Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍ ଧକ୍କାରେ ବାଲିକୁଦା ଶିକ୍ଷାବିଭାଗ ସିଆରସିସିଙ୍କ ମୃତ୍ୟୁ

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଗୋପାଳପୁରୁ ବଜାର ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଲିକୁଦା ସିଆରସିସି ପ୍ରାଣ ହରାଇଛନ୍ତି । ବାଲିକୁଦା ପଟୁ ସିଆରସିସି ପ୍ରଶାନ୍ତ କୁମାର ପଣ୍ଡା ପ୍ୟାସନ ଗାଡ଼ିରେ ଫେରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଗୋପାଳପୁର ବଜାର ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ଶିକ୍ଷକଙ୍କର ପ୍ରାଣହାନି ଘଟିଥିଲା । ଶ୍ରୀ ପଣ୍ଡା ବାଲିକୁଦା ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଚଅଁରପୁର ଗ୍ରାମର ଏବଂ ସେ ବାଲିକୁଦା ଶିକ୍ଷା ବିଭାଗରେ ସିଆରସିସି ଭାବରେ କାର୍ଯ୍ୟରତ ଥିଲେ ।

ଖବର ପାଇ ବାଲିକୁଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହିତ ଟ୍ରକ ଚାଳକକୁ ଗିରଫ କରିଥିଲେ । ଏହାପରେ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ୍‌ । ଏହି ଘଟଣାକୁ ନେଇ ବାଲିକୁଦା ଶିକ୍ଷା ବିଭାଗ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଡିଭାଇଡର୍‌ରେ ପିଟି ହେଲା ବାଇକ୍‌ : ଦୁଇ ଯୁବକ ଗୁରୁତର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦୁଇଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଉଭୟ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦିଗପହଣ୍ଡି ପଟୁ ଆସୁଥିବା ଜଗଦଳପୁର ଗ୍ରାମର ତ୍ରିଲୋଚନ ଦାଶ (୨୩) ଏବଂ ବ୍ରହ୍ମପୁରର ରୋହିତ ବେହେରା (୨୨) ବାଇକ୍‌ରେ ଆସୁଥିବାବେଳେ ଫାଷ୍ଟଗେଟ୍ ନିକଟରେ ରାସ୍ତା ପାଶ୍ୱର୍ ଡ଼ିଭାଇଡ଼୍‌ରକୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଛିଟିକି ପଡ଼ିଥିଲେ । ଟ୍ରାଫିକ୍ ଥାନା ଗାଡ଼ିକୁ ଜବତ କରିବା ସହ ଉଭୟଙ୍କୁ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନେଇ ଟ୍ରାଫିକ୍ ଡ଼ିଏସ୍‌ପି ସାର୍ଥକ ରାୟ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗା ଘାଟିରେ ବସ୍‌ ଟ୍ରକ୍‌ ମୁହାଁମୁହିଁ ଧକ୍କା : 5 ଆହତ

ରାଜକିଶୋର ବିଶୋୟୀ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ସହ ଏକ ଚାଉଳ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 5 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ବସରେ ବସିଥିବା ଅନ୍ୟ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ସୂଚନା ଅନୁଯାୟୀ ବସ୍‌ଟି ବ୍ରହ୍ମପୁରରୁ ଭଞ୍ଜନଗର ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକଟି ମୁହାଁମୁହିଁ ଧକ୍କା ଦେବାରୁ ଉଭୟ ଗାଡି ଓଲଟି ପଡିଥିଲା । ଅନ୍ୟ ଏକ ଗାଡି ସାହାଯ୍ୟରେ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚା ଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

ସୀତାରାମ ଅଗ୍ରଓ୍ବାଲ
ଟାଙ୍ଗୀ: ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥର କୁହୁଡି ଫାଣ୍ଡି ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ନୟାଗଡ ଜିଲ୍ଲା ଇଟାମାଟି ଗ୍ରାମର ମଦନମୋହନ ସେଠୀ(୪୫) ବୋଲି ଜଣାପଡିଛି। ମାଛ ବ୍ୟବସାୟ କରିବା ପାଇଁ ବାଲୁଗାଁରୁ ଇଟାମାଟିକୁ ଫେରୁଥିବା ବେଳେ ଏକ ଅଜଣା କାର୍ ଫାଣ୍ଡି ସମ୍ମୁଖରେ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ସେଠାରେ ସେ ଗୁରୁତର ହୋଇ ପଡିଥିଲେ।

