Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଅଗଷ୍ଟ ୩୧ରୁ ଏସିଆ କପ୍, ଜାଣନ୍ତୁ କେଉଁଠାରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ: ଏସିଆ କପ୍ ଅଗଷ୍ଟ ୩୧ ତାରିଖ ୨୦୨୩ରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ୧୩ ଟି ମ୍ୟାଚ୍ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟର ଚାରୋଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ଏହା ବ୍ୟତୀତ ଅବଶିଷ୍ଟ ୯ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ।

ଏସିଆ କପ୍ କୁ ନେଇ ଦୀର୍ଘ ସମୟ ଧରି ଲାଗିରହିଥିବା ବିବାଦ ବର୍ତ୍ତମାନ ସମ୍ପୂର୍ଣ୍ଣ ସମାଧାନ ହୋଇସାରିଛି। ଏହା ଦୁଇଟି ଦେଶରେ ଆୟୋଜିତ ହେବ। ପାକିସ୍ତାନରେ ୪ ଟି ମ୍ୟାଚ୍ ଖେଳାଯିବ। ଅବଶିଷ୍ଟ ୯ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏସିଆ କପ୍ ର ଏହି ସଂସ୍କରଣରେ ଦୁଇଟି ଗ୍ରୁପ ରହିବେ। ଏଥର ପାକିସ୍ତାନରେ ଏସିଆ କପ୍ ଅନୁଷ୍ଠିତ ହେବାକୁ ଥିଲା। କିନ୍ତୁ ଭାରତୀୟ ଦଳ ଏଥିପାଇଁ ପାକିସ୍ତାନ ଯିବା ପାଇଁ ମନା କଲା। ଏହି କାରଣରୁ, ହାଇବ୍ରିଡ୍ ମଡେଲ୍ ଚୟନ କରାଯାଇଛି।

ଟୁର୍ଣ୍ଣାମେଣ୍ଟର ତାରିଖ ସମ୍ପର୍କରେ ଏସୀୟ କ୍ରିକେଟ୍ ପରିଷଦ ଟ୍ୱିଟ୍ କରିଛି। ପରିଷଦ ଏହି ବିଷୟରେ ଅଫିସିଆଲ ୱେବସାଇଟରେ ମଧ୍ୟ ସେୟାର କରିଛି। କିନ୍ତୁ ମ୍ୟାଚ୍‌ର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିବେ। ଦୀର୍ଘ ଦିନ ଧରି ଏହି ଦୁଇ ଦଳ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ। ଏହି ଦଳଗୁଡ଼ିକ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ କିମ୍ବା ଏସିଆ କପରେ ମୁହାଁମୁହିଁ ହେବେ।