Categories
ଆଜିର ଖବର ଜାତୀୟ ଖବର

ପରିତ୍ୟକ୍ତ କୂଅକୁ ଖସିଲା ବସ୍‌ : 7 ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ ପରିତ୍ୟକ୍ତ କୂଅ ମଧ୍ୟକୁ ବସ୍‌ ଖସି ପଡିବାରୁ 7 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ନାସିକ ସ୍ଥିତ ମାଲେଗାଓଁରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ 25ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏକ ଅଟୋ ସହିତ ଧକ୍କା ଫଳରେ ଭାରସାମ୍ୟ ହରାଇ ବସ୍‌ଟି କୂଅ ମଧ୍ୟକୁ ଖସି ପଡିଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକ ଗୁରୁତର ଅଛନ୍ତି । ବସ୍‌ଟିକୁ କ୍ରେନ୍‌ ଯୋଗେ ବାହାର କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦୁର୍ଘଟଣା ପରେ ବଡ଼ ଜରିମାନା :  ଟ୍ରାକ୍ଟରକୁ 53 ହଜାର 200 ଓ ବସ୍‌କୁ 27 ହଜାରର ଜରିମାନା

ସମ୍ବଲପୁର : ସମ୍ବଲପୁରଠାରେ ହୋଇଥିବା ଏକ ଦୁର୍ଘଟଣା ପରେ ଉଭୟ ଟ୍ରାକ୍ଟର ଓ ବସ୍‌କୁ ବଡ଼ ଜରିମାନା କରାଯାଇଛି । ଦୁର୍ଘଟଣା ପରେ ଜରିମାନା ଠୁଙ୍କିଛି ପରିବହନ ବିଭାଗ । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ୍‌ ଚାଳକଙ୍କୁ ବଡ଼ ଜରିମାନା। ଟ୍ରାକ୍ଟରକୁ 53ହଜାର 200, ବସ୍‌କୁ 27 ହଜାର ଟଙ୍କାର ଜରିମାନା କରାଯାଇଛି । ଟ୍ରାକ୍ଟରର ବକେୟା ଟିକସ 16 ହଜାର 200, ପରମିଟ୍‌ ବାବଦରେ 10 ହଜାର, ପ୍ରଦୂଷଣ ପାଇଁ 10 ହଜାର, ଫିଟନେସ ପାଇଁ 5 ହଜାର, ଇନସ୍ୟୁରାନ୍ସ ପାଇଁ ଦୁଇ ହଜାର ଟଙ୍କା ଫାଇନ୍‌ କରାଯିବା ସହ ଲାଇସେନ୍ସ ପାଇଁ 5 ହଜାର ଓ ଟ୍ରଲିର ଫିଟନେସ୍‌ ନଥିବାରୁ 5 ହଜାର ଟଙ୍କାର ଜରିମାନା କରାଯାଇଛି । ମୋଟ୍‌ ଉପରେ ଟ୍ରାକ୍ଟର ପାଇଁ 53 ହଜାର 200 ଟଙ୍କାର ଫାଇନ୍‌ କରାଯାଇଛି । ସେହିପରି ଯାତ୍ରୀବାହୀ ବସ୍‌ର ପରମିଟ୍‌ ନଥିବାରୁ 10 ହଜାର ଟଙ୍କା, ପ୍ରଦୂଷଣ ପାଇଁ 10 ହଜାର, ଫିଟନେସ୍‌ ପାଇଁ 5 ହଜାର ଓ ବୀମା ପାଇଁ ଦୁଇ ହଜାରଟଙ୍କାର ଫାଇନ୍‌ କରାଯାଇଛି ।

ସୂଚନାଯୋଗ୍ୟ ଯେ, କାଲି ଜାତୀୟ ରାଜପଥ -55ର ଯୁଯୁମରାଠାରେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା ବସ୍‌ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଟ୍ରକ ମୁହାଁମୁହିଁ : ଦୁଇ ଡ୍ରାଇଭର ମୃତ

ସମୀକ୍ଷା ବ୍ୟୁରୋ

ବୌଦ୍ଧ : ଜାତୀୟ ରାଜପଥ 57ର ଗୁଦୁଗୁଦା ନିକଟରେ ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍‌ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ହେଲପର ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏକ ପରିବା ବୋଝେଇ ଟ୍ରକ୍‌ ସହ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି । ମୃତକ ଦ୍ବୟଙ୍କ ମଧ୍ୟରେ ଜଣେ ବୌଦ୍ଧର ହୋଇଥିବାବେଳେ ଅନ୍ୟଜଣକ ଖୋର୍ଦ୍ଧାର ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଅସ୍ଥାୟୀ ଦୋକାନ ଉପରେ ମାଡ଼ିଲା ଟ୍ରକ୍‌ : 4 ମୃତ

