Categories
ଆଜିର ଖବର ରାଜ୍ୟ ଖବର

କରୋନା ପ୍ରଭାବିତ ପରିବାରର ଶିକ୍ଷାଖର୍ଚ୍ଚ ବହନ କରନ୍ତୁ ସରକାର : ଏଆଇଏସଏଫ୍‌

ଭୁବନେଶ୍ବର : କରୋନା ପ୍ରଭାବରେ ଦେଶବ୍ୟାପୀ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହା ଦ୍ବାରା ପ୍ରଭାବିତ ଲୋକଙ୍କ ଶିକ୍ଷା ଖର୍ଚ୍ଚ ସରକାର ଭରଣା କରିବା ପାଇଁ ଏଆଇଏସଏଫ୍‌ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରସଙ୍ଗରେ ଆଜି ଭୁବନେଶ୍ବରରେ ଏକ ପ୍ରଦର୍ଶନ କରାଯାଇଛି । ବିବେକ କୃଷ୍ଣାଙ୍କ ନେତୃତ୍ବରେ ଏଆଇଏସଏଫ୍‌ କର୍ମୀ ମାନେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର କରୋନା ପ୍ରଭାବିତ ପରିବାରର ଶିକ୍ଷା ଖର୍ଚ୍ଚ ବହନ କରିବା ସହିତ ଆସନ୍ତା ଶିକ୍ଷାବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରଣୟନ କରିବାର ଦାବି କରାଯାଇଥିଲା ।

ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀ ପୂରଣ କରିବା ସହିତ ତୁରନ୍ତ ସ୍ଥାୟୀ ନିଯୁକ୍ତି ଏବଂ କ୍ୟାମ୍ପସରେ ମାଗଣା ଓ୍ବାଇଫାଇ ସେବା ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା । ବର୍ତ୍ତମାନ ବାକି ରହିଥିବା ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ସରକାର ଆସନ୍ତା ବର୍ଷ ପାଇଁ ଯୋଜନା ପ୍ରଣୟନ କରିବା ଉଚିତ୍‌ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।