Categories
ଆଜିର ଖବର

ଭାରତ ଗସ୍ତ ବାତିଲ୍‌ କଲେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ, ୧୨/୧୨: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବ ଭାରତରେ ହିଂସା ଦେଖାଯାଇଥିବାବେଳେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବ୍ଦୁଲ ମୋମେନ୍ ଭାରତ ଗସ୍ତ ବାତିଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ଡିସେମ୍ବର ୧୨ରୁ ୧୪ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଥିଲା ।  ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ସେ ଆଜି ସନ୍ଧ୍ୟା ୫.୨୦ରେ ନୂଆଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଉତ୍ତର ପୂର୍ବ ଭାରତରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ବିରୋଧୀ ଦଳମାନେ ଏହା ବିରୋଧରେ ପ୍ରଦର୍ଶନ କରିବା ସହିତ ସମ୍ବିଧାନର ଆର୍ଟିକିଲ୍ ୧୪ର ଉଲ୍ଲଂଘନ ବୋଲି କହିଛନ୍ତି। (ଏଜେନ୍ସି)