Categories
ଆଜିର ଖବର ଜାତୀୟ ଖବର

ଗାର୍ଲଫ୍ରେଣ୍ଡ ପାଇଁ 8 ଲକ୍ଷଟଙ୍କା ଚୋରି କଲେ ଯୁବକ

ଗାର୍ଲଫ୍ରେଣ୍ଡ ପାଇଁ ଜଣେ ଯୁବକ 8.51 ଚୋରି କରିଥିବାର ଖବର ସାମ୍ନାକୁ ଆସିଛି । ଘଟଣାଟି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରେ ହୋଇଥିବାର ସୂଚନା ରହିଛି । ଯୁବକ ଜଣକ କମ୍ପାନୀରୁ ମୋଟା ରକମର ନଗଦ ଚୋରାଇବା ସହିତ ଏପରି ପ୍ଲାନ୍‌ ପ୍ରସ୍ତୁତ କରୁଥିଲେ ଯେ, ପୋଲିସକୁ ମଧ୍ୟ ହରଡଘଣାରେ ପକାଇ ଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ଜଣେ ଏମ୍‌ବିଏ୍‌ ଗ୍ରାଜୁଏଟ ହୋଇଥିବାବେଳେ ସେ ପେପର୍‌ ମିଲ୍‌ରେ କାର୍ଯ୍ୟ କରୁଥିଲେ । ମଇ 25କୁ ଯୁବକ ଜଣକ କମ୍ପାନୀର ଦୁଇ ଭିନ୍ନ ଏଜେଣ୍ଟଙ୍କ ସହ ସମ୍ପର୍କରେ ଆସିଥିଲେ । ଏହାପରେ ସେ ଦୁଇ ଏଜେଣ୍ଟଙ୍କଠାରୁ 8.51 ଟଙ୍କା ଆଣି ସେ ଫେରାର୍‌ ହୋଇ ଯାଇଥିଲେ।
ତେବେ ଧରା ନ ପଡିବା ପାଇଁ ଏକ କପୋଳକଳ୍ପିତ ପ୍ଲାନ୍‌ ପ୍ରସ୍ତୁତ କରିଥିଲେ । ଅଭିଯୁକ୍ତ ଯୁବକ ଜଣକ ଟଙ୍କା ଚୋରି କରି ପୋଲିସ୍‌ରେ ତାଙ୍କ ଠାରୁ ଟଙ୍କା ଚୋରି ହୋଇଥିବାର ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ତେବେ ପୋଲିସ୍‌ ଅଭିଯୁକ୍ତଙ୍କଠାରୁ ସମସ୍ତ ଟଙ୍କା ଜବତ କରିବା ସହିତ ଗିରଫ ମଧ୍ୟ କରିଛନ୍ତି । ତେବେ ଯୁବକ ଜଣକ ପୋଲିସ୍‌କୁ କହିଛନ୍ତି ଯେ, ସେ ଏହି ଟଙ୍କା ତାଙ୍କ ଗାର୍ଲଫ୍ରେଣ୍ଡ ପାଇଁ ଚୋରି କରିଥିଲେ । ତାଙ୍କ ଗାର୍ଲଫ୍ରେଣ୍ଡ ଭୀଷଣ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ସେ ଏପରି ଟଙ୍କା ଚୋରି କରିବା ନେଇ ପ୍ଲାନ୍ ପ୍ରସ୍ତୁତ କରିଥିଲେ । (ଏଜେନ୍ସି)