Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୃତକଙ୍କୁ କ୍ଷତିପୂରଣ ଦାବିରେ ବାଣପୁର-ବାଲୁଗାଁ ବାଇପାସ ଅବରୋଧ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର-ବାଲୁଗାଁ ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ମଠପଟଣା ଗ୍ରାମର ସନାତନ ପ୍ରଧାନ (୫୦) ଆଜି ସଂଧ୍ୟା ପାଖାପାଖି ୭ ଘଟିକା ସମୟରେ ବଜାର କାମ ସାରି ସାଇକେଲ ଯୋଗେ ବାଇପାସ ଦେଇ ନିଜ ଘରକୁ ଫେରୁଥିଲେ। ତେବେ ନିଜ ଗ୍ରାମ ମଠପଟଣାକୁ ରୋଡ଼ ଅତିକ୍ରମ କରି ଯାଉଥିବା ସମୟରେ ଭୁବନେଶ୍ୱର ଆଡୁ ଆସୁଥିବା ଏକ ଧଳା ରଙ୍ଗର ସ୍କର୍ପିଓ ଗାଡି (ଓଡ଼ି୦୨ଡ଼ି୧୩୭୨) ସନାତନଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ସନାତନଙ୍କ ପ୍ରାଣହାନି ଘଟିଥିଲା।

ତେବେ ଦୁର୍ଘଟଣା ଘଟାଇ ଗାଡି ଚାଳକ ଫେରାର ହେଉଥିବା ବେଳେ ସରନଇ ବ୍ରିଜ ନିକଟରେ ସ୍ଥାନୀୟ ବାସିନ୍ଦାମାନେ ଗାଡିକୁ କାବୁ କରିଛନ୍ତି। ବର୍ତ୍ତମାନ ସ୍ଥାନୀୟ ଗ୍ରାମବାସୀମାନେ ମୃତକଙ୍କୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ବାଣପୁର ଆଇଆଇସି ଘଟଣାସ୍ଥଳକୁ ଯାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମର୍ମନ୍ତୁଦ ଦୁର୍ଘଟଣା : 9ମୃତ, 34 ଆହତ

ନେପାଳ :  ନେପାଳର ବୈତଡୀ ଜିଲ୍ଲାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ନେପାଳର ବୈତଡୀ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ 9ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 34 ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ସଂଖ୍ୟା ବଢିବା ନେଇ ମଧ୍ୟ ସୂଚନା ରହିଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ ମଧ୍ୟ  ନେପାଳଠାରେ ଏକ ସଡକ ଦୁର୍ଘଟଣାରେ 5ଜଣଙ୍କର ମୃତ୍ୟୁ ହୋଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା : 6 ମୃତ, 10 ଆହତ

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଳାର ପୟାଗପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରେ 5 ଜଣଙ୍କର ସ୍ଥିତି ଖୁବ୍ ଗମ୍ଭୀର ରହିଛି। ସମସ୍ତ ଆହତଙ୍କୁ ପୋଲିସ ଗାଡି ଯୋଗେ ହସ୍ପିଟାଲରେ ପହଁଞ୍ଚାଇଛି। ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୃତକ ଓ ଆହତ ଲକ୍ଷ୍ମୀପୁର ଖିରି ଜିଲ୍ଲାର ତୁକନିଆ ଓ ସିଙ୍ଗାହିରେ ରୁହନ୍ତି।

ପୋଲିସର ସୂଚନା ଅନୁସାରେ, ଜଣେ ମହିନ୍ଦ୍ରା ଗାଡିରେ ବସି 16 ଜଣ ଯାତ୍ରୀ ଆମ୍ବେଦକରନଗର ସ୍ଥିତ କିଛୌଛ ଶରିଫର ଦର୍ଶନ କରି ଫେରୁଥିଲେ। ପ୍ରୟାଗପୁର ଥାନାର ଶିବ ଦହା ମୋଡ ନିକଟରେ କୌଣସି ଅଜଣା ଗାଡି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ 6ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ପାଇ ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍‌ ଧକ୍କାରେ ଅଜା-ନାତି ମୃତ