ସ୍ଥାନୀୟ ଫାଣ୍ଡି ପୋଲିସ ଖବର ପାଇ ଗୁରୁତର ଆହତ ମଦନମୋହଙ୍କୁ ନିଜ ଭ୍ୟାନରେ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିବା କାରର କୌଣସି ପତ୍ତା ମିଳିନାହିଁ। ପୋଲିସ୍‌ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗୋଟିଏ ପରିବାରର 9ଜଣ ସଦସ୍ୟଙ୍କ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସମସ୍ତ ମୃତ ବ୍ୟକ୍ତି ଗୋଟିଏ ପରିବାରର ବୋଲି କୁହାଯାଉଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଗୋଟିଏ ଶିଶୁ ରହିଛନ୍ତି

ଲକ୍ଷ୍ନୌ- ପ୍ରୟାଗରାଜ ରାସ୍ତାରେ ପ୍ରତାପଗଡ ଜିଲ୍ଲାର ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ୱାଜିଦପୁରର ପାରାଗ ନାଗରରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ସକାଳ ପ୍ରାୟ 5.30 ସମୟରେ ଟ୍ରକ୍ ଏବଂ ସ୍କର୍ପିଓ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତରଙ୍କୁ ଲକ୍ଷ୍ନୌ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ପାଞ୍ଚଜଣ ପୁରୁଷ, ତିନିଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ସ୍ଥାନୀୟ ପୋଲିସ୍‌ର ସୂଚନାନୁସାରେ ହରିୟାଣାରୁ ବିହାରକୁ ଯାଉଥିଲା ଏହି ସ୍କର୍ଫିଓଟି । ସମସ୍ତ ବ୍ୟକ୍ତି ବିହାରର ଭୋଜପୁର ଜିଲ୍ଲାର ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌ : ଜଣେ ମୃତ

ବାଙ୍କୀ: କରବରଠାରେ ଏକ ମାଲବାହୀ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଛି । ତେବେ ଟ୍ରକ୍‌ ଭିତରେ ଚାପି ହୋଇ ରହିଥିବା ହେଲପର୍‌ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ବାଙ୍କୀରୁ କଟକ ଯାଉଥିବାବେଳେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟିବା ପରେ ଗୋଟିଏ ଘରେ ପିଟି ହୋଇଯାଇଥିଲା । ତେବେ ଏହି ଘରର ପରିବାର ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘରଟି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବାବେଳେ ପରିବାର ଲୋକେ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣାସ୍ଥଳେର ଉତ୍ତେଜନା ସୃଷ୍ଟି ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଦୁଇଟି ପୃଥକ ଦୁର୍ଘଟଣାରେ 5 ପ୍ରବାସୀ ଶ୍ରମିକ ମୃତ

ବୁଲନ୍ଦସହର : ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଦୁଇଟି ପୃଥକ ଦୁର୍ଘଟଣାରେ 5 ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଲକ୍‌ଡାଉନ୍‌କୁ ଦୁଇ ମାସ ପୁରିବାକୁ ବସିଥିବା ବେଳେ ପ୍ରବାସୀଙ୍କ ଦୁଃଖ ସରୁନାହିଁ । ଶୁକ୍ରବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଭ୍ୟାନ୍‌ଟି ଓଲଟି ପଡିବାରୁ ଦୁଇ ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଭ୍ୟାନ୍‌ଟି ଏକ ଇଲେକ୍ଟ୍ରିକ୍‌ ପୋଲ୍‌ରେ ଧକ୍କା ହେବା ସହିତ ଓଲଟି ପଡିବାରୁ ଏହି ଅଘଟଣ ଘଟିଥିଲା । ଏହି ଶ୍ରମିକ ମାନେ ସୁରଟରୁ ବିଜ୍‌ନୋର ପର୍ଯ୍ୟନ୍ତ ଫେରୁଥିଲେ ।

ସେହିପରି ଅନ୍ୟ ଏକ ଘଟଣାରେ ଆଉ ତିନି ଜଣ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଦିଲ୍ଲୀରୁ ବଦାଉଁ ଫେରୁଥିବା ବେଳେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି ଯିବାରୁ ତିନି ଜଣ ପ୍ରାଣ ହରାଇଛନ୍ତି । ମିର୍ଜାପୁରରେ ରାସ୍ତା ଦାଢରେ ଶୋଇଥିବା ଶ୍ରମିକଙ୍କ ଉପରେ ଡମ୍ପର ମାଡି ଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ : ତିନି ମୃତ, ଶିଶୁ ଗୁରୁତର

ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକ ଠାରେ ଏକ ବାଲି ବୋଝେଇ ଟ୍ରକ ସହ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଦୁଇ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛି । ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶିଶୁ କନ୍ୟାଟିକୁ 108 ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଛି । ପ୍ରାଣ ହରାଇଥିବା ତିନି ଜଣ ହେଉଛନ୍ତି ଚନ୍ଦନ ବେହେରା, ମାଧାବ ବେହେରା ଓ ଗାଗୁ ବେହେରା । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ନରସିଂହପୁର ପୋଲିସ ପହଂଚି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ନରସିଂହପୁରରେ କୌଣସି ସୁବିଧା ନଥିବାରୁ ଆସନ୍ତା କାଲି ବଡ଼ମ୍ବା ପଠାଯିବ ବୋଲି ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ସୂଚନ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଗଞ୍ଜାମ ଜିଲ୍ଲାର ବେଗୁନିଆପଡାରେ ଏକ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଭେଜିପୁଟ ଠାରୁ କଞ୍ଚଣା ପୂର୍ତ୍ତ ରାସ୍ତା ପଥିରିନାଳ ବାଙ୍କରେ ବୁଧବାର ଦିନ ଏକ ବାଇକ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକ ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ(40) ତାଙ୍କ ସାଙ୍ଗ ପ୍ରଦୀପ ଗୌଡ଼ଙ୍କ ସହ ନିଜ ବାଇକରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲ । ଭଉଣୀ ଘରେ ଭାର ଦେଇ ଫେରିବା ବେଳକୁ ଖଲ୍ଲିକୋଟ ବ୍ଲକର ପଥିରିନାଳ ବାଙ୍କରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ ଏବଂ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ : ଡ୍ରାଇଭର ସମେତ 4 ମୃତ

ମହାରାଷ୍ଟ୍ର : ଲକ୍‌ ଡାଉନର ଚତୁର୍ଥ ପର୍ଯ୍ୟାୟର ଆଜି ହେଉଛି ଦ୍ବିତୀୟ ଦିନ। ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ପଳାୟନ ଜାରି ରଖିଛନ୍ତି।  ନିଜ ରାଜ୍ୟକୁ ଫେରୁଥିବାବେଳେ ଶ୍ରମିକମାନେ ଦୁର୍ଘଟଣା ଶିକାର ହେଉଛନ୍ତି। ମହାରାଷ୍ଟ୍ରର ୟବତମାଲାରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। 15 ଜଣ ଗୁରୁତର ହୋଇଛନ୍ତି। ଏହି ବସ୍‌ଟି ସୋଲାପୁରରୁ ଝାରଖଣ୍ଡ ଯାଉଥିଲା ବୋଲି ସୂଚନା ରହିଛି।  ବସ୍‌ଟି ଡମ୍ପର୍‌କୁ ପଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର 15 ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମହୋବା ଜିଲ୍ଲାରେ ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : 23 ଶ୍ରମିକ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ଔରେୟାଠାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 23 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ କୋତବାଲୀ କ୍ଷେତ୍ର ନିକଟସ୍ଥ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକରେ ରହିଥିବା ସମସ୍ତ ଶ୍ରମିକମାନେ ଦିଲ୍ଲୀରୁ ଗୋରଖପୁର ଯାଉଥିଲେ ବୋଲି ସୂଚନା ରହିଛି ।

ଦେଶରେ କରୋନା ସଂକଟ ପାଇଁ ମାର୍ଚ୍ଚ 24 ତାରିଖରୁ ଲକ୍ ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ଯୋଗୁଁ ଦେଶରେ ଯାତାୟତ ସେବା ବନ୍ଦ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ କଷ୍ଟ ବଢିବାରେ ଲାଗିଛି । ରୋଜଗାର ନଥିବାବେଳେ ପେଟ କଷ୍ଟ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବାକୁ ବାଧ୍ୟ କରୁଛି । ଦେଶରେ ଏବେ ପ୍ରବାସୀ ଶ୍ରମିକମାନେ ଏବେ ଘରବାହୁଡା ଆରମ୍ଭ କରିଛନ୍ତି । କେହି କେହି ଚାଲି ଚାଲି ତ କିଏ ଟ୍ରକ୍‌ରେ ତ ପୁଣି କିଏ ସାଇକେଲ୍‌ରେ । ଏହି ବିପଦଜ୍ଜନକ ଯାତ୍ରା କରିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଏହି ପ୍ରବାସୀ ଶ୍ରମିକମାନେ ।

