Categories
ଆଞ୍ଚଳିକ

ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବାଇକ୍‌ ଆରୋହୀ

ସମୀକ୍ଷା ବ୍ୟୁରୋ,26/11 : ଭଦ୍ରକର ଚାନ୍ଦବାଲିରେ ଏକ ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦ୍ବୟ ହେଉଛନ୍ତି ନଳଗୋହିରା ଗ୍ରାମର ଅଶୋକ ଦାସ ଓ ବଳରାମ ନାୟକ । ଦୁଇ ଜଣଙ୍କ ବ୍ୟତିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତିନିଜଣ ଏକ ବାଇକ୍‌ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା । ବଳରାମ ଓ ଆନନ୍ଦଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ବଳାରାମଙ୍କ ମୃତ୍ୟୁ ଘଟିଛି ।

Categories
ଆଞ୍ଚଳିକ

ଅଟୋ କାର ଦୁର୍ଘଟଣା : 7 ଗୁରୁତର

ସମୀକ୍ଷା ବ୍ୟୁରୋ,25/11 : କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଅଟୋ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି 7 ଜଣ ଗୁରୁତର ଆହତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଏକ ଅଟୋରେ ଡ୍ରାଇଭର ସମେତ 5 ଜଣ ଯାଉଥିଲେ ।ପଛରୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅଟୋକୁ ଧକ୍କା ଦେବା ଫଳରେ । କାର୍‌ରେ ଡ୍ରାଇଭରଙ୍କ ସମେତ 2 ଜଣ ବ୍ୟକ୍ତି ରହିଥିଲେ । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ 2 ଜଣ ଶିଶୁ ଅଛନ୍ତି ।

Categories
ଆଞ୍ଚଳିକ

ବସ୍‌-ଟ୍ରକ୍‌ ଧକ୍କାରେ 14 ଆହତ

ବାଲେଶ୍ୱର ଜିଲ୍ଲା ନୀଳଗିରିରର ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ଆଜି ସକାଳେ ଏକ ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାପରେ ବସ୍‌ଟି ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ 14ରୁ ଅଧିକ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ବାଲେଶ୍ୱରରୁ ଉଦଳା ଯାଉଥିବା ବସ୍‌ ଏବଂ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ଧକ୍କା ହୋଇଥିଲା । ବସ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ । ପୁଲିସ୍‌ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।

Categories
ଆଞ୍ଚଳିକ

ବାଲୁଗାଁ ବାଇପାସ୍‌ରେ ଦୁର୍ଘଟଣା : ଜଣେ ମୃତ

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୁବୁଦ୍ଧିପାଟଣା ଛକରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଛି। ଭୁଲ୍‌ ଦିଗରେ ଆସୁଥିବା ଏକ ବାଇକ୍‌ ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ଜଣେ ବାଇକ୍‌ ଚାଳକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମୃତ ବାଇକ ଚାଳକ ଜଣଙ୍କ ନିମାଇ ମଲ୍ଲ ଗ୍ରାମର ବୋଲି ଜଣାପଡିଛି।

Categories
ଆଜିର ଖବର

ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଦୁର୍ଘଟଣା : ୪ ମୃତ, ୨୧ ଆହତ

ଯମୁନା ଏକ୍ସପ୍ରେସ ଓ୍ବେରେ ଏକ ଦୁର୍ଘଟଣା ଘଟି ୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ବଲଦେବ ଜିଲ୍ଲାରେ ଏକ ଡବଲ ଡେକର ବସ୍‌ ଓଲଟି ପଡିବାରୁ ଏହି ଘଟଣା ଘଟିଛି। ବରିଷ୍ଠ ପୋଲିସ୍‌ ଅଧିକାରୀ ସତ୍ୟରାଜ ଅନିରୁଦ୍ଧ ପଙ୍କଜ କହିଛନ୍ତି ବସ୍‌ଟି ଦିଲ୍ଲୀରୁ ମଧ୍ୟପ୍ରଦେଶର ଭିଣ୍ଡ ନିମନ୍ତେ ଯାତ୍ରା କରୁଥିଲା। ରବିବାର ରାତିରେ ଗଡସାଉଲି ଗ୍ରାମର ୧୩୨ ନମ୍ବର ମାଇଲଖୁଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ରାସ୍ତାର ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି। ଆହତ ମାନଙ୍କୁ ଆଗ୍ରାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର

ଏଲିଭେଟର ତାର ଛିଡି ୧୧ ମୃତ, ୪ ଆହତ

ଚୀନ୍‌ରେ ଏକ ନିର୍ମାଣଧୀନ କୋଠାର ଏଲିଭେଟର ତାର ଛିଡି ୧୧ ଜଣଙ୍କମର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ଥିତି ଗୁରୁତର ରହିଛି। ଚୀନ୍‌ର ହେବେଇ ପ୍ରଦେଶରେ ଗୁରୁବାର ସକାଳ ୮ଟା(ସ୍ଥାନୀୟ ସମୟ)ରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଟି ଟାଓଚେଙ୍ଗମର ହେଙ୍ଗସୁଇ ସହରରେ ଘଟିଥିଲା। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିନ୍‌ ହୁଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଘଟଣାର ତଦନ୍ତ ଜାରି ରହିଛି। ନିକଟରେ ଘଟିଥିବା ଦୁର୍ଘଟଣା ମଧ୍ୟରେ ଏହ ଅନ୍ୟତମ ବଡ ଦୁର୍ଘଟଣା। ନିକଟରେ ଏକ ରାସାୟନିକ କାରଖାନାରେ ନିଆଁଲାଗି ୧୬୦ ଲୋକଙ୍କ ପ୍ରାଣହାନି ଘଟିଥିଲା।

Categories
ଆଜିର ଖବର

କନ୍ୟାଯାତ୍ରୀ ଭ୍ୟାନ ଓଲଟି ଜଣେ ମୃତ, ୨୮ ଆହତ

ରାୟଗଡ଼ା କିନିଡ଼ି ନିକଟରେ ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣାର ଶିକାର ହୋଇଛି। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୨୮ଜଣ ଆହତ ହୋଇପଡ଼ିଛନ୍ତି। ରାୟଗଡ଼ା ଜିଲ୍ଳା ଗୁଡ଼ାରି ଥାନା କିନିଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ପାଇଁ କନ୍ୟା ଘରକୁ ଯାଉଥିବା ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ସେହି ଭ୍ୟାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୨୮ଜଣ ଆହତ ହୋଇପଡ଼ିଛନ୍ତି। ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ  ଚିକିତ୍ସାଳୟକୁ ପଠାଯାଇଛି।

Categories
ଆଜିର ଖବର

ବିମାନ ଦୁର୍ଘଟଣା : ୨ ମୃତ ୫ ଆହତ

ନେପାଳର ମାଉଣ୍ଟ ଏଭରେଷ୍ଟରେ ଏକ ବିମାନ ଦୁର୍ଘଟଣାରେ ୨ ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟୁନ ୫ ଜଣ ଲୋକ ଆହତ ହୋଇଛନ୍ତି। ରବିବାର ବିମାନଟି ଉଡାଣ ଭରିବା ସମୟରେ ଛିଡା ହୋଇଥିବା ଏକ ହେଲିକପ୍ଟର ସହିତ ପିଟି ହୋଇଯାଇଥିଲା। କାଠମାଣ୍ଡୁର ତେନଜିଂ ହିଲାରୀ ବିମାନବନ୍ଦରରେ ଏହି ଘଟଣାଟି ଘଟିଛି। ଉଡାଣ ବିଭାଗ ମୁଖ୍ୟ ରାଜ କୁମାର ଛେତ୍ରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଦୁର୍ଘଟଣା ଗ୍ରସ୍ତ ବିମାନଟି ସମିଟ୍‌ ଏୟାର କମ୍ପାନୀର ବୋଲି ଜଣାପଡିଛି। ବିମାନ କମ୍ପାନୀ କେବଳ ପର୍ଯ୍ୟଟକଙ୍କୁ ସେବା ପ୍ରଦାନ କରିଥାଏ। ଲୁକ୍‌ଲାରେ ଅବସ୍ଥାପିତ ତେନ୍‌ଜିଂ ହିଲାରୀ ବିମାନ ବନ୍ଦରର ରନଓ୍ବେକୁ ବିଶ୍ବର ଅନ୍ୟତମ ବିପଜ୍ଜନକ ରନ୍‌ଓ୍ବେ ଭାବରେ ବିବେଚନା କରାଯାଉଥିବା ବେଳେ ନିୟମିତ ଭାବରେ ଏଠାରେ ଦୁର୍ଘଟଣା ଘଟିଥାଏ।