ଆନନ୍ଦପୁର : ଟ୍ରକ୍‌ ଧକ୍କାରେ ଅଜା-ନାତିଙ୍କ ମୃତ୍ୟୁ ହୋଇଛି । ରାମଚନ୍ଦ୍ରପୁର ଥାନା ଅଧିନ ଏନ୍ଏଚ୍ 20ର ବରପଦା ଓଭରବ୍ରିଜ୍ ନିକଟରେ ଅଜା-ନାତିଙ୍କ ଉପରେ ଏକ ପଡିଏସ୍ ଗହମ ବୋଝେଇ ଟ୍ରକ୍ ମାଡିଯିବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ଯୁ ଘଟିଛି । ମୃତକ ଅଜା ସ୍ଥାନୀୟ ହରିପୁର ଗାଁର କିର୍ତନ ନାଥ ଓ ନାତି କେନ୍ଦୁଝରର କେଶବ ବୋଲି ସୂଚନା ରହିଛି । ଦୁହେଁ ବାଇକରେ ଫେରୁଥିବା ସମୟରେ ସାମ୍ନା ପଟୁ ଗହମ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡିଯାଇଥିଲା । ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ କରିଛି ।

Categories
ଆଜିର ଖବର ଜାତୀୟ ଖବର

ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ଗାଡି: ଦୁର୍ଘଟଣାରେ ତିନି ମୃତ, ଆଠ ଆହତ

ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ପାହାଡ଼ିଆ ଡୋଡା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଖିଲାନିରୁ ହେମ୍ବଲକୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏହି ଗାଡି ଏକ ଗଭୀର ଖାଇରେ ଖସି ଯାଇଥିଲା। ଡୋମେଲ ଗାଁରେ ଏହି ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଆହତମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଜମ୍ମୁ କାଶ୍ମୀର ଡୋଡା ଜିଲ୍ଲାର ସଡ଼କ ଅବସ୍ଥା ବହୁତ ଖରାପ ଏବଂ ଅତ୍ୟଧିକ ଦ୍ରୁତ ଗତି କାରଣରୁ ସଡ଼କ ଦୁର୍ଘଟଣା ହେଉଥିବାର ଦୀର୍ଘ ଦିନ ଧରି ଖବର ରହିଆସିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ଦିନକୁ 30ଟି ଦୁର୍ଘଟଣା, 15ମୃତ୍ୟୁ

ନୂଆଦିଲ୍ଲୀ: ଓଡ଼ିଶାରେ ଦିନକୁ 30 ରୁ ଅଧିକ ଦୁର୍ଘଟଣା ଘଟୁଛି । ପାଖାପାଖି 15 ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ ପକ୍ଷରୁ ପ୍ରକାଶ ପାଉଥିବା ‘ରୋଡ ଆକ୍ସିଡେଣ୍ଟ ଇନ ଇଣ୍ଡିଆ-2019’ ରିପୋର୍ଟରେ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଆଧାରରେ 2019 ମସିହାରେ ଓଡ଼ିଶାରେ ସମୁଦାୟ 11 ହଜାର 64ଟି ସଡକ ଦୁର୍ଘଟଣା ଘଟୁଥିବାବେଳେ ସମୁଦାୟ 5 ହଜାର 333 ଜଣଙ୍କର ମୃତ୍ୟୁ ହୋଇଛି । ସଡ଼କ ଦୁର୍ଘଟଣାରେ ଓଡ଼ିଶା 12 ତମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ଓଭରସ୍ପିଡ ଯୋଗୁଁ  ସର୍ବାଧିକ ଦୁର୍ଘଟଣା ଘଟୁଥିବାବେଳେ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଛି । ଦ୍ରୁତ ଗତି ଯୋଗୁଁ 7 ହଜାର 632ଟି ଦୁର୍ଘଟଣା ଘଟିଥିବାବେଳେ  ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ 1068ଟି  ଦୁର୍ଘଟଣା ଘଟିଥିବାର ସୂଚନା ପ୍ରକାଶ ପାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବସ୍‌ ଓ ବୋଲେରୋ ଧକ୍କା : ସାତ ମୃତ, 32 ଆହତ

