Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ବାରେଣ୍ଟାଇନ୍‌ରେ ଭୁବନେଶ୍ବର ଏମ୍ସର 4 ଡାକ୍ତର

ଭୁବନେଶ୍ବର : କ୍ବାରେଣ୍ଟାଇନ୍‌ରେ ରହିବେ ଭୁବନେଶ୍ବର ଏମ୍ସର 4 ଡାକ୍ତର । ବାଧ୍ୟତାମୂଳକ ଭାବରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ 4 ଡାକ୍ତର ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କର ଚିକିତ୍ସା କରିଥିଲେ । ଉକ୍ତ ଡ୍ରାଇଭର ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ 4 ଡାକ୍ତରଙ୍କୁ କ୍ବାରେଣ୍ଟାଇନ୍‌ରେ ପଠାଯାଇଛି । ଏହା ବ୍ୟତିତ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମ୍ସରେ ଚିକିତ୍ସାଧୀନ ଏହି ରୋଗୀ ଜଣକ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଏହି ଆକ୍ରାନ୍ତ ଜଣକ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଡିସଚାର୍ଜ କରାଯାଇନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଟ୍ବିଟ୍‌ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୁକ୍ତ ରୋଗୀଙ୍କ ସଂଖ୍ୟା 35ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 35 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହଜିଯାଉଛି ମାନବିକତା : ଫ୍ଲାଟ୍ ଖାଲି କରିବାକୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଧମକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ୨୧ ଦିନ ବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଏପରି ସମୟରେ ଯିଏ ଯେଉଁଠି ରହିଛନ୍ତି, ସେଇଠି ସୁରକ୍ଷିତ ଭାବରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଠିକ୍‌ ଏତିକିବେଳେ ଭୁବନେଶ୍ୱରରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ଜଣେ ଜୁନିୟର ଡାକ୍ତରାଣୀଙ୍କୁ ଫ୍ଲାଟ୍ ଖାଲି କରିବା ପାଇଁ ଦୁଷ୍କର୍ମ ଧମକ ଦିଆଯାଇଛି । ବିଗତ କିଛି ବର୍ଷ ଧରି ମହିଳା ଡାକ୍ତର ଜଣକ ଖଣ୍ଡଗିରିରେ ଏକ ଫ୍ଲାଟ୍‌ରେ ରହୁଥିବା ବେଳେ ଫ୍ଲାଟ୍ ହାଉସିଂ ସୋସାଇଟିର ଜନୈକ ସଦସ୍ୟ ତାଙ୍କୁ ଘର ଖାଲି କରିବା ପାଇଁ ଧମକ ଦେଇଥିଲେ। ମାତ୍ର ଯୁବତୀ ଜଣକ ଫ୍ଲାଟ୍ ଖାଲି ନକରିବାରୁ ଉକ୍ତ ଯୁବକ ଜଣକ ଦୁଷ୍କର୍ମର ଧମକ ଦେଇଥିଲେ। ଏହାପରେ ଡାକ୍ତରାଣୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଉକ୍ତ ଯୁବକଙ୍କୁ ପୋଲିସ୍ ଗିରଫ କରିଛି।

ଦେଶର ଏପରି ସଂକଟର ସ୍ଥିତି ସମୟରେ ଡାକ୍ତରମାନେ କରୋନା ସହ ଦୃଢତାର ସହ ଲଢେଇ କରୁଥିବାରୁ ତାଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରମାନଙ୍କୁ ସମ୍ମାନ ଦେବା ପାଇଁ ନିବେଦନ କରିଥିଲେ ମଧ୍ୟ ସମାଜରେ ଡାକ୍ତରଙ୍କ ପ୍ରତି ଲୋକଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସୁନାହିଁ । ଆଜି ମଧ୍ୟ ଓଡ଼ିଶା ହାଇକୋର୍ଟ ଡାକ୍ତରଙ୍କ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଭୁବନେଶ୍ବରର ଜଣେ ଡାକ୍ତରାଣୀଙ୍କୁ ଏପରି ବ୍ୟବହାର ସତରେ ନିନ୍ଦନୀୟ।  ତେବେ ଡାକ୍ତରାଣୀ ଜଣକ କରୋନା ପୀଡିତଙ୍କୁ ଚିକିତ୍ସା କରୁନଥିବାର ସ୍ପଷ୍ଟ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସରେ ହିନ୍ଦି ଭାଷା ପ୍ରତିବାଦରେ ଡ.ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଏମ୍ସରେ ହିନ୍ଦି ଭାଷାରେ ନାମ ଫଳକକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏମ୍ସ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ବିରୋଧରେ ବିଜେଡିର 9 ଜଣ ସାଂସଦ ଏମ୍ସ ଅଧ୍ୟକ୍ଷଙ୍କ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଭାଷାଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡିଶା, ମାତ୍ର ଓଡିଶା ବାସୀଙ୍କ ମାତୃଭାଷା ପ୍ରତି ବୈମାତୃକ ଭାବ ପୋଷଣ ଅଗ୍ରହଣୀୟ ବୋଲି ବିଜେଡି ପକ୍ଷରୁ ଉଲ୍ଲେଖ କରାଯାଇଛି । ଓଡିଶା ବାସୀଙ୍କ ସୁବିଧା ପାଇଁ ନାମଫଳକ ଗୁଡିକ ଓଡିଆରେ ସ୍ଥାପନ କରାଯିବା ଉଚିତ୍‌ ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।