କାଲି ମଧ୍ୟ ଉତ୍ତରପ୍ରଦେଶରେ ଜୌଲାନାରେ ପ୍ରବାସୀ ମଜୁଦରଙ୍କ ଭର୍ତ୍ତି ଏକ ଗାଡିକୁ ଅଜ୍ଞାତ ଗାଡି ଧକ୍କା ଦେବାରୁ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 14 ଜଣ ଶ୍ରମିକ ଆହତ ହୋଇଥିଲେ । ଏହି ଶ୍ରମିକମାନେ ମୁମ୍ବାଇରୁ ଫେରୁଥିଲେ ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର

ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା ବସ୍‌ : 6 ମୃତ

ମୁଜାଫରନଗର : ପ୍ରବାସୀ ଶ୍ରମିକମାନେ ନିଜର ସର୍ବସ୍ବ ହରାଇ ସାରିଥିବା ପ୍ରବାସୀ ଶ୍ରମିକମାନେ ଏବେ ରାସ୍ତାରେ ପ୍ରାଣ ହରାଇବାରେ ଲାଗିଛନ୍ତି । ଲକ୍ ଡାଉନ୍‌ ଯୋଗୁଁ  ଶହ ଶହ କିମି ରାସ୍ତା ଚାଲି ଚାଲି ଅତିକ୍ରମ କରୁଥିବା ବେଳେ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।

ଉତ୍ତରପ୍ରଦେଶରର ମୁଜାଫରନଗରର ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ବସ୍‌ ମାଡି ଯିବା ଯୋଗୁଁ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ପୁଲିସ୍‌ ସୂଚନା ଅନୁଯାୟୀ ପଞ୍ଜାବରୁ କିଛି ଶ୍ରମିକ ସଡକ ପଥରେ ଚାଲି ଚାଲି ବିହାର ଯାଉଥିଲେ। ଉତ୍ତରପ୍ରଦେଶର ମୁଜାଫରନଗର ଜାତୀୟ ରାଜପଥରେ ଯାଉଥିବାବେଳେ ବିଳମ୍ବିତ ରାତ୍ରିରେ ଏହି ଅଘଟଣ ଘଟିଥିଲା। ଉତ୍ତରପ୍ରଦେଶ ସରକାରଙ୍କ ସରକାରୀ ବସ୍‌ଟି ଦ୍ରୁତଗତିରେ ଯାଉଥିବାବେଳେ ଚାଲି ଚାଲି ଯାଉଥିବା ଏହି ପ୍ରବାସୀଙ୍କ ଉପରେ ଚଢି ଯାଇଥିଲା। ସହାରନପୁରର ଜାତୀୟ ରାଜପଥର ଟୋଲ୍‌ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ପଞ୍ଜାବରେ କାର୍ଯ୍ୟ କରୁଥିବାବେଳେ ଚାଲି ଚାଲି ବିହାରର ଗୋପାଲଗଞ୍ଜକୁ ଫେରୁଥିଲେ।

ମୁଜାଫରନଗର ପୋଲିସର କହିବାନୁସାରେ ରୋହନାସ୍ଥିତ ସହରାନପୁର-ମୁଜାଫରନଗର ରାଜ୍ୟ ରାଜପଥଠାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବରୁ ବିହାର  ଯାଉଥିବା ଏକ ଡର୍ଜନରୁ ଅଧିକ ଶ୍ରମିକଙ୍କ ଉପରେ ଏହି ବସ୍‌ଟି ମାଡି ଯାଇଥିଲା। ବସ୍‌ ଡ୍ରାଇଭର୍‌ ନିଶାଗ୍ରସ୍ତ ଥିବାବେଳେ ଗାଡି ଉପରେ ନିୟନ୍ତ୍ରଣ ରକ୍ଷା କରିନପାରି ଶ୍ରମିକଙ୍କ ଉପରେ ଚଢାଇ ଦେଇଥିଲା। ପୋଲିସ୍‌ ଡ୍ରାଇଭରକୁ ଅଟକ ରଖିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଗୁରୁତରଙ୍କୁ ମେରଟ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଟ୍ରକ୍‌ – ବସ୍‌ ମୁହାଁମୁହିଁ ଧକ୍କା, 8 ଶ୍ରମିକ ମୃତ, 50 ଆହତ

