କାନ୍ଦାହାର : 83 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ଘଜନୀରେ ଏହି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୋମବାର ଆରିଆନା ଆଫଗାନ ଏୟାରଲାଇନ୍ସର ଏହି ବିମାନଟି ଘଜନୀର ଦେହ ୟାକ୍ ପ୍ରଦେଶରୁ 15 କିମି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ସରକାରୀ ବିମାନ ଚଳଚଳ କମ୍ପାନୀ ଆରିଆନାର ଏହି ବିମାନଟି ଅପରାହ୍ନ 1.10 ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ମୃତାହତଙ୍କ ସଂଖ୍ୟା ମଧ୍ୟ ସ୍ପଷ୍ଟ ହୋଇନାହିଁ । (ଏଜେନ୍ସୀ)
