇଥିବା ବେଳେ ଆଜି ପୁଣି ଆଉ ତିନି ସିଆରପିଏଫ୍ ଯବାନ ଶହୀଦ ହୋଇଛନ୍ତି । ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ସୋମବାର ସିଆରପିଏଫ୍ର ଏକ ଟିମ୍ ଉପରକୁ ଆତଙ୍କୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତିନି ଯବାନ ପ୍ରାଣ ହରାଇଥିବା ବେଳେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଛି । (ଏଜେନ୍ସି)