ମଧ୍ୟପ୍ରଦେଶ : କରୋନା ଓ ଲକ୍‌ ଡାଉନ୍‌ କାରଣରୁ ପ୍ରାୟ ପ୍ରତ୍ୟେକ ଦିନ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଲକ୍ ଡାଉନ୍‌ ଯୋଗୁଁ କାମ ଚାଲିଯିବା ପରେ ଭୋକ ବିକଳରେ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ କରୁଛନ୍ତି । ଏଥିପାଇଁ କେହି କେହି ଚାଲି ଚାଲି ତ କେହି କେହି ଟ୍ରକ୍‌ କିମ୍ବା ବସ୍‌ ଯୋଗେ । ତେବେ ପ୍ରବାସୀ ଶ୍ରମିକମାନେ ବିପଦପୂର୍ଣ୍ଣ ଯାତ୍ରା କରିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହାରୁଛନ୍ତି । ମଧ୍ୟପ୍ରଦେଶର ଗୁନାଠାରେ ବୁଧବାର ବିଳମ୍ବିତ ରାତ୍ରିରେ 60ରୁ ଅଧିକ ଶ୍ରମିକ ଥିବା ଏକ ବସ୍‌ରେ ଦୁର୍ଘଟଣା ହୋଇଯାଇଛି । ଏହି ଦୁର୍ଘଟଣାରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ୍ର ରାତ୍ରିରେ ଗୁନାର କେଣ୍ଟ ଅଞ୍ଚଳରେ ପ୍ରବାସୀ ଶ୍ରମିକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ 8 ଜଣ ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଏହି ସମସ୍ତ ଶ୍ରମିକମାନେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଯାଉଥିଲେ ।  (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋକସରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ସାମ୍ବାଦିକଙ୍କ ସମେତ ଦୁଇ ଆହତ

ବବ୍‌ଲୁ ସାହୁ
କଳାହାଣ୍ଡି : କୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର କାଉଡୋଳା ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ୱେବ ମିଡ଼ିଆରେ କାର୍ଯରତ ସାମ୍ବାଦିକ ଯୋଗୀନ୍ଦ୍ର କୁମାର ବାରିକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ମହେଶ ଦାଶ ସାମାନ୍ୟ ଆହତ ହୋଇଛନ୍ତି । ସାମ୍ବାଦିକ ଜଣଙ୍କ ଘର ଲଡୁଗାଁ ଏବଂ ସେ କାମରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେହିପରି ଅନ୍ୟ ଯୁବକ ଜଣକ ଜୁନାଗଡ଼ ବ୍ଲକ ହିଂଲିବାହାଳି ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ କାଉଡୋଳା ଗାଁର ଅନ୍ୟ ଜଣେ ସାମ୍ବାଦିକ ବସନ୍ତ ସରବୁ ଓ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌ : ପିତା ମୃତ, ପୁଅ ଗୁରୁତର

ବବ୍‌ଲୁ ସାହୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ଅନ୍ତଗର୍ତ ତୁଜୁଙ୍ଗ ନିକଟର ଆଜି ଦିନ ପ୍ରାୟ ଏଗାରଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହେଇଥିବାବେଳେ ପୁଅ ଗୁରୁତର ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମୁତାବକ ମ.ରାମପୁର ମାଛିବନ୍ଧ ପଡ଼ାର ସଚିନ କାଲସାଏ ନିଜ ପାଞ୍ଚ ବର୍ଷର ପୁଅ ବାବୁସାନଙ୍କ ସହିତ ଯାଉଥିବା ବେଳେ ବାଇକ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏମ.ରାମପୁର ପଟରୁ ତୁଜୁଙ୍ଗ ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛରେ ବାଇକଟି ପିଟି ହୋଇ ଯାଇଥିଲା । ସଚିନଙ୍କ ମୁଣ୍ଡରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
5 ବର୍ଷୀୟ ବାବୁସାନଙ୍କୁ ତୁଜୁଙ୍ଗ ଗ୍ରାମର ବୃନ୍ଦାବନ ନାଗ ନିଜ ବାଇକରେ ଏମ. ରାମପୁର ଡ଼ାକ୍ତରଖାନାକୁ ନେଇଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏମ. ରାମପୁର ଥାନାଧିକାରୀ ଗୋବିନ୍ଦ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଭାଲ ଛକ ନିକଟରେ କାର୍‌-ତେଲ ଟ୍ୟାଙ୍କର ଧକ୍କା: ରାସ୍ତା ପାର୍ଶ୍ବରେ ଥିବା ଅଟୋ ଉପରେ ଚଢିଗଲା ଟ୍ୟାଙ୍କର୍‌