ଉତ୍ତରପ୍ରଦେଶ :ଉତ୍ତରପ୍ରଦେଶର ପିଲିଭିତ୍‌ ଜିଲ୍ଲାରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସାତଜଣଙ୍କର ମୃତ୍ୟୁ ହୋଇଥିବାବେଳେ 32 ଜଣ ଆହତ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ପିଲିଭିତର ପୁରାନାପୁର ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବସ୍‌ ଓ ବୋଲୋର ମଧ୍ୟରେ ଧକ୍କା ହେବା ପରେ ସାତ ଜଣଙ୍କର ମୃତ୍ୟୁହୋଇଛି। 32 ଜଣ ଗୁରୁତର ରହିଛନ୍ତି ।  ଯାତ୍ରବାହୀ ବସ୍‌ ଯାତ୍ରୀଙ୍କୁ ନେଇ ଲକ୍ଷ୍ନୌ ଅଭିମୁଖେ ଯାଉଥିବାବେଳେ ଏକ ବୋଲୋର ଗାଡି ପୁରନପୁର ଯାଉଥିଲା । ତେବେ ସୋହରାମଉ ବର୍ଡର ନିକଟରେ ଦୁଇ ବାହାନ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଧକ୍କା ହେବା ପରେ ବସ୍‌ଟି କ୍ଷେତକୁ ଓଲଟି ପଡିଥିଲା । ବସ୍‌ ଓଲଟିବା ଫଳରେ ଯାତ୍ରୀମାନେ ତଳକୁ ଦବି ଯାଇଥିଲେ । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ସାତଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।  ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ କେତେଜଣଙ୍କ ସ୍ଥିତି ସଂକଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଟ୍ରେନ୍‌ ଓ ବସ୍‌ ଧକ୍କା : 17 ମୃତ, 30 ଆହତ

ବ୍ୟାଂକକ୍‌ : ଥାଇଲାଣ୍ଡରେ ଟ୍ରେନ୍‌ ଓ ବସ୍‌ ମଧ୍ୟରେ ଧକ୍କା ହେବା ପରେ ଅତିକମ୍‌ରେ 17ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଥାଇଲାଣ୍ଡରେ ରବିବାର ଦିନ ସକାଳ ସମୟରେ ଏହି ଘଟଣାଟି ଘଟିଛି । 65 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଏକ ଟ୍ରେନ୍‌ ସହ ଧକ୍କା ଦେବାପରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ବର୍ଷା ଯୋଗୁଁ  ଦୃଶ୍ୟ କମ୍‌ ହେବା ଯୋଗୁଁ ଟ୍ରେନ୍‌ ଆସିବାର ସିଗନାଲ୍‌ ନ ଦେଖାଯିବା ଯୋଗୁଁ ଏପରି ଏକ ଅଘଟଣ ଘଟିଯାଇଛି । ଏହି ଘଟଣାଟି ବ୍ୟାଙ୍କକ୍‌ଠାରୁ 80 କିଲୋମିଟର ଦୂର ପୂର୍ବ ଅଞ୍ଚଳରେ ଘଟିଛି । ଏହି ଦୁର୍ଘଟଣାରେ 17 ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 30ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନାରହିଛି ।

Categories
ଆଜିର ଖବର ଜାତୀୟ ଖବର

ଯାହାକୁ ରଖିବେ ଅନନ୍ତ … ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମା-ବାପାଙ୍କ ଜୀବନ ଗଲା, ସୁରକ୍ଷିତ ଭାବେ ଶିଶୁକନ୍ୟା ଉଦ୍ଧାର

ଭରତପୁର : ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ରାଜସ୍ଥାନର ଭରତପୁରର ଏକ ଘଟଣାରେ ଏହି ଉକ୍ତିଟି ସମ୍ପୂର୍ଣ୍ଣ ରୂପେ ପ୍ରତିପାଦିତ ହୋଇଛି ।  ଏଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକରେ ବସିଥିବା ବାପା-ମା’ଙ୍କ ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ତାଙ୍କ କୋଳରେ ରହିଥିବା ଏକ ବର୍ଷର ଶିଶୁଟି ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି । ଏପରିକି କୌଣସି ପ୍ରକାରର ଆଘାତ ମଧ୍ୟ ହୋଇନାହିଁ ।