ସମୀକ୍ଷା ବ୍ୟୁରୋ

ସମ୍ବଲପୁର: ଆଜି ଭୋରରୁ ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଏକ ଅଘଟଣ ଘଟିଛି। ରାସ୍ତା କଡ଼ରେ ଥିବା କିଛି  ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ 7ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଖବର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍‌ଟି ଅଟକ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ପିକ୍‌ନିକ୍‌ ଗାଡ଼ି ଦୁର୍ଘଟଣାଗସ୍ତ : ୫ ଗୁରୁତର

ସମୀକ୍ଷା ବ୍ୟୁରୋ

ବାଲେଶ୍ବର : ବାଲେଶ୍ବରଠାରେ ପିକ୍‌ନିକ୍‌ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନହରାଛକ ନିକଟରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି । ୧୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗର ଦୀଘାରୁ ପିକନିକ ସାରି ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେହିପରି ବାଲେଶ୍ବରର ଶେରଗଡ-ଖନ୍ତପଡ଼ା ରାସ୍ତାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ଗସ୍ତ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ୧୨ ଆହତ

ସମୀକ୍ଷା ବ୍ୟୁରୋ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଓ ଖନ୍ତାପଡ଼ା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତି ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।  ତୀର୍ଥଯାତ୍ରୀ ବସ ଏକ ଅଜଣା ଗାଡ଼ିକୁ ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛ । ଫଳରେ ଏଥିରେ ୧୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ୫ ଜଣଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ତୀର୍ଥଯାତ୍ରୀ ବସ ପଶ୍ଚିମବଙ୍ଗର ବୋଲି କୁହାଯାଉଛି । ତୀର୍ଥଯାତ୍ରୀ ବସ ଶ୍ରଦ୍ଧାଳୁଙ୍କୁ ନେଇ ପୁରୀ ଆସିଥିଲା ।

Categories
ଆଜିର ଖବର ଜାତୀୟ ଖବର

ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନଚ୍ୟୁତ ଘଟଣା : ବଦଳିଲା 5 ଟ୍ରେନ୍‌ର ଗତିପଥ, ବସ୍‌ ଜରିଆରେ ଯାତ୍ରୀଙ୍କୁ ସ୍ଥାନାନ୍ତର

ସମୀକ୍ଷା ବ୍ୟୁରୋ
କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍‌(ଏଲ୍‌ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍‌ରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହେବା ଫଳରେ ଯାତ୍ରୀମାନଙ୍କୁ ବସ୍‌ ଯୋଗେ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଟ୍ରେନ୍‌ଟି ଅଟକି ରହିଥିବାରୁ ପୂର୍ବତଟ ରେଳବାଇ ପକ୍ଷରୁ 5ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଆହତ ମାନଙ୍କୁ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ସମୁଦାୟ 11 ଜଣ ଆମହତ ହୋଇଥିବା ବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 8 ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ସମ୍ପର୍କରେ ସବିଶେଷ ସୂଚନା ପାଇଁ 5ଟି ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । କଟକ: 0671-1072, ଖୋର୍ଦ୍ଧାରୋଡ :0674-1072, ଭୁବନେଶ୍ବର/ମୁଖ୍ୟାଳୟ :18003457401/402, ଭୁବନେଶ୍ବର ଷ୍ଟେସନ୍‌ : 0674/1072 ଏବଂ ପୁରୀ 06752-1072 ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି ।

Categories
ଆଜିର ଖବର

ଜଳିଗଲା ବସ୍‌ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଶାଖାପାଟଣା, 5/1:  ଆଜି ଆନ୍ଧ୍ର ଶ୍ରୀକାକୁଲମ୍‌ ଜିଲ୍‌ଲା ପାଇଡଇଭିମାବରମ୍‌ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ଟି ଓଲଟି ପଡ଼ିବାରୁ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଏକ ଏମୋମନିଆ ଗ୍ୟାସ୍‌ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ବସ୍‌ଟି ଜଳିଯାଇଛି। ଏହି ଦୁର୍ଘଟଣାରେ 12ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ବସ୍‌ଟି ଉତ୍ତରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ବିଶାଖାପାଟଣା ଆସୁଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍‌ ଓ ବସ୍‌ ମୁହାଁମୁହିଁ ଧକ୍କା, ଦୁଇ ମୃତ, ୨୮ଆହତ