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ନାଭାଲ ଛକ ନିକଟରେ ଏକ କାର ସହ ତେଲ ଟ୍ୟାଙ୍କରର ଧକ୍କା ହୋଇଛି। ମିଳିଥିବା ସୂଚନା ଅନୁସାରେ ତେଲ ଟ୍ୟାଙ୍କର୍‌ ଓ କାର୍‌ଟି ଭୁବନେଶ୍ବରରୁ ବ୍ରହ୍ମପୁର ଯାଉଥିବାବେଳେ ନାଭାଲ୍‌ ଛକ ନିକଟରେ କାର୍‌କୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କରଟି।  ଓଡି ୦୨ ଏକ୍ସ ୩୦୦୪ ନମ୍ବରର କାରଟିକୁ ଏନଏଲ ୦୧ କେ ୮୭୭୧ ନମ୍ବରର ତେଲ ଟ୍ୟାଙ୍କରଟି ଧକ୍କା ଦେଇଥିଲା।

କାର୍‌ ସହ ତେଲ ଟ୍ୟାଙ୍କରଟି ଧକ୍କା ଦେବା ପରେ ଟ୍ୟାଙ୍କରଟି ଭାରସ୍ୟାମ ହରାଇ ଆଭା ହସ୍ପିଟାଲ ନିକଟରେ ଠିଆ ହୋଇଥିବା ୬ ଟି  ଅଟୋ ଉପରକୁ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୬ ଟି  ଅଟୋ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ କାର୍‌ରେ  ଥିବା ସ୍ବାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାର ମାଲିକ ସୁବାସ ସାହୁ(୬୫) ନିଜେ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି (୫୨)ଙ୍କ ସହିତ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା ପହଞ୍ଚି  ଆହତଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ସ୍ବାମୀଙ୍କ  ସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ବାଲୁଗାଁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏହି ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଥିବାବେଳେ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ ଏହି ଘଟଣାର ତଦନ୍ତ କରୁଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀର କଉଡିଖଣି ଛକ ନିକଟରେ ଦୁର୍ଘଟଣା: ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର୍‌

ସୀତାରାମ ଅଗ୍ରଓ୍ବାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଛକ ନିକଟରେ ଏକ ଗ୍ୟାସ୍‌ ଟ୍ୟାଙ୍କର୍‌ ଓଲଟି ପଡିଛି। ଟ୍ୟାଙ୍କରଟି ବିଶାଖାପାଟଣାରୁ ଖୋର୍ଦ୍ଧା ବିପିସିଏଲ୍‌ ଯାଉଥିବା ସମୟରେ ଏପରି ଅଭାବନୀୟ ଅଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ଗ୍ୟାସ ଟ୍ୟାଙ୍କରଟି ଓଲଟି ପଡିଥିବାର ଜଣାପଡିଛି। ନାଚୁଣୀର କଉଡିଖଣି ଛକଠାରେ ଗ୍ୟାସ୍‌ ଟ୍ୟାଙ୍କରଟି ଓଲଟି ପଡିଥିଲା। ଗ୍ୟାସ୍‌ ଟ୍ୟାଙ୍କର୍‌ଟି ଓଲଟି ପଡ଼ିଥିବାରୁ ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁଙ୍କୁ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚିତ କରିଥିଲେ।

