Categories
ଆଜିର ଖବର

ବିମାନ ଦୁର୍ଘଟଣା : ୨ ମୃତ ୫ ଆହତ

ନେପାଳର ମାଉଣ୍ଟ ଏଭରେଷ୍ଟରେ ଏକ ବିମାନ ଦୁର୍ଘଟଣାରେ ୨ ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟୁନ ୫ ଜଣ ଲୋକ ଆହତ ହୋଇଛନ୍ତି। ରବିବାର ବିମାନଟି ଉଡାଣ ଭରିବା ସମୟରେ ଛିଡା ହୋଇଥିବା ଏକ ହେଲିକପ୍ଟର ସହିତ ପିଟି ହୋଇଯାଇଥିଲା। କାଠମାଣ୍ଡୁର ତେନଜିଂ ହିଲାରୀ ବିମାନବନ୍ଦରରେ ଏହି ଘଟଣାଟି ଘଟିଛି। ଉଡାଣ ବିଭାଗ ମୁଖ୍ୟ ରାଜ କୁମାର ଛେତ୍ରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଦୁର୍ଘଟଣା ଗ୍ରସ୍ତ ବିମାନଟି ସମିଟ୍‌ ଏୟାର କମ୍ପାନୀର ବୋଲି ଜଣାପଡିଛି। ବିମାନ କମ୍ପାନୀ କେବଳ ପର୍ଯ୍ୟଟକଙ୍କୁ ସେବା ପ୍ରଦାନ କରିଥାଏ। ଲୁକ୍‌ଲାରେ ଅବସ୍ଥାପିତ ତେନ୍‌ଜିଂ ହିଲାରୀ ବିମାନ ବନ୍ଦରର ରନଓ୍ବେକୁ ବିଶ୍ବର ଅନ୍ୟତମ ବିପଜ୍ଜନକ ରନ୍‌ଓ୍ବେ ଭାବରେ ବିବେଚନା କରାଯାଉଥିବା ବେଳେ ନିୟମିତ ଭାବରେ ଏଠାରେ ଦୁର୍ଘଟଣା ଘଟିଥାଏ।