ସମୀକ୍ଷା ବ୍ୟୁରୋ

ଭଦ୍ରକ, ୩/୧:  ଭଦ୍ରକ ଜିଲ୍ଲା ବନ୍ତ ଛକଠାରେ ଏକ ଯାତ୍ରୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି।  ଆଜି ଭୋର ପ୍ରାୟ ୪ଟା ବେଳେ ବାସୁଦେବପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ଟି ବନ୍ତ ଛକରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି।  ପ୍ରାୟ ୫୦ ଜଣ ଯାତ୍ରୀଙ୍କ ଏହି ବସ୍‌ରେ ରହିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

16 ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍‌ ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ

କାଇରୋ,29/12 : ସମୁଦାୟ 24 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟକ ବସ୍‌ ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଗ୍ରସ୍ତ ବସ୍‌ରେ 16 ଜଣ ଭାରତୀୟ ପର୍ଯ୍ୟଟକ ରହିଥିବା ଜଣାପଡିଛି । ଇଜିପ୍ଟରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଦୁର୍ଘଟଣାକୁ ସ୍ବୀକାର କରାଯିବା ସହିତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଇଜିପ୍ଟର ଏନ୍‌ ସୋଖ୍‌ନାରେ ଶନିବାର ଏହି ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍‌କୁ ଧକ୍କା ଦେବା ପରେ ମିନିବସ୍‌ଟି ଓଲଟି ପଡିଥିଲା । ଆହତ ମାନଙ୍କୁ ସୁଏଜ୍‌ ଏବଂ କାଇରୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ରାୟଗଡା ଗୁଣପୁର ତିଣ୍ଡିକୋଣା ଛକରେ ଦୁର୍ଘଟଣା : ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ

ସମୀକ୍ଷା ବ୍ୟୁରୋ

ରାୟଗଡା, 25/12: ରାୟଗଡ଼ା ଗୁଣପୁର ତିଣ୍ଡିକୋଣା ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗର ମୃତ୍ୟୁ ଘଟିଛି । ପୁରୁଷୋତ୍ତମ ଗତକାଲି (ମଙ୍ଗଳବାର)ବିଳମ୍ବିତ ରାତିରେ କୋର୍ଟରୁ ଘରକୁ ଫେରୁଥିବା ସମୟରେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ଗୁରୁତର ଭାବରେ ଆହାତ ହୋଇଥିବା ପୁରୁଷୋତ୍ତମ ଗମାଙ୍ଗଙ୍କୁ ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ରାସ୍ତାରୁ ଉଦ୍ଧାର କରି ଶ୍ରୀକାକୁଲମ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ସୂଚନାଯୋଗ୍ୟ ଯେ, ୨୦୧୭ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଓ ନିର୍ବାଚନକୁ ରାୟଗଡ଼ା ଜିଲ୍ଲା ଦୌରାଜଜ୍‌ ସୋମ ଶେଖର ଜେନା ଗତକାଲି ପୁଣି ଅସିଦ୍ଧ ଘୋଷଣା କରିଥିଲେ ।

Categories
ଆଜିର ଖବର

ବସ୍‌ ବୋଲେରୋ ଧକ୍କା : 4 ମୃତ, 6 ଗୁରୁତର

ସମୀକ୍ଷା ବ୍ୟୁରୋ
ଅନୁଗୁଳ,24/12 : ଏକ ବସ୍‌ ଓ ବୋଲୋରୋ ମୁହାଁମୁହିଁ ଧକ୍କା ହେବା ଫଳରେ 4 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି। ଜରପଡାର 55 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଛତିଶଗଙଡରୁ ପୁରୀ ଅଭିମୁଖେ ଆସୁଥିବା ଏକ ବୋଲେରୋ ଏବଂ ଭୁବନେଶ୍ବରରୁ ଝାରସୁଗୁଡା ଯାଉଥିବା ଏକ ବସ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋରେ ଦୁଇ ପରିବାରର 10 ଜଣ ସଦସ୍ୟ ରହିଥିବା ବେଳେ ବୋଲେରୋ ଡ୍ରାଇଭର ଏବଂ 3 ଜଣ ମହିଳା ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ସ୍ଥାନୀୟ ଲୋକେ ଏବଂ ପୋଲିସ୍‌ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Categories
ଆଜିର ଖବର

ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା : 2 ମୃତ, 2 ଗୁରୁତର

ସମୀକ୍ଷା ବ୍ୟୁରୋ
ଯାଯପୁର,22/12 : ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ 2 ଜଣକର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରଜନଗର ଠାରେ 215 ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ରୋଗୀ ନେଇ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବେଳେ କଟକ ପଟୁ ପାଣିକୋଇଲି ଆଡ଼କୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସର ଆମ୍ବୁଲାନ୍ସ ଡ୍ରାଇଭର ସମେତ ରୋଗୀର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସରେ ଥିବା ଅନ୍ୟ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

Categories
ଆଜିର ଖବର

ଆଗ୍ରାରେ ଟ୍ରେନ୍‌ ଚଢି 15 ଗାଇ ମୃତ

ଆଗ୍ରା, 20/12 : ଆଗ୍ରାରେ ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟି 15ଟି ଗାଇ ପ୍ରାଣ ହରାଇଛନ୍ତି । ସିଆଲଦାହରୁ ନୂଆଦିଲ୍ଲୀ ଯାଉଥିବା ଏହି ଟ୍ରେନ୍‌ଟି ବର୍‌ହାନ୍‌ ଷ୍ଟେସନ୍‌ ନିକଟରେ 15ଟି ଗାଇଙ୍କ ଉପରେ ଚଢି ଯାଇଥିଲା । ରାଜଧାନୀ ଏକ୍ସପ୍ରେସ୍‌ର ଏହି ଦୁର୍ଘଟଣା ଫଳରେ ଉକ୍ତ ରୁଟ୍‌ ଦେଇ ଅନେକ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା । 13ଟି ଯାତ୍ରିବାହୀ ଟ୍ରେନ୍‌ ସହିତ 2ଟି ମାଲବାହୀ ଟ୍ରେନ୍‌ର ଚଳାଚଳ କିଛି ସମୟ ବନ୍ଦ ରହିଥିଲା । ଏହା ସହିତ ବିଗତ 2 ମାସ ମଧ୍ୟରେ ଆଗ୍ରାରେ ଗାଇଙ୍କ ମୃତ୍ୟୁ ସଂଖ୍ୟା 72 ଛୁଇଁଛି । ଏହି ସୂଚନା ପରେ ଫିରୋଜାବାଦ ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂଙ୍କ ଗାଇଙ୍କ ପାଇଁ ରହିଥିବା 41ଟି ଆଶ୍ରୟସ୍ଥଳକୁ 3000 ଗାଇଙ୍କୁ ସ୍ଥାନାନ୍ତର କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

କଳାହାଣ୍ଡିରେ ବାଇକ ଦୁର୍ଘଟଣା : ଦୁଇ ମୃତ

ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,17/12 : କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଆମ୍ୱପାଣି ଘାଟି ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକ ହୀରା ଦିଶାରୀ ଓ ମଧୁ ମାଝୀ କୌଣସି କାମରେ ନବରଙ୍ଗପୁର ଯାଇଥିଲେ । ଗାଁରେ ଆମ୍ୱପାଣି ଘାଟି ନିକଟରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲା । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପରଜାନାଗଫେଣୀ ବୋଲି ଜଣାପଡିଛି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

Categories
ଆଞ୍ଚଳିକ

ବାଇକ୍‌କୁ ଧକ୍କା ଦେଇ ଓଲଟିଲା ପିକନିକ୍ ବସ୍ 1 ମୃତ, 7 ଗୁରୁତର

ଗଜପତି, 16/12 : ତପ୍ତପାଣି ଘାଟିରେ ଏକ ପର୍ଯ୍ୟଟକ ବସ୍ ଏବଂବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି । ବାଇକକୁ ଧକ୍କାଦେବା ପରେ ବସଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପିକ୍‌ନିକ ପାଇଁ ଆସିଥିବା 30 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 8 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣକ ଘଷିଆମ୍ବ ଗ୍ରାମର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ପିକନିକ୍ ନିମନ୍ତେ ଖସଡା ଆସିଥିବା ବେଳେ ଫେରୁଥିବା ସମୟରେ ତପ୍ତ ପାଣି ଘାଟିରେ ବାଇକକୁ ଧକ୍କା ଦେଇ ଓଲଟି ପଡିଥିଲା ମିନିବସ୍ ।

Categories
ଆଞ୍ଚଳିକ

ବାଲୁଗାଁ ବାଇପାସ୍‌ର ସୁବୁଦ୍ଧିପାଟଣା ଛକରେ ଓଲଟିଲା ଔଷଧ ବୋଝେଇ ଟ୍ରକ୍‌

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୧୪/୧୨ : ବାଲୁଗାଁ ବାଇପାସ୍‌ ରୋଡ୍‌ର ସୁବୁଦ୍ଧିପାଟଣା ଛକ ନିକଟରେ ଆଜି ସକାଳୁ ଘଟିଯାଇଛି ପୁଣି ଏକ ଦୁର୍ଘଟଣା। ପଶୁପକ୍ଷୀଙ୍କ ଔଷଧ ବୋଝେଇ ଏକ ଟ୍ରକ ଓଲଟି ପଡିବା ସହିତ ଦୁଇ ଜଣ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କଟକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଔଷଧ ବୋଝେଇ ଟ୍ରକ (ଓଏସଜି-୦୨୪୯) ସୁବୁଦ୍ଧି ପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଆଶଙ୍କା କରାଯାଉଛି। ଦୁଇ ଆହତ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉଦ୍ଧାର କରି ସ୍ଥାନୀୟ ବାସିନ୍ଦା ୧୦୮ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଆହତ ଦୁଇ ଜଣକ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି।

ଉକ୍ତ ସ୍ଥାନରେ ବିଗତ ଏକ ମାସ ମଧ୍ୟରେ ଏହା ତୃତୀୟ ଦୁର୍ଘଟଣା। ଗତମାସରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହି ଛକ ନିକଟରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରିପୋର୍ଟର: ସୀତାରାମ ଅଗ୍ରୱାଲ

Categories
ଆଜିର ଖବର

ଟ୍ରକ୍‌-ଟ୍ୟାଙ୍କର ଦୁର୍ଘଟଣା : ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମୀକ୍ଷା ବ୍ୟୁରୋ,ସମ୍ବଲପୁର,14/12 : ସମ୍ବଲପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । 55 ନମ୍ବର ଜାତୀୟ ରାଜପଥର ଯୁଯୁମୁରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଏକ ଲୁହାପଥର ବୋଝେଇ ଟ୍ରକ୍‌ ଏବଂ ଗ୍ୟାସ୍‌ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁଇଟି ଯାକ ଗାଡିରେ ନିଆଁ ଲାଗି ଯାଇଥିଲା । ଦୁଇ ଗାଡିର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।

Categories
ଆଜିର ଖବର

ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ : 15 ମୃତ, 20ରୁ ଅଧିକ ଆହତ

କରାଚୀ, 13/12 : ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ ଘଟି 15 ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଏକ ବସ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟି 15 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ପାକିସ୍ତାନର ବେଲୁଚିସ୍ତାନରେ ଏହି ଦୁର୍ଘଟଣା ଘଟିଥିଲା । ଭ୍ୟାନ୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ବସ୍‌ରେ ପିଟି ଦେଇଥିଲେ । ଭ୍ୟାନ୍‌ରେ ତେଲ ଟ୍ୟାଙ୍କର ରହିଥିବା କାରଣରୁ ନିଆଁ ସହଜରେ ବ୍ୟାପୀ ଯାଇଥିଲା । କ୍ବେଟ୍ଟାରୁ ଡେରା ଘାଜି ଯାଉଥିବା ବସ୍‌ରେ 44 ଜଣ ବ୍ୟକ୍ତି ବସିଥିଲେ । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ସୁନ୍ଦରଗଡରେ ଟ୍ରକ୍‌-ବାଇକ୍ ଦୁର୍ଘଟଣା : 3 ମୃତ

ସମୀକ୍ଷା ବ୍ୟୁରୋ
ସୁନ୍ଦରଗଡ,13/12 : ସୁନ୍ଦରଗଡରେ ଏକ ଟ୍ରକ୍‌ ଏବଂ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି 3 ଜଣଙ୍କର ପ୍ରାଣହାନି ଘଟିଛି । ଏକ ଟ୍ରକ୍‌କୁ ପଛପଟୁ ପିଟିବାରୁ ତିନି ବାଇକ୍‌ ଆରୋହୀଙ୍କ ପ୍ରାଣହାନି ଘଟିଛି । ତଳସରା ଥାନା ଅନ୍ତର୍ଗତ କୁହ୍ଲିଆଜ ପାଖରେ ଗତକାଲି ବିଳମ୍ବିତ ରାତ୍ରରେ ଏହି ଦୁର୍ଘଟଣା ଘଟିଥିଲା । ନିକଟସ୍ଥ ଗାଁରୁ ଭୋଜି ଖାଇ ଫେରୁଥିବା 3 ଜଣ ବ୍ୟକ୍ତିଙ୍କ ବାଇକ୍‌ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା ।

Categories
ଆଜିର ଖବର

ମଧ୍ୟପ୍ରଦେଶରେ ସଡକ ଦୁର୍ଘଟଣା : 12 ମୃତ, 30 ଆହତ

ଭୋପାଳ,5/12: ମଧ୍ୟପ୍ରଦେଶର ରେୱା ସହରରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ 12 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ଦୁର୍ଘଟଣାଟି ସୁପୋରା ବାଇପାସ୍‌ରେ ସକାଳ 7ଟାରେ ଘଟିଥିଲା ।