ଏହାପରେ ବିପିସିଏଲ୍‌ଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ବିପିଏସ୍‌ଏଲ୍‌ ତରଫରୁ ଟେକ୍ନସିଆନ୍‌ ପହଞ୍ଚି ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଛି କି ନାହିଁ ତାହା ପରୀକ୍ଷା କରାଯାଇଥିଲା। ଗ୍ୟାସ୍‌ ଲିକ୍‌ ହେଉନଥିବାର ଜଣାପଡିବା ପରେ ତିନୋଟି କ୍ରେନ୍‌ ସାହାଯ୍ୟରେ ଏହି ଟ୍ୟାଙ୍କରକୁ ଉଠାଇବାର ବ୍ୟବସ୍ଥା କରାଯାଇଛି।  ଘଟଣାସ୍ଥଳରେ ବାଣପୁର ତହସିଲଦାର ମନ୍ମଥ ବେହେରା, ଏସ୍‌ଡିପିଓ ସୁରେଶ ଦାସ, ଆଇଆଇସି ସଞ୍ଜୟ ପଟ୍ଟନାୟକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଘଟଣାର ତଦାରଖ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍‌କୁ ପିଟିଲା କାର୍‌: ଜଣେ ମୃତ, ଜଣେ ଗୁରୁତର

ସମୀକ୍ଷା ବ୍ୟୁରୋ

ବାଲେଶ୍ବର : ଆଜି ଭୋର ସମୟରେ ବାଲେଶ୍ବର ରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲେଶ୍ବର ଏନ୍‌ଏଚ-60 ଫୁଲାଡି ନିକଟରେ ଭୋରରୁ ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣକର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ଏକ କାର୍‌ ପିଟିବାରୁ ଡ୍ରାଇଭର ଜଣକର ମୃତ୍ୟୁ ହୋଇଛି । କାର୍‌ରେ ଥିବା ଅନ୍ୟ ଜଣେ ଗୁରୁତର ହୋଇ ବାଲେଶ୍ବର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌ ସହ ପିଟିହେଲା କାର୍‌ : ଦୁଇ ମୃତ

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା: କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ରାସ୍ତା ଘାଟ ଶୂନ୍‌ଶାନ ରହୁଥିବାବେଳେ ବି ଦୁର୍ଘଟଣା ପରି ଘଟଣା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌ ସହ ଏକ କାର୍‌ ପିଟି ହୋଇଯାଇଛି   ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ନିରାକାରପୁର ଥାନା ରାମେଶ୍ବର ପେଟ୍ରୋଲ୍‌ ପମ୍ଫ ପାଖରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍‌ ଓ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍ ଯୋଗୁଁ ଘରକୁ ଫେରୁଥିବା ସମୟରେ ଘଟିଲା ଦୁର୍ଘଟଣା: 5ମୃତ, 6 ଗୁରୁତର

ତେଲେଙ୍ଗାନା: ତେଲେଙ୍ଗାନାଠାରେ ଏକ ସଡକ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଲକ୍‌ ଡାଉନ୍‌ କାରଣରୁ ନିଜ ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ 6ଜଣ ଗୁରୁତର ରହିଛନ୍ତି।  ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ଶାମଶବାଦ୍‌ ନିକଟରେ ଏକ ଲରି ଓ ମିନି ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଛି। ମିନି ଟ୍ରକ୍‌ଟିରେ 30 ଜଣ ଲୋକ ରହିଥିଲେ। ଲକ୍‌ ଡାଉନ୍ କାରଣରୁ କର୍ଣ୍ଣାଟକରୁ ନିଜ ଘରକୁ ଏକ ମିନି ଟ୍ରକ ସାହାଯ୍ୟରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବଳେ ମୃତକଙ୍କ ସଂଖ୍ୟା 19ରେ ପହଞ୍ଚିଲାଣି। ମୋଟ୍‌ 855 ଜଣ ଏହି ରୋଗରେ ସଂକ୍ରମିତ ହେଲେଣି। କରୋନାର ଭୟାବହତାକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଦାର୍ଜିଲିଂରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗୋଟିଏ ପରିବାରର 5 ଓଡିଆ ମୃତ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 5 ଜଣ ଓଡିଆଙ୍କ ମୃତ୍ୟୁ ଘଟିଛି । ଗାଙ୍ଗଟକରୁ ସିଲିଗୁଡି ଯାଉଥିବା ବେଳେ ଘାଟିରୁ ଗାଡିଟି ଖସିଯିବାରୁ 5 ଜଣ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ପରିବାରର ସ୍ବାମୀ, ସ୍ତ୍ରୀ, ଜ୍ବାଇଁ ଏବଂ ଦୁଇ ସମ୍ପର୍କୀୟ ମଉସା ମାଉସୀ ପ୍ରାଣ ହରାଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ 3 ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।