ମିଳିଥିବା ସୂଚନା ଅନୁସାରେ ଭରତପୁର ରୂପବାସ ରୋଡ୍‌ ନିକଟ ଜରେଲା ପେଟ୍ରୋଲ୍‌ ପମ୍ପ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରେଲର୍‌ ସହିତ ବାଇକର ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ସ୍ବାମୀ-ସ୍ତ୍ରୀ ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମାତ୍ର ବାଇକ୍‌ରେ ରହିଥିବା 1 ବର୍ଷର ଶିଶୁ କନ୍ୟା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଛି ।  ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଟ୍ରଲରରେ ଫସିଥିବା ମୃତ୍ୟଦେହକୁ ଉଦ୍ଧାର କରିଥିବାବେଳେ ଶିଶୁକନ୍ୟାକୁ ମଧ୍ୟ ଉଦ୍ଧାର କରିଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ବାଇପାସ୍‌ରେ ବାଇକ୍‌- ଇନୋଭା ଧକ୍କା : ଦୁଇ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସୀତାରାମ ଅଗ୍ରଓ୍ବାଲ
ଚିଲିକା : ଆଜି ସନ୍ଧ୍ୟାବେଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବାଇପାସ୍‌ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଦୁଇଜଣ ଗୁରୁତର ଆହତ ହୋଇ ଟାଙ୍ଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା 5 ଘଟିକାରେ ଏକ ପଲସର ମୋଟର ସାଇକେଲରେ ଦୁଇ ଜଣ ଆରୋହୀ ନାଚୁଣୀ ବାଇପାସ୍‌ ନିକଟ ପେଟ୍ରୋଲ୍‌ ପମ୍ପ ସାମ୍ନାରେ ରାସ୍ତା ପାର୍‌ କରି ବିପରୀତ ଦିଗକୁ ଯାଉଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ଇନଭୋ ଗାଡି ଧକ୍କା ଦେଇଥିଲା । ଫଳରେ ବାଇକ୍‌ ଆରୋହୀ ଓ ସହଯୋଗୀ ଛିଟିକ୍‌ ରାସ୍ତାର ଅପରପାଶ୍ବରେ ପଡିଥିବାବେଳେ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ମୋଟର ସାଇକେଲ୍‌ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି ।
ଦୁଇ ଗୁରୁତରଙ୍କ ମଧ୍ୟରେ ବାଇକ ଆରୋହୀ ଜଣକ ବାଣପୁର ବ୍ଲକ ଓଡଗାଁର ନବକିଶୋର ସେଠୀ ଏବଂ ତାଙ୍କ ସାଥୀରେ ଥିବା ବ୍ୟକ୍ତିଜଣକ ଚିଲିକା ବ୍ଲକ ହରିପୁର ଗ୍ରାମର ବାବୁଲା ପ୍ରଧାନ ବୋଲି ଜଣାପଡିଛନ୍ତି । ଦୁଇ ଗୁରୁତରଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ହସ୍ପିଟାଲକୁ ନିଆଯାଇଥିବାବେଳେ ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଅପରପକ୍ଷରେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ 16 ନମ୍ବର ଜାତୀୟ ରାଜପଥକୁ ପାଖାପାଖି 1 ଘଣ୍ଟା ଯାଏଁ ଅବରୋଧ କରିଥିଲେ ସ୍ଥାନୀୟ ଗ୍ରାମବାସୀ l ଉକ୍ତ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାସ୍ଥଳେ ବାଇପାସ୍‌ ଓଭରବ୍ରିଜ୍‌ କାମ ମନ୍ଥର ଗତିରେ ଚାଲୁଛି, ଏହାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଦୁର୍ଘଟଣାର ଖବର ପାଇଁ ନାଚୁଣୀ ପୋଲିସ ଉକ୍ତ କାର୍‌ଟିକୁ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା । ପୋଲିସ୍‌ର ବୁଝାଶୁଝା କରିବା ପରେ ଏବେ ସେହି ରାସ୍ତାରେ ଜନଯାତ୍ରା ସ୍ବାଭାବିକ ହୋଇଥିବା ଜଣାପଡିଛି ।ସୂଚନାଯୋଗ୍ୟ, ଆଜି ନାଚୁଣୀ ନିକଟରେ ମଧ୍ୟାହ୍ନ ସମୟରେ ମଧ୍ୟ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ହୋଇଥିବା ସ୍ଥଳେ ବର୍ତ୍ତମାନ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି l

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରେ ଓଲଟିଲା ମଟରସାଇକେଲ ବୋଝେଇ କଣ୍ଟେନର: ୧୪ ବୁଲେଟ ନଷ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକରେ ଏକ ବୁଲେଟ ମଟରସାଇକଲ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଏକ ଷଣ୍ଢର ମୃତ୍ୟୁ ଘଟିଥିବାବେଳେ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦.୪୦ ମିନିଟରେ ରେ କଟକ ମୁଣ୍ଡୁଳିସ୍ଥିତ ରୟାଲ ଏନଫିଲଡ଼ ଡିପୋରୁ ୧୪ ଗୋଟି ବୁଲେଟ ମଟରସାଇକେଲ ନେଇ ଏକ ଟାଟା କଣ୍ଟେନର (ଓଡ଼ି ୦୫ ଆର ୭୭୨୫) ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକ ନିକଟରେ ହଠାତ କଣ୍ଟେନର ସାମ୍ନାରେ ଏକ ଷଣ୍ଢ ଆସିଯାଇଥିଲା। ଯାହାଫଳରେ କଣ୍ଟେନରଟି ଷଣ୍ଢକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ପାର୍ଶ୍ୱର ରୋଡ ସାଇଡକୁ ଚାଲିଯାଇ ଓଲଟିପଡିଥିଲା।

ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ଏବଂ ମଠପୁରର କିଛି ଗ୍ରାମବାସୀ ପହଁଚି ଆହତ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ ସଫା କରିଥିଲେ। ଘଟଣାସ୍ଥଳରେ ଷଣ୍ଢଟି ର ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଚାଳକଙ୍କ ନାମ ସଂଜୀବ କୁମାର ଯାଦବ ଏବଂ ତାଙ୍କ ଘର ବିହାର ବୋଲି ଜଣାପଡିଛି। ହେଲେ କଣ୍ଟେନରରେ ଥିବା ସମସ୍ତ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ଗାଡ଼ି ଚାଳକ। ଅପରପକ୍ଷେ ଖବର ପାଇ ଆଜି ସକାଳେ ଗାଡ଼ି ମାଲିକ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରି ବାଣପୁର ପୋଲିସ ଥାନାରେ ଏ ଘଟଣା ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା କ୍ରେନ ଦ୍ୱାରା ଉକ୍ତ କଣ୍ଟେନରକୁ ଉଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା: ବାଇକ ଚାଳକ ଗୁରୁତୁର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ଅଛି।

ମିଳିଥିବା ସୂଚନା ଅନୁଯାୟୀ ମୋରାମୋରି ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ରବି ବରାଳଙ୍କ ପୁତ୍ର ପୂର୍ଣଚନ୍ଦ୍ର ବରାଳ(୩୧) ଗତକାଲି ରାତି ୧୧.୩୦ ମିନିଟରେ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରୁ ଖାଦ୍ୟ ଖାଇ ବାଲୁଗାଁ ବାଇପାସ ଅଭିମୁଖେ ନିଜ ବାଇକ(ଓ ଆର ୦୨ ବି.ଡ଼ି ୮୨୧୩) ଯୋଗେ ଯାଉଥିଲେ। କିଛି ବାଟ ଗଲାପରେ କହ୍ନେଇପୁର ଛକ ନିକଟରେ ପୂର୍ଣଚନ୍ଦ୍ର ଭାରସାମ୍ୟ ହରାଇ ବାଇକକୁ ଏକ କିଆ ବୁଦାମୂଳ ଭିତରେ ଭର୍ତ୍ତି କରିଦେଇଥିଲେ। ଯାହା ଫଳରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ସେ ରାଜାରାସ୍ତା ଉପରେ ସଂଜ୍ଞାହିନ ହୋଇ ପଡିରହିଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା ସହ ନାକ ଫାଟି ପ୍ରଚୁର ରକ୍ତସ୍ରାବ ହେଉଥିଲା। ଏହାଦେଖି କିଛି ବ୍ୟକ୍ତି ତୁରନ୍ତ ନାଚୁଣୀ ଫାଣ୍ଡିକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ପହଁଚି ଆହତଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଡ଼କାଇଥିଲେ।  ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଁଚି ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଥିଲେ। ହେଲେ କ୍ୟାପିଟାଲ ହସ୍ପିଟାଲରେ ଆଇ.ସି.ୟୁ ବେଡ଼ ଖାଲି ନଥିବାରୁ ପୂର୍ଣ୍ଣଙ୍କ ପରିବାର ବହୁ ଘରୋଇ ହସ୍ପିଟାଲକୁ ରାତି ଯାକ ଦୌଡ଼ି ଦୌଡ଼ି ଶେଷରେ ସହିଦନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ଣ୍ଣଙ୍କୁ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଟୋକୁ ଧକ୍କା ଦେଲା ଟ୍ରକ୍‌ : ଦୁଇ ମୃତ, ଛଅ ଗୁରୁତର

ବାରିପଦା : ବାଙ୍ଗିରିପୋଷି ଘାଟିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅଟୋକୁ ଧକ୍କା ଦେଇ ଟ୍ରକ୍‌ ଓଲଟିବା ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ 6 ଜଣ ଗୁରୁତର ରହିଛନ୍ତି । ଏନଏଚ୍‌-49ର ବାଙ୍ଗିରିପୋଷି ଘାଟିରେ ଅଟୋକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଗୁରୁତରଙ୍କୁ ବାଙ୍ଗିରିପୋଷି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ରହିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ୍‌ : ଜଣେ ମୃତ, ଚାରି ଗୁରୁତର

