ମୁମ୍ବାଇ : ଏଚ୍ଡିଏଫ୍ସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଶଶୀଧର ଜଗଦୀଶନ । ଅଗଷ୍ଟ 3 ତାରିଖରେ ଆରବିଆଇ ପକ୍ଷରୁ ଜଗଦୀଶନଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଥିବା ନେଇ ଏଚ୍ଡିଏଫ୍ସି ପକ୍ଷରୁ ଘୋଷଣା କରାଯାଇଛି । ବର୍ତ୍ତମାନ ବ୍ୟାଙ୍କର ଏମ୍ଡି ତଥା ସିଇଓ ଆଦିତ୍ୟ ପୁରୀଙ୍କ ସ୍ଥାନରେ ଜଗଦୀଶନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ଅକ୍ଟୋବର 27 ତାରିଖରେ ପୁରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି ।
ନିକଟରେ ସମାପିତ ହୋଇଥିବା କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଜଗଦୀଶନଙ୍କ ନାମ ସୁପାରିଶ କରିଥିଲେ ଆଦିତ୍ୟ ପୁରୀ । 1996ରେ ଫାଇନାନ୍ସ ମ୍ୟାନେଜର ଭାବରେ ଯୋଗ ଦେଇଥିବା ଜଗଦୀଶନ 2008ରୁ ସିଏଫ୍ଓ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଅଗଷ୍ଟ 2019ରେ ଏଚ୍ଡିଏଫ୍ସି ବ୍ୟାଙ୍କ ବୋର୍ଡ ଜଗଦୀଶନଙ୍କୁ ‘ଚେଞ୍ଚ ଏଜେଣ୍ଟ’ଭାବରେ ପ୍ରଦର୍ଶିତ କରିଥିଲା । ଗତ 25 ବର୍ଷ ଧରି ସେ ବ୍ୟାଙ୍କ ସହ ଜଡିତ ଥିବାରୁ ଆଦିତ୍ୟ ପୁରୀ ଜଗଦୀଶନଙ୍କୁ ଉତ୍ତରାଧିକାରୀ ରୂପେ ଚୟନ କରିଥିଲେ ।
କରୋନା ମହାମାରୀ ସଂକଟ ସମୟରେ ଜଗଦୀଶନ୍ ଏଚ୍ଡିଏଫ୍ସିର ଦାୟିତ୍ବ ଗ୍ରହଣ କରୁଛନ୍ତି, ଯାହା ତାଙ୍କ ପାଇଁ ବେଶ୍ ଚାଲେଞ୍ଜପୂର୍ଣ୍ଣ ହେବ । ୟତେବେ ନିକଟରେ ଏଚ୍ଡିଏଫ୍ସି ଜିପିଏସର ବିକ୍ରିକୁ ନେଇ ବିବାଦଘେରକୁ ଆସିଥିଲା । (ଏଜେନ୍ସି)