Categories
ଆଜିର ଖବର

ଲକ୍ଷ୍ନୌ ଏକ୍ସପ୍ରେସ ଓ୍ବେ ଦୁର୍ଘଟଣାରେ ୮ ମୃତ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ଦ୍ରୁତ ଗତିରେ ଲକ୍ଷ୍ନୌରୁ ଆଗ୍ରା ଆସୁଥିବା ଏକ କାର ସମ୍ମୁଖରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାରରେ ଥିବା ୮ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୭ଜଣଙ୍କ ଘର ଜୋନପୁର ଓ ଅନ୍ୟ ଜଣେ ଆଜମଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଆଗ୍ରାସ୍ଥିତ ଡ. ଭିମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ। ​ସକାଳ ୮ଟାରେ ଲକ୍ଷ୍ନୌ ଏକ୍ସପ୍ରେସ ୱେର ଫତେହବାଦର ମାଇଲଷ୍ଟୋନ ୩୭.୨ ନିକଟରେ ‌ଏହି ଦୁର୍ଘଟଣା ଘଟିଛି।

Categories
ଆଜିର ଖବର

ତାପ୍ତି ଗଙ୍ଗା ଏକ୍ସପ୍ରେସର ୧୦ ବଗି ଲାଇନଚ୍ୟୁତ, ୪ ଗୁରୁତର

ବିହାରର ସରଣ ଜିଲ୍ଲା ଛପରାରର ଗୌତମସ୍ଥାନ ନିକଟରେ ଆଜି ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୯୦୪୬ ଛପରା-ସୁରତ ତପ୍ତିଗଙ୍ଗା ଏକ୍ସପ୍ରେସର ୧୩ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳ ୯ଟା ୪୫ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ରେଳ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

Categories
ଆଜିର ଖବର

ଯମୁନା ଏକ୍ସପ୍ରେସ ଓ୍ବେରେ ମର୍ମନ୍ତୁଦ ଦୁର୍ଘଟଣା : ୯ ମୃତ, ୨୫ ଆହତ

ଯମୁନା ଏକ୍ସପ୍ରେସୱରେ ଶୁକ୍ରବାର ପ୍ରାୟ ୫ଟାରେ ଆଗ୍ରାରୁ ନୋଏଡା ଯାଉଥିବା ଏକ ଯାତ୍ରୀବାହୀ ପର୍ଯ୍ୟଟକ ବସ ଏକ ଡମ୍ପରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇ ଜଣ ମହିଳା ରହିଥିବା ଜଣା ପଡିଛି। ଏହା ସହ ବସରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ, ଉଦ୍ଧାରକାରୀ ଦଳ ସମେତ ଜିଲା ପ୍ରଶାସନ ଅଧିକାରୀ ପହଞ୍ଚି ଦୁଇଟି ଆମ୍ବୁଲାନ୍ସ ସାହାଯ୍ୟରେ ଜେବର ସ୍ଥିତି କୈଳାଶ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରିଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଦ୍ଧିୃ ପାଇବାର ଆଶଙ୍କା କରାଯାଉଛି। ଦୁର୍ଘଟଣା ସମୟରେ ବସ୍‌ରେ ୪୦ ଲୋକ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର

ହଁ, ପୁଲୱାମା ଆକ୍ରମଣକୁ ମୁଁ ଦୁର୍ଘଟଣା କହୁଛି, ସାହସ ଯଦି ଅଛି ତେବେ ଦେଶଦ୍ରୋହର ମାମଲା କର: ଦିବବିଜୟ ସିଂହ

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଦୁର୍ଘଟଣା ବୋଲି କହିଥିବା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଆଜି ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତା ପିଏମ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ତାଙ୍କର ସାହସ ଅଛି ତେବେ ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲରୁ ରୁଜୁ କରନ୍ତୁ । ଏହା ସହ ଦିଗବିଜୟ ସିଂହ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଏକ ଭିଡିଓ ଟ୍ୱିଟ କରି କହି ପଚାରିଛନ୍ତି ଯେ ଏହାକୁ ନେଇ ପିଏମ ମୋଦୀ କଣ କହିବେ ।  ସେ ଟ୍ୱିଟ କରି କହିଛନ୍ତି ଯେ, ତାଙ୍କର ଯେଉଁ ଟ୍ୱିଟକୁ ନେଇ ସବୁ ମନ୍ତ୍ରୀ ମାନେ ଘେରି ପାକିସ୍ତାନ ସମର୍ଥକ କହୁଛନ୍ତି ଏବଂ ଦେଶଦ୍ରୋହ କହୁଛନ୍ତି । ତାହା ସେ ଦିଲ୍ଲୀରୁ ପୋଷ୍ଟ କରିଥିଲି ଯେଉଁଠାରେ ପୁଲିସ ବା ଆଇନ୍‌ ବ୍ୟବସ୍ଥା କେନ୍ଦ୍ର ସରକାର ଅଧିନରେ ରହିଛି । ଯଦି ସରକାରଙ୍କର ସାହସ ଅଛି ତେବେ ତାଙ୍କ ଉପରେ ମାମଲା ରୁଜୁ କରନ୍ତୁ ।  ଦିଗବିଜୟ କହିଛନ୍ତି ମୋଦୀ ଜୀ ଏବଂ ତାଙ୍କ ମନ୍ତ୍ରୀମାନେ ତାଙ୍କ ଉପରେ ଅନେକ ଅଭିଯୋଗ କରିବା ସହିତ  କିଛି  ବିଜେପି ନେତା ତାଙ୍କ ଉପରେ ଦେଶଦ୍ରୋହର ମାମଲା ରୁଜୁ କରିବାକୁ ଚାହୁଁଛନ୍ତି ।

Categories
ଆଜିର ଖବର

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ  ଏକ ଦୁର୍ଘଟଣା : ଦିଗ୍‌ବିଜୟ ସିଂ

ସମ୍ପ୍ରତି ଫୁଲ୍‌ଓ୍ବାମା ଆକ୍ରମଣ ଓ ପରବର୍ତ୍ତୀ ଭାରତୀୟ ବାୟୁ ସେନା ଦ୍ବାରା କରାଯାଇଥିବା ଏୟାର୍‌ଷ୍ଟ୍ରାଇକ୍‌କୁ ନେଇ ସମ୍ପ୍ରତି ଦେଶରେ ରାଜନୀତି ବେଶ୍‌ ସରଗରମ । କଂଗ୍ରେସ ଏୟାର୍‌ ଷ୍ଟ୍ରାଇକକୁ ନେଇ ସରକାରଙ୍କୁ ପ୍ରମାଣ ମାଗୁଥିବାବେଳେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଏକ ଦୁର୍ଘଟଣା କହି ପୁଣି ଏକ ନୂଆ ବିବାଦ ଉଠାଇଛନ୍ତି କଂଗ୍ରେସ ନେତା ଦିଗ୍‌ବିଜୟ ସିଂ। ଦିଗ୍‌ବିଜୟ କହିଛନ୍ତି, ବାଲାକୋଟରେ ହୋଇଥିବା ବିମାନ ଆକ୍ରମଣକୁ ନେଇ କିଛି ବିଦେଶୀ ଗଣମାଧ୍ୟମ ସନ୍ଦେହ ପ୍ରକାଶ କରିଥିବା ବେଳେ ଆମ ସରକାରଙ୍କ ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଟୁଇଟ୍‌ କରି ସେ ଆହୁରି ମଧ୍ୟ କହିଛନ୍ତି, ବାଲାକୋଟ ବିମାନ ଆକ୍ରମଣରେ ୩ଶହ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କେତେଜଣ ଭାଜପା ନେତା କହୁଥିବା ବେଳେ ଅମିତ ଶାହ କହୁଛନ୍ତି ଏଥିରେ ୨୫୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି, ଯୋଗୀ ଆଦିତ୍ୟନାଥ କହୁଛନ୍ତି ୪ଶହ ଆତଙ୍କବାଦୀ ମରିଛନ୍ତି ଆଉ ଏସ୍‌ଏସ୍‌ ଆଲୁଓ୍ବାଲିଆ କହିଛନ୍ତି ଏଥିରେ କାହାର ମୃତ୍ୟୁ ହୋଇନାହିଁ। ତେବେ କିଏ ଏଥିରେ ସତ କହୁଛି ଆଉ କିଏ ମିଛ କହୁଛି ବୋଲି ଦିଗ୍‌ବିଜୟ ପ୍ରଶ୍ନ କରିଛନ୍ତି। ହେଲେ ଏତେ ସବୁ ପରେ ନିଜେ ମୋଦି କାହିଁକି ଚୁପ୍‌ ରହିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି। ତେଣୁ ପୁଲଓ୍ବାମା ଆକ୍ରମଣ ଏକ ଦୁର୍ଘଟଣା ଥିଲା ବୋଲି ସେ କହିଛନ୍ତି। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏହି ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ବାଜି ମାରିବାକୁ ବସିଥିବାର କଂଗ୍ରେସ ଅଭିଯୋଗ କରୁଥିବାବେଳେ ନିଜେ ଏହି ସମ୍ପର୍କିତ ବୟାନ୍‌ ଦେଇ ବିବାଦରେ ଛନ୍ଦି ହୋଇପଡୁଛି ।