ଯାଜପୁର :  ଯାଜପୁର ଜିଲ୍ଲା 16ନମ୍ବର ଜାତୀୟ ରାଜପଥ ବାରବାଟୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4  ଜଣ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ଏକ ଟ୍ରକ୍‌ ଓଭରଟେକିଂ କରୁଥିବାବେଳେ ଅନ୍ୟ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲେ । ଏହି ସମୟରେ ରାସ୍ତା କଡରେ ଛିଡା ହୋଇଥିବା କିଛି ଲୋକଙ୍କ ଉପରେ ଟ୍ରକ୍‌ଟି ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ 32 ବର୍ଷୀୟ ଯୁବ ବ୍ୟବସାୟୀ ଅମୂଲ୍ୟ ସେଠୀ ବୋଲି ସୂଚନା ରହିଛି । ଦୁର୍ଘଟଣା ପରେ ଟ୍ରକର ଚାଳକ ଫେରାର ହୋଇଯାଇଥିବା ବେଳେ ଗୁରୁତରମାନଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ଲାଗି ସ୍ଥାନାନ୍ତରଣ କରାଯାଇଛି ।
Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡି ଧକ୍କାରେ ମାଉସୀ-ଝିଆରୀ ମୃତ

ଆସିକା : ମର୍ଣ୍ଣିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କାରେ ମାଉସୀ-ଝିଆରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଗଞ୍ଜାମ ଜିଲ୍ଲା କୋଟିନଡା ଫାଣ୍ଡି ଅନ୍ତର୍ଗତ କେ.ଲଛମନପଲ୍ଲୀ ନିକଟରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଦୁଇଜଣ ମାଉସୀ-ଝିଆରୀ ବୋଲି ସୂଚନା ରହିଛି ।

ସୂଚନା ଅନୁସାରେ ଦୁହେଁ ଆଜି ସକାଳ 7ଟା ସମୟରେ ମର୍ଣ୍ଣିଂ ଓ୍ବାକ୍‌ରେ ଆସିଥିବାବେଳେ କେ.ଲଛମନପଲ୍ଲୀ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାପରେ ଗାଡି ସହ ଡ୍ରାଇଭର ଫେରାର ହୋଇଥିବାବେଳେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଏକ ରେଷ୍ଟୁରାଣ୍ଟ ଭୁଶୁଡ଼ିବାରୁ ୨୯ ଜଣଙ୍କର ମୃତ୍ୟୁ, ସାତ ଜଣ ଗୁରୁତର

ବେଜିଂ, ଚାଇନାର ଶାହାନସି ପ୍ରଦେଶରେ ଏକ ରେଷ୍ଟୁରାଣ୍ଟ ଭୁଶୁଡ଼ିବା ଯୋଗୁଁ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ସିନ୍ଧୁ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ଶନିବାର ଦିନ ଚେନ୍‌ଜୁଆଙ୍ଗ ଗାଁର ଜକ୍ସିଆନ୍ ରେଷ୍ଟୁରାଣ୍ଟରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜନ୍ମଦିନ ପାଳନ କରାଯାଉଥିଲା। ହଠାତ ରେଷ୍ଟୁରାଣ୍ଟଟି ଭୁଷୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଥିଲା। ଉଦ୍ଧାର କାର୍ଯ୍ୟ ରବିବାର ଦିନ ୩.୫୨ ରେ ଶେଷ ହୋଇଥିଲା।  ଭୁଶୁଡ଼ି ପଡ଼ିଥିବା ଦୁଇ ମହଲା କୋଠାର ଆବର୍ଜନାରୁ ସମୁଦାୟ ୫୭ ଜଣଙ୍କୁ ଟାଣି ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୨୯ ଜଣ ମୃତ ଏବଂ ସାତ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୨୧ ଜଣ ସାମାନ୍ୟ ଆହତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୋକାନ ଭିତରକୁ ପଶିଲା ଟ୍ରକ: ଡ଼୍ରାଇଭର ଆହତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସହରର ଗୋଷାଣିନୂଆଗାଁ ଓଭର ବ୍ରିଜ୍ ନିକଟରେ ଏକ ଟ୍ରକ ଦୋକାନ ମଧ୍ୟକୁ ପ୍ରବେଶ କରିବାରୁ ଦୋକାନଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଦୋକାନଟି ବନ୍ଦ ଥିବାରୁ କାହାର କିଛି କ୍ଷତି ହୋଇନାହିଁ।

ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଗୋଷାଣିନୂଆଗାଁକୁ ସଂଯୋଗ କରୁଥବା ଓଭର ବ୍ରିଜ୍ ଦେଇ ଦ୍ରୁତଗତିରେ ଆସୁଥିବା ସାର ବୋଝେଇ ଟ୍ରକ (ଓଆର୍ ୦୭ ଏସ୍ ୧୨୫୬) ଟିର ବ୍ରେକ ଫେଲ୍ ହୋଇଯାଇଥିଲା। ଫଳରେ ବୁଲାଣିରେ ଟ୍ରକଟି ଭାରସାମ୍ୟ ହରାଇ ପ୍ରହ୍ଲାଦ ପାଣିଗ୍ରାହୀଙ୍କ ତ୍ରିବେଣୀ ସେଲ୍ସ ପଏଣ୍ଟ ଦୋକାନ ମଧ୍ୟକୁ ପ୍ରବେଶ କରିଥିଲା।

ଗାଡ଼ି ଡ଼୍ରାଇଭର କାଳୁ ଚରଣ ଦାଶ ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ତେବେ ଦୁର୍ଘଟଣା ଘଟିବା ପରେ ରାସ୍ତାଟି ଜାମ୍ ହୋଇଯାଇଥିବାରୁ ଟ୍ରାଫିକ୍ ଆଇଆଇସି ସୁନିଲ ବେହେରାଙ୍କ ତତ୍ତ୍ୱାବଧାନରେ ଟ୍ରକଟିକୁ ବାହାର କରାଯାଇଥିଲା। ଫଳରେ ଯାନାବାହାନ ଚଳାଚଳ ସ୍ୱାଭାବିକ ହୋଇଛି। ଏନେଇ କୌଣସି ମାମଲା ହୋଇନଥିବା ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର

କାର୍‌କୁ ଧକ୍କା ଦେଲା ବସ୍‌ : 5ମୃତ, 18 ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଲକ୍ଷ୍ନୌ – ଆଗ୍ରା ଏକ୍ସପ୍ରେସ୍‌ ଓ୍ବେରେ ଆଜି ଭୋର୍‌ ପ୍ରାୟ 5ଟା ସମୟରେ ଦୁର୍ଘଟଣା ହୋଇଛି । ମିଳିଥିବା ସୂଚନା ଅନୁସାରେ  ଏକ କାର୍‌କୁ ବସ୍‌ଟିଏ ଧକ୍କା ଦେଇ ଓଲଟି ପଡିବାରୁ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 18ଜଣ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ଟି ବିହାରର ଦରଭଙ୍ଗାରୁ ଦିଲ୍ଲୀରୁ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗସ୍ତ ହୋଇଛି । ବସ୍‌ଟିରେ ପ୍ରାୟ 40ରୁ 50 ଜଣ ଯାତ୍ରୀ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି ଫାଣ୍ଡି ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ସିରିଜି ଦୁର୍ଘଟଣା

ସୀତରାମ ଅଗ୍ରଓ୍ବାଲ

କୁହୁଡି: ଜାତୀୟ ରାଜପଥ କୁହୁଡି ଫାଣ୍ଡି ନିକଟସ୍ଥ ଜୟମଙ୍ଗଳପୁର ଠାରେ ଦୁଇଟି ଟ୍ରକ ସହ ଗୋଟିଏ ବସର ସିରିଜି ଦୁର୍ଘଟଣା ହେବାରୁ ଚାରି ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗୋଟାଏ ଟ୍ରକ ଚକା ପମ୍ପଚର ହେଇଥିବାରୁ ସେ ଗତକାଲି ରାତ୍ର ୨ଘଟିକାରୁ ରାସ୍ତାରେ ଛିଡା ହୋଇଥିଲା। ଆଜି ସକାଳୁ ପାଖାପାଖି ୭ ଘଟିକାରେ ଗୋଟିଏ ଆଇରନ ବୋଝେଇ ହାଇୱା ଟ୍ରକକୁ ବିହାରରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆନ୍ଧ୍ର ପ୍ରଦେଶ ଯାଉଥିବା ଗୋଟାଏ ବସ ପଛପଟୁ ପିଟି ଦେବାରୁ ଉକ୍ତ ହାଇଓ୍ବା ପମ୍ପଚର ହୋଇଥିବା ଟ୍ରକକୁ ଅନୁରୂପ ଭାବେ ଧକ୍କା ଦେଇଥିଲା ଯାହାଦ୍ୱାରା ଘଟଣାଟି ସିରିଜ ଦୁର୍ଘଟଣାର ମୋଡ ନେଇଥିଲା। ଘଟଣା ସ୍ଥଳରେ କୁହୁଡି ଫାଣ୍ଡି ଅଧିକାରୀ ତୁରନ୍ତ ପହଁଚି ଆହତଙ୍କୁ ୧0୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲକୁ ପଠାଇଥିଲେ ଏବଂ ରାଜ ରାସ୍ତାରୁ ତୁରନ୍ତ ଟ୍ରାଫିକ କ୍ଳିଅର କରାଇଥିଲେ। କୁହୁଡି ଫାଣ୍ଡି ଅଧିକାରୀ ଶ୍ରୀ ନିରଞ୍ଜନ ରାଉତ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମର୍ମଦୂତ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ

ଆଗ୍ରା: ଆହ୍ଲାବାଦ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ମର୍ମଦୂତ ସଡକ ଦୁର୍ଘଟଣା ଘଟିଛି। ଫିରୋଜାବାଦ ଜିଲ୍ଲାର ନାସିରପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ମର୍ମଦୂତ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଅନୁଯାୟୀ ଶନିବାର ଦିନ ଆହ୍ଲାବାଦରୁ ଦ୍ରୁତ ଗତିରେ ଆସୁଥିବା କାରଟି ଆହ୍ଲାବାଦ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଅଜଣା ଟ୍ରକ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୀଷଣ ଥିଲା ଯେ, କାର ଭିତରୁ ମୃତଦେହ ଉଦ୍ଧାର କରିବା ପାଇଁ କାରକୁ କାଟିବାକୁ ପଡିଥିଲା।

ଏସଏସପି ଫିରୋଜାବାଦ ସଚ୍ଚେନ୍ଦ୍ର ପଟେଲ କହିଛନ୍ତି ଯେ ଘଟଣାସ୍ଥଳରେ ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାବେଳେ ପଞ୍ଚମ ବ୍ୟକ୍ତି ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଛନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଷଷ୍ଠ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ପୀଡିତାଙ୍କ ନାମ ରବିନାଶ ପାଣ୍ଡେ, ରୁବି, ଲକ୍ଷ୍ମୀ ଏବଂ କେଶବ ପାଣ୍ଡେଙ୍କ ମୃତ୍ୟୁ ଘଟିଥିବା ବେଳେ ନନ୍ଦିନୀ ଡାକ୍ତରଖାନା ଯିବା ବାଟରେ ଦେହାନ୍ତ ହୋଇଥିବା ପୋଲିସ କହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପଳାଇଥିବା ଟ୍ରକକୁ ଖୋଜା ଚାଲିଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍ ଧକ୍କାରେ ବାଲିକୁଦା ଶିକ୍ଷାବିଭାଗ ସିଆରସିସିଙ୍କ ମୃତ୍ୟୁ

ରମେଶ ମହାନ୍ତି
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ଗୋପାଳପୁରୁ ବଜାର ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଲିକୁଦା ସିଆରସିସି ପ୍ରାଣ ହରାଇଛନ୍ତି । ବାଲିକୁଦା ପଟୁ ସିଆରସିସି ପ୍ରଶାନ୍ତ କୁମାର ପଣ୍ଡା ପ୍ୟାସନ ଗାଡ଼ିରେ ଫେରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଗୋପାଳପୁର ବଜାର ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ଶିକ୍ଷକଙ୍କର ପ୍ରାଣହାନି ଘଟିଥିଲା । ଶ୍ରୀ ପଣ୍ଡା ବାଲିକୁଦା ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଚଅଁରପୁର ଗ୍ରାମର ଏବଂ ସେ ବାଲିକୁଦା ଶିକ୍ଷା ବିଭାଗରେ ସିଆରସିସି ଭାବରେ କାର୍ଯ୍ୟରତ ଥିଲେ ।

ଖବର ପାଇ ବାଲିକୁଦା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହିତ ଟ୍ରକ ଚାଳକକୁ ଗିରଫ କରିଥିଲେ । ଏହାପରେ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ୍‌ । ଏହି ଘଟଣାକୁ ନେଇ ବାଲିକୁଦା ଶିକ୍ଷା ବିଭାଗ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।