ଦୋକାନ ଭିତରକୁ ପଶିଲା ଟ୍ରକ: ଡ଼୍ରାଇଭର ଆହତ

Published: Aug 23, 2020, 9:11 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସହରର ଗୋଷାଣିନୂଆଗାଁ ଓଭର ବ୍ରିଜ୍ ନିକଟରେ ଏକ ଟ୍ରକ ଦୋକାନ ମଧ୍ୟକୁ ପ୍ରବେଶ କରିବାରୁ ଦୋକାନଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଦୋକାନଟି ବନ୍ଦ ଥିବାରୁ କାହାର କିଛି କ୍ଷତି ହୋଇନାହିଁ।

ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଗୋଷାଣିନୂଆଗାଁକୁ ସଂଯୋଗ କରୁଥବା ଓଭର ବ୍ରିଜ୍ ଦେଇ ଦ୍ରୁତଗତିରେ ଆସୁଥିବା ସାର ବୋଝେଇ ଟ୍ରକ (ଓଆର୍ ୦୭ ଏସ୍ ୧୨୫୬) ଟିର ବ୍ରେକ ଫେଲ୍ ହୋଇଯାଇଥିଲା। ଫଳରେ ବୁଲାଣିରେ ଟ୍ରକଟି ଭାରସାମ୍ୟ ହରାଇ ପ୍ରହ୍ଲାଦ ପାଣିଗ୍ରାହୀଙ୍କ ତ୍ରିବେଣୀ ସେଲ୍ସ ପଏଣ୍ଟ ଦୋକାନ ମଧ୍ୟକୁ ପ୍ରବେଶ କରିଥିଲା।

ଗାଡ଼ି ଡ଼୍ରାଇଭର କାଳୁ ଚରଣ ଦାଶ ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ତେବେ ଦୁର୍ଘଟଣା ଘଟିବା ପରେ ରାସ୍ତାଟି ଜାମ୍ ହୋଇଯାଇଥିବାରୁ ଟ୍ରାଫିକ୍ ଆଇଆଇସି ସୁନିଲ ବେହେରାଙ୍କ ତତ୍ତ୍ୱାବଧାନରେ ଟ୍ରକଟିକୁ ବାହାର କରାଯାଇଥିଲା। ଫଳରେ ଯାନାବାହାନ ଚଳାଚଳ ସ୍ୱାଭାବିକ ହୋଇଛି। ଏନେଇ କୌଣସି ମାମଲା ହୋଇନଥିବା ଜଣାପଡ଼ିଛି